ETV Bharat / entertainment

ବକ୍ସ ଅଫିସରେ ହେବ ଜବାନ୍‌ଠୁ ବଡ ଧମାକା, ଅଟଲିଙ୍କ ଫିଲ୍ମରେ ଏକାଠି ନଜର ଆସିବେ ଶାହାରୁଖ-ବିଜୟ

author img

By ETV Bharat Odisha Team

Published : Nov 14, 2023, 3:34 PM IST

Shah Rukh khan and Vijay Atlee Movie: ଜବାନ ପରି ବ୍ଲକବଷ୍ଟର ଚଳଚ୍ଚିତ୍ର ଦେଇଥିବା ନିର୍ଦ୍ଦେଶକ ଅଟଲି ବର୍ତ୍ତମାନ ଶାହାରୁଖ ଖାନଙ୍କ ସହ ଆଉ ଏକ ଫିଲ୍ମ କରିବାକୁ ଯାଉଛନ୍ତି । ଏହି ଚଳଚ୍ଚିତ୍ରରେ ସାଉଥ ସୁପରଷ୍ଟାର ଥାଲାପତି ବିଜୟ ଶାହାରୁଖଙ୍କ ବିପକ୍ଷରେ ନଜର ଆସିବେ । ଅଧିକ ପଢନ୍ତୁ

ବକ୍ସ ଅଫିସରେ ହେବ ଜବାନ ଠୁ ବଡ ଧମାକା,  ଶାହାରୁଖ-ବିଜୟ ଷ୍ଟାରଙ୍କୁ ନେଇ ଅଟଲି କରିବେ ଫିଲ୍ମ

ହାଇଦ୍ରାବାଦ: ବଲିଉଡର 'ବାଦଶାହ' ଶାହାରୁଖ ଖାନଙ୍କ ସହ 'ଜବାନ' ଚଳଚ୍ଚିତ୍ର ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଯୁବ ନିର୍ଦ୍ଦେଶକ ଅଟଲି ପୁଣି ଥରେ ଫ୍ୟାନ୍ସଙ୍କୁ ଖୁସି ଖବର ଦେଇଛନ୍ତି । ଅଟଲି ବର୍ତ୍ତମାନ ଶାହାରୁଖ ଖାନ ଏବଂ ସାଉଥ ସୁପରଷ୍ଟାର 'ଥାଲାପତି' ବିଜୟଙ୍କ ସହ ଏକ ଫିଲ୍ମ କରିବାକୁ ଯାଉଛନ୍ତି । ବର୍ତ୍ତମାନ କୁହାଯାଉଛି ଯେ, ଏହି ଟାୟୋ ଭାରତୀୟ ବକ୍ସ ଅଫିସରେ ଆହୁରି ବଡ଼ ଧମାକା କରିବେ । ନିକଟରେ ହୋଇଥିବା ସାକ୍ଷାତକାରରେ ଅଟଲି ଏହା ପ୍ରକାଶ କରିଛନ୍ତି । ଅଟଲି କହିଛନ୍ତି ଯେ ଶାହାରୁଖ ଖାନ ଏବଂ ବିଜୟ ନିଜେ ଏହା ଉପରେ କାମ କରିବାକୁ ତାଙ୍କ ନିକଟକୁ ଆସିଥିଲେ ।

ସାଉଥର ହିଟ୍ ନିର୍ଦ୍ଦେଶକଙ୍କ ତାଲିକାରେ ଥିବା ଅରୁଣ କୁମାର ଓରଫ ଅଟଲି ଶାହାରୁଖ ଖାନଙ୍କ ସହ 'ଜବାନ' କରିଥିଲେ । ଏହି ଚଳଚ୍ଚିତ୍ର 1100 କୋଟିରୁ ଅଧିକ ଟଙ୍କା ବିଶ୍ବବ୍ୟାପୀ ବ୍ୟବସାୟ କରିବା ସହ ଲୋକପ୍ରିୟତା ହାସଲ କରିଥିଲା । ଏଥିସହ ଶାହାରୁଖ ଖାନଙ୍କ କ୍ୟାରିଅରରେ ସର୍ବାଧିକ ରୋଜଗାର କରୁଥିବା ଚଳଚ୍ଚିତ୍ର ହେଉଛି 'ଜବାନ୍' । ଶାହାରୁଖ ଏବଂ ଅଟଲି ପ୍ରଥମ ଥର ପାଇଁ ଏକାଠି କାମ କରିଥିଲେ । ଜବାନ ପରେ ବର୍ତ୍ତମାନ ଅଟଲି ପୁଣି ଥରେ ଶାହାରୁଖ ଖାନଙ୍କ ସହ ବକ୍ସ ଅଫିସରେ ଏକ ଧମାକା କରିବାକୁ ପ୍ରସ୍ତୁତ ହେଉଛନ୍ତି । ଏକ ସାକ୍ଷାତକାରରେ ଅଟଲି ପ୍ରକାଶ କରିଛନ୍ତି ଯେ ବିଜୟ ଏବଂ ଶାହାରୁଖ ଖାନ ଏକାଠି କାମ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ଏବଂ ଅଟଲି ମଧ୍ୟ ଏହା ଉପରେ କାମ ଆରମ୍ଭ କରିଛନ୍ତି । ସ୍କ୍ରିପ୍ଟ ଉପରେ କାମ ଚାଲିଛି ବୋଲି ଅଟଲି କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଶାହାରୁଖଙ୍କ ପରେ ଏହି 4 ଟପ୍‌ ଅଭିନେତାଙ୍କ ସହ ଧମାକା କରିବେ 'ଜବାନ' ନିର୍ଦ୍ଦେଶକ, ଚାଲିଛି ପ୍ରସ୍ତୁତି

ଅଟଲି କହିଛନ୍ତି, ଏକ ପାର୍ଟିରେ ବିଜୟ ଆନ୍ନା ଏବଂ ଶାହାରୁଖ ସାର୍ ସାମିଲ ହୋଇଥିଲେ । ଏହି ସମୟରେ ଉଭୟ କଥାବାର୍ତ୍ତା ହୋଇ ଏକାଠି ଫିଲ୍ମରେ କାମ କରିବା ନେଇ ନିଷ୍ପତ୍ତି ନେଇଥିଲେ । ଶାହାରୁଖ ସାର୍ ପାର୍ଟିରେ ମୋତେ କହିଥିଲେ ଯେ ଯଦି ଏପରି ଏକ ଫିଲ୍ମ ଅଛି ଯେଉଁଥିରେ ଦୁଇଜଣ ହିରୋ ଅଛନ୍ତି ତେବେ ସେ ଏଥିପାଇଁ ପ୍ରସ୍ତୁତ ଅଛନ୍ତି । ବିଜୟ ଆନ୍ନା ମଧ୍ୟ ହଁ କହିଛନ୍ତି । ତେବେ ଉଭୟଙ୍କ ରାଜି ହେବା ପରେ ମୁଁ ସ୍କ୍ରିପ୍ଟରେ କାମ କରିବା ଆରମ୍ଭ କରିଛି । ତେବେ ଏବେ ଦେଖିବାକୁ ବାକି ରହିଲା ଅଟଲି ପୁଣି ଥରେ ଶାହାରୁଖ ଖାନଙ୍କ ସହ ବକ୍ସ ଅଫିସରେ ହିଟ ହେବେ କି ନାହିଁ । କାରଣ ଯେତେବେଳେ ଶାହାରୁଖ ଏବଂ ବିଜୟ ପରଦାରେ ଏକାଠି ହୁଅନ୍ତି, ଯାହାର ଭୂମିକା ଅଧିକ ଗୁରୁତ୍ୱପୂର୍ଣ୍ଣ ହେବ । ଉଭୟ ନିଜ ନିଜ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.