ETV Bharat / entertainment

Badshah Video: ଲାଇଭ କନ୍ସର୍ଟରେ ମଞ୍ଚରୁ ଖସିପଡିଥିଲେ ବାଦଶାହ ! ଭିଡିଓ ଭାଇରାଲ ପରେ କହିଲେ ଏମିତି - ପଞ୍ଜାବୀ ତଥା ବଲିଉଡର ଗାୟକ ରାପର ବାଦଶାହ

ରାପର ବାଦଶାହ ନିଜ ଗୀତରେ ସର୍ବଦା ଦର୍ଶକଙ୍କ ମନ ଜିତିଥାନ୍ତି। ଏବଂ ତାଙ୍କର ସମସ୍ତ ଗୀତ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥାଏ। ଏହା ମଧ୍ୟରେ ବର୍ତ୍ତମାନ ବାଦଶାହଙ୍କ ଏକ ଭିଡିଓ ଭାଇରାଲ ହୋଇଛି । ଯେଉଁଥିରେ ସେ ଏକ ଲାଇଭ କନ୍ସର୍ଟ ସମୟରେ ମଞ୍ଚରୁ ଖସିପଡିଥିବାର ନଜର ଆସିଛନ୍ତି। ଅଧିକ ପଢନ୍ତୁ

ଲାଇଭ କନ୍ସର୍ଟରେ ମଞ୍ଚରୁ ଖସିପଡିଥିଲେ ବାଦଶାହ! ଭିଡିଓ ଭାଇରାଲ ପରେ କହିଲେ ଏମିତି

author img

By

Published : Jul 18, 2023, 2:01 PM IST

ହାଇଦ୍ରାବାଦ: ପଞ୍ଜାବୀ ତଥା ବଲିଉଡର ଗାୟକ-ରାପର ବାଦଶାହ ପୁଣି ଥରେ ଲାଇମଲାଇଟରେ ରହିଛନ୍ତି । ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ଗୀତ ଗାଉଥିବା ସମୟରେ ମଞ୍ଚରୁ ଖସି ପଡିଥିବାର ନଜର ଆସିଛନ୍ତି । ଭିଡିଓ ଭାଇରାଲ ପରେ ଫ୍ୟାନ୍ସ ଏନେଇ ଅନେକ ମନ୍ତବ୍ୟ ଦେଉଥିବା ବେଳେ ବର୍ତ୍ତମାନ ଏହି ଭିଡିଓ ଉପରେ ଗାୟକ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ସେ ଏହି ଭିଡିଓରେ ନାହାଁନ୍ତି ।

ଭାଇରାଲ ଭିଡିଓରେ ଜଣେ ଗାୟକ ଦର୍ଶକଙ୍କ ନିକଟକୁ ଯାଇ ମଞ୍ଚରେ ଗୀତ ଗାଉଥିବା ନଜର ଆସିଛନ୍ତି। ସେ ବ୍ଲାକ୍‌ ଆଉଫିଟରେ ନଜର ଆସିଛନ୍ତି । ସେ ଠିକ୍ ରାପର୍ ବାଦଶାହ ପରି ଦେଖାଯାଉଛନ୍ତି । ଗୀତ ଗାଇବା ବେଳେ ହଠାତ୍ ସନ୍ତୁଳନ ହରାଇ ମଞ୍ଚରୁ ଖସି ପଡନ୍ତି । ଏବଂ ତାଙ୍କ ଟିମ୍‌ ତୁରନ୍ତ ସାହାଯ୍ୟ କରିବାକୁ ଆଗକୁ ଆସନ୍ତି । ତେବେ ଏହି ଭିଡିଓ ଭାଇରାଲ ହେବା ପରେ ଫ୍ୟାନ୍ସ ଏହାକୁ ଲାଇକ କରିବା ସହ ପ୍ରତିକ୍ରିୟା ଦେଇଥିଲେ ।

ଭାଇରାଲ ଭିଡିଓ ଉପରେ ପ୍ରତିକ୍ରିୟା ରଖିଛନ୍ତି ବାଦଶାହ

ତେବେ ବର୍ତ୍ତମାନ ବାଦଶାହ ଏହି ଭିଡିଓ ଉପରେ ପ୍ରତିକ୍ରିୟା ଦେଇଛନ୍ତି । ସେ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ କାର ଭିତରେ ନଜର ଆସିଛନ୍ତି। ବାଦଶାହ କହୁଛନ୍ତି - ''ଭାଇ, ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଏବଂ ସୁରକ୍ଷିତ ଅଛି । ମୋର ହାତ ଓ ପାଦ ସବୁ ଠିକ ଅଛି । ମୁଁ କୌଣସି ଷ୍ଟେଜ୍‌ରୁ ଖସି ନାହିଁ । ବରଂ ମୁଁ ଆଶା କରୁଛି ମଞ୍ଚରୁ ଖସିଥିବା ବ୍ୟକ୍ତି ଜଣକ ଭଲରେ ଥିବେ ।''

ଏହା ମଧ୍ୟ ପଢନ୍ତୁ: ବିବାଦ ମୁଣ୍ଡ ଟେକିବା ପରେ କ୍ଷମା ମାଗିଲେ ବାଦଶାହ

ବାଦଶାହ ଟ୍ୱିଟ୍ କରି ମଧ୍ୟ ଏନେଇ ପ୍ରତିକ୍ରିୟା ଦେଇଛନ୍ତି । ବାଦଶାହ ଭାଇରାଲ ଭିଡିଓକୁ ଟ୍ବିଟରରେ ସେୟାର କରିଛନ୍ତି । ଏବଂ ଭିଡିଓ ସେୟାର କରି ସେ ଲେଖିଛନ୍ତି - ''ଏହା ମୁଁ ନୁହେଁ କିନ୍ତୁ ଯାହା ବି ହେଉ, ମୁଁ ଆଶା କରୁଛି ସେ ଭଲରେ ଥିବେ।'' ତେବେ ବାଦଶାହଙ୍କ ଏହି ଟ୍ୱିଟ୍ ଉପରେ ଅନେକ ଫ୍ୟାନ୍ସ ପ୍ରତିକ୍ରିୟା ଦେଇଛନ୍ତି। ଏବଂ ପ୍ରତିକ୍ରିୟା ଦେଇ ଅନେକ ଲୋକ କହିଛନ୍ତି ଯେ ଭିଡିଓରେ ଥିବା ବ୍ୟକ୍ତି ପଞ୍ଜାବୀ ଗାୟକ ଏଲି ମଙ୍ଗତ ଅଟନ୍ତି । ବାଦଶାହଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ ବାଦଶାହ ଖୁବଶୀଘ୍ର 'ଇଣ୍ଡିଆସ ଗଟ୍ ଟ୍ୟାଲେଣ୍ଟ 10'ର ଜଜ୍‌ ଭାବେ ନଜର ଆସିବେ । ଏହି ଶୋ’ରେ ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଏବଂ କିରନ୍ ଖେର ମଧ୍ୟ ତାଙ୍କ ସହ ନଜର ଆସିବେ । ଏହି ଶୋ' ଜୁଲାଇ 29ରୁ ସୋନି ଟିଭିରେ ପ୍ରସାରିତ ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.