ETV Bharat / entertainment

‘ଇଣ୍ଡିଆ’ ନାଁ ପରିବର୍ତ୍ତନ ଚର୍ଚ୍ଚା; ବିଗ ବିଙ୍କ ଟ୍ବିଟ୍, କହିଲେ ‘ଭାରତ ମାତା କି ଜୟ’

author img

By ETV Bharat Odisha Team

Published : Sep 5, 2023, 4:48 PM IST

ଦେଶର ନାଁ ଇଣ୍ଡିଆ ବଦଳରେ ଭାରତ ହେବା ନେଇ ଚର୍ଚ୍ଚା ଜୋର ଧରିଛି । ଏଭଳି ପରିସ୍ଥିତିରେ ଅମିତାଭ ବଚ୍ଚନଙ୍କ ଏକ ଟ୍ୱିଟ ଏବେ ଭାଇରାଲ ହେବାରେ ଲାଗିଛି । ସେ ଲେଖିଛନ୍ତି, ଭାରତ ମାତା କି ଜୟ । ଅଧିକ ପଢନ୍ତୁ....

ଇଣ୍ଡିଆର ନାଁ ପରିବର୍ତ୍ତନ ଚର୍ଚ୍ଚା ମଧ୍ୟରେ ବିଗ ବିଙ୍କ ଟ୍ବିଟ୍, କହିଲେ ଭାରତ ମାତା କି ଜୟ

ହାଇଦ୍ରାବାଦ: ଦେଶର ଇଂରାଜୀ ନାଁ ଇଣ୍ଡିଆ ବଦଳରେ ଭାରତକୁ ନେଇ ଚର୍ଚ୍ଚା ଜୋର ଧରିଛି । ଜି-୨୦ ସମ୍ମିଳନୀରେ ବିଶ୍ବନେତାଙ୍କୁ ନିମନ୍ତ୍ରଣ କରିବା ଲାଗି 'ପ୍ରେସିଡେଣ୍ଟ ଅଫ ଇଣ୍ଡିଆ' ବଦଳରେ 'ପ୍ରେସିଡେଣ୍ଟ ଅଫ ଭାରତ' ଲେଖାହୋଇଛି । ଯାହାକୁ ନେଇ ଏବେ ଆଲୋଚନା ଜୋର ଧରିଛି । ତେବେ ଏହାରି ମଧ୍ୟରେ ବର୍ତ୍ତମାନ ବିଗ ବି ଅମିତାଭ ବଚ୍ଚନଙ୍କ ଏକ ଟ୍ବିଟ ସାମ୍ନାକୁ ଆସିଛି । ଯାହା ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

  • T 4759 - 🇮🇳 भारत माता की जय 🚩

    — Amitabh Bachchan (@SrBachchan) September 5, 2023 " class="align-text-top noRightClick twitterSection" data=" ">

ଇଣ୍ଡିଆ ବନାମ ଭାରତ ଚର୍ଚ୍ଚା ମଧ୍ୟରେ ଅମିତାଭ ନିଜ ଟ୍ବିଟରରେ ଏକ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଜାତୀୟ ପତାକା ଇମୋଜି ସହ ଲେଖିଛନ୍ତି, ‘ଭାରତ ମାତା କି ଜୟ‘ । ତେବେ ଏହି ଟ୍ବିଟ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଏବଂ ପେଷ୍ଟ ସେୟାର ହେବାର ମାତ୍ର କିଛି ସମୟ ମଧ୍ୟରେ ଏହି ପୋଷ୍ଟକୁ 20ହଜାର ଉପରେ ଲାଇକ ମିଳିସାରିଲାଣି । ଏବଂ ପ୍ରତିକ୍ରିୟାରେ ୟୁଜର୍ସ ତାଙ୍କୁ ଏହି ଟ୍ବିଟ ପଛର କାରଣ ପଚାରିଛନ୍ତି । ତେବେ ଏହି ଅଭିନେତାଙ୍କ ଏହି ଟ୍ବିଟ ଦେଖିଲେ ଲାଗୁଛି ଯେ, ବିଗ୍ ବି ଭାରତର ନାମ ପରିବର୍ତ୍ତନ ସପକ୍ଷରେ ନିଜର ସମର୍ଥନ ଜଣାଇଛନ୍ତି।

ସୂଚନା ଥାଉ କି, ସେପ୍ଟେମ୍ବର 9 ଏବଂ 10 ରେ ହେବାକୁ ଯାଉଥିବା ଜି 20 ସମ୍ମିଳନୀ ବିଶ୍ବର ଅନେକ ନେତା ଯୋଗ ଦେବେ। ଏଥିପାଇଁ 9 ତାରିଖରେ ଆୟୋଜିତ ହେବାକୁ ଥିବା ରାତ୍ରି ଭୋଜନ ଲାଗି ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନିମନ୍ତ୍ରଣ ପତ୍ର ଦିଆଯାଇଛି । ଯେଉଁଥିରେ 'ପ୍ରେସିଡେଣ୍ଟ ଅଫ ଇଣ୍ଡିଆ' ବଦଳରେ 'ପ୍ରେସିଡେଣ୍ଟ ଅଫ ଭାରତ' ଲେଖାହୋଇଛି । ଯାହାକୁ ନେଇ ବର୍ତ୍ତମାନ ରାଜନୈତିକ ମାହୋଲ ସରଗରମ ହେବାରେ ଲାଗିଛି। ଏନେଇ ଅନେକ ନେତା ମତାମତ ଏବଂ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି ।

ପ୍ରକାଶ ଥାଉ କି, ନିକଟରେ ବିଗ୍ ବି ତାଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଥିଲେ। ଏହି ସମୟରେ ତାଙ୍କ ପରିବାର ସଦସ୍ୟ ପତ୍ନୀ ଜୟା ବଚ୍ଚନ, ପୁଅ ଅଭିଷେକ, ବୋହୂ ଐଶ୍ୱର୍ଯ୍ୟା ରାୟ, ଝିଅ ଶ୍ୱେତା ବଚ୍ଚନ ଏବଂ ନାତି ନାତୁଣୀମାନେ ସାମିଲ ହୋଇଥିଲେ। ସମସ୍ତେ କ୍ୟାମେରା ଆଗରେ ବି ଏକାଠି ପୋଜ ଦେଇଥିଲେ। ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ: ନିଜ କବିତାର ଡ୍ୟାନ୍ସଫର୍ମ ଭିଡିଓ ସେୟାର କଲେ ବିଗ ବି, ଭାରତୀୟ ସିନେମାର ଗର୍ବ କହିଲେ ନେଟିଜେନ୍ସ

ବିଗ୍ ବିଙ୍କ ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ, ଲୋକପ୍ରିୟ ଟେଲିଭିଜନ୍ ଶୋ କୌନ ବନେଗା କୋରଡପତି ସିଜନ 15 ରେ ଅମିତାଭ ବଚ୍ଚନଙ୍କୁ ଦେଖିବାକୁ ମିଳିଛି। ଏଥିସହ ଅଭିନେତା ନାଗ ଅଶ୍ୱିନଙ୍କ ଆଗାମୀ ଫିଲ୍ମ କଲ୍କି 2898 ଖ୍ରୀଷ୍ଟାବ୍ଦରେ ନଜର ଆସିବେ। ଯେଉଁଥିରେ ପାବସ୍, କମଲ ହାସନ ଏବଂ ଦୀପିକା ପାଦୁକୋନ୍, ଦିଶା ପାଟାନୀଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.