ETV Bharat / entertainment

Avtar 2 Collection: ପୁଣି ରେକର୍ଡ ଭାଙ୍ଗିଲା ଅବତାର, ଭାରତରେ ରୋଜଗାର କଲା ୩୮୦କୋଟି

author img

By

Published : Jan 16, 2023, 7:41 AM IST

ଭାରତରେ ହଲିଉଡ଼ ଫିଲ୍ମ ତାଲିକାରେ ଅବତାର-୨ର ନୂଆ ରେକର୍ଡ । ଭାରତରେ ମୋଟ ୩୮୦ କୋଟି ରୋଜଗାର କରି ଆଭେଞ୍ଜର ଏଣ୍ଡଗେମକୁ ପଛରେ ପକାଇଛି । ଅଧିକ ପଢନ୍ତୁ

Avtar 2 Collection
Avtar 2 Collection

ହାଇଦ୍ରାବାଦ: ଗତ ଡିସେମ୍ବର ୧୬ ତାରିଖରେ ରିଲିଜ ହୋଇଥିବା ହଲିଉଡ଼ ଫିଲ୍ମ ଅବତାର-୨ ଗୋଟିଏ ପରେ ଗୋଟିଏ ରେକର୍ଡ ହାତେଇବାରେ ଲାଗିଛି । ଏହି ଫିଲ୍ମଟି ଭାରତରେ ୩୮୦ କୋଟି ଟଙ୍କା ରୋଜଗାର କରିଛି । ଓପନିଂ ବେଳେ ଫିଲ୍ମଟି ସବୁଠୁ ଅଧିକ ବ୍ୟବସାୟ କରିଥିବା ଫିଲ୍ମର ଦ୍ବିତୀୟ ସ୍ଥାନରେ ରହିଛି । ଅବତାର-୨ ରିଲିଜର ପ୍ରଥମ ଦିନରେ ଭାରତରେ ୪୦.୫୦ କୋଟି ଟଙ୍କା ବ୍ୟବସାୟ କରିଥିଲା । ନିର୍ଦ୍ଦେଶକ ଜେମ୍ସ କେମରୁନଙ୍କ ନିର୍ଦ୍ଦେଶିତ ଅବତାର-୨ Avenger Endgameକୁ ପଛରେ ପକାଇ ଏହି ସଫଳତା ହାସଲ କରିଛନ୍ତି ।

ଆଭେଞ୍ଜର ଏଣ୍ଡଗେମ ରିଲିଜ ହେବା ପରେ ୫୩.୧୦ କୋଟି ଟଙ୍କା ରୋଜଗାର କରିଥିଲା । ମାତ୍ର ଅବତାର-୨ର ୨୯ ଦିନରେ ୩୮୦ କୋଟି ଟଙ୍କାର ବ୍ୟବସାୟ କରିଛି । ଏହାସହିତ ଭାରତରେ ସବୁଠୁ ଅଧିକ ବ୍ୟବସାୟ କରିଥିବା ହଲିଉଡ଼ ଫିଲ୍ମ ହୋଇପାରିଛି । ଆଭେଞ୍ଜର ଏଣ୍ଡଗେମ ଭାରତରେ ମୋଟ ୩୫୬ କୋଟି ଟଙ୍କାର ବ୍ୟବସାୟ କରିଥିଲା । ଭାରତରେ ଏହି ଫିଲ୍ମଟି ସବୁ ଭାଷାରେ ରିଲିଜ ହୋଇଛି । କେବଳ ତେଲୁଗୁ ଭାଷାରେ ରିଲିଜ ହୋଇଥିବା ଫିଲ୍ମଟି ୮୦ କୋଟି ଟଙ୍କା ବ୍ୟବସାୟ କରିଛି । ବିଶ୍ବରେ ସବୁଠୁ ଅଧିକ ବ୍ୟବସାୟ କରିଥିବା ଫିଲ୍ମରେ ଅବତାର-୨ ସାମିଲ ହୋଇଛି । ଏହି ଫିଲ୍ମକୁ ଦେଖିବାକୁ ପ୍ରେକ୍ଷାଳୟରେ ଦର୍ଶକଙ୍କ ଭିଡ ଜମୁଥିବା ବେଳେ ଆଗକୁ ଏହା ଆଉ କେତେକ ରେକର୍ଡ ଭାଙ୍ଗିପାରେ ବୋଲି ଫିଲ୍ମ ବିଶେଷଜ୍ଞ ଆଶା କରିଛନ୍ତି ।

ଏହା ବି ପଢନ୍ତୁ-ବୁର୍ଜ ଖଲିଫାରେ ପଠାନ ଟ୍ରେଲର, କିଙ୍ଗଖାନଙ୍କ ଆକ୍ସନରେ ଝୁମିଲା ଦୁବାଇ

ସବୁଠୁ ଖାସ କଥା ହେଉଛି ଏହି ଫିଲ୍ମର ନିର୍ଦ୍ଦେଶକ ଜେମ୍ସଙ୍କୁ ବର୍ତ୍ତମାନ ୭୦ ବର୍ଷ । ତେବେ ପରିଣତ ବୟସରେ ମଧ୍ୟ ସେ ଜଲୱା ଦେଖାଇଛନ୍ତି । ତାଙ୍କୁ ଗୋଟିଏ ଫିଲ୍ମ ନିର୍ମାଣ ଲାଗି ପ୍ରାୟ ୧୦ ବର୍ଷ ସମୟ ଲାଗେ । ଏହି ଫିଲ୍ମଟି ପ୍ରଥମ ପାର୍ଟର ୧୩ ବର୍ଷ ପରେ ରିଲିଜ ହୋଇଛି । ଦୁନିଆରେ ସବୁଠି ଅଧିକ ବ୍ୟବସାୟ କରିଥିବା ଟପ୍‌-୫ ତାଲିକାରେ ଅବତାର ୨.୯ ଆରବ ଡଲାର କମାଇ ପ୍ରଥମ ସ୍ଥାନରେ ରହିଛି । ଏହାପରେ ୨.୮ ବିଲିୟନ ଡଲାଇ କମାଇ ଆଭେଞ୍ଜର ଏଣ୍ଡଗେମ ରହିଛି ।

ସେହିପରି ଟାଇଟାନିକ ୨.୨ ଆରବ ଡଲାର ରୋଜଗାର କରି ୩ୟ ସ୍ଥାନରେ, ୨.୦୬ ବ୍ୟବସାୟ ସହ ଷ୍ଟାରୱାର୍ସ ୪ର୍ଥ ସ୍ଥାନରେ ଓ ୫ମ ସ୍ଥାନରେ ୨.୦୪ ବିଲିୟନ ଡଲାଇ ରୋଜଗାର କରି ଆଭେଞ୍ଜର୍ସ ଇନଫଇନିଟି ୱାର ରହିଛି । ଅବତାରର ଦ୍ବିତୀୟ ଭାଗଟି ୨୫ କୋଟି ଆମେରିକା ଡଲାର ମୂଲ୍ୟରେ ନିର୍ମିତ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.