ETV Bharat / entertainment

ଆଶିଷ ବିଦ୍ୟାର୍ଥୀଙ୍କ ଦ୍ୱିତୀୟ ବିବାହରେ ପ୍ରତିକ୍ରିୟା ରଖିଲେ ପ୍ରଥମ ପତ୍ନୀ, ଜାଣନ୍ତୁ କଣ କହିଲେ - ରାଜୋଶୀ

ଆଶିଷ ବିଦ୍ୟାର୍ଥୀ ଗୁରୁବାର ଦ୍ୱିତୀୟ ଥର ଆସାମର ରୂପାଲି ବରୁଆଙ୍କ ସହ ବିବାହ କରିଛନ୍ତି । ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ସମୟରେ ଅଭିନେତାଙ୍କ ପ୍ରଥମ ପତ୍ନୀଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି। ଜାଣନ୍ତୁ ସେ କଣ କହିଛନ୍ତି,

ଆଶିଷ ବିଦ୍ୟାର୍ଥୀଙ୍କ ଦ୍ୱିତୀୟ ବିବାହରେ ପ୍ରତିକ୍ରିୟା ରଖିଲେ ପ୍ରଥମ ପତ୍ନୀ,

author img

By

Published : May 26, 2023, 6:08 PM IST

ମୁମ୍ବାଇ: 2ୟ ବିବାହକୁ ନେଇ ଚର୍ଚ୍ଚାରେ ବଲିଉଡ ଅଭିନେତା ଆଶିଷ ବିଦ୍ୟାର୍ଥୀ । 60 ବର୍ଷ ବୟସରେ ବଲିଉଡର ଲୋକପ୍ରିୟ ଭିଲେନ୍ ଆଶିଷ ବିଦ୍ୟାର୍ଥୀ ଆସାମର ରୂପାଲି ବରୁଆଙ୍କୁ ବିବାହ କରିଛନ୍ତି । ଉଭୟଙ୍କ ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଉଭୟଙ୍କୁ ଫ୍ୟାନ୍ସ ପସନ୍ଦ କରିବା ସହ ପ୍ରତିକ୍ରିୟାରେ ଶୁଭେଚ୍ଛା ଜଣାଉଛନ୍ତି। ଏହାରି ମଧ୍ୟରେ ବର୍ତ୍ତମାନ ଆଶୀଷଙ୍କ ପ୍ରଥମ ପତ୍ନୀ ରାଜୋଶି ଓରଫ ପିଲୁ ବିଦ୍ୟାର୍ଥୀ ତାଙ୍କ ବିବାହକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି । ସୋସିଆଲ ମିଡିଆରେ ଏକ କ୍ରିପ୍ଟିକ୍ ପୋଷ୍ଟ ସେୟାର କରି ଶିରୋନାମାରେ ରହିଛନ୍ତି ।

ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ରାଜୋଶୀ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, 'ଅଧିକ ଚିନ୍ତା, ଏବଂ ସନ୍ଦେହ ବର୍ତ୍ତମାନ ଆପଣଙ୍କ ମନରୁ ବାହାରି ଯାଇପାରେ । ସ୍ୱଚ୍ଛତା ଦ୍ୱନ୍ଦ୍ୱକୁ ବଦଳାଇପାରେ । ଶାନ୍ତିରେ ତୁମ ଜୀବନ ବିତିଯାଉ । ତୁମେ ବହୁତ ଶକ୍ତିଶାଳୀ ହୋଇଛ, ତୁମର ଆଶୀର୍ବାଦ ଗ୍ରହଣ କରିବାର ସମୟ ଆସିଛି । ତୁମେ ଏହାର ଯୋଗ୍ୟ ଅଟ ।'

ଆଶିଷ ବିଦ୍ୟାର୍ଥୀଙ୍କ ଦ୍ୱିତୀୟ ବିବାହରେ ପ୍ରତିକ୍ରିୟା ରଖିଲେ ପ୍ରଥମ ପତ୍ନୀ

ଅନ୍ୟ ଏକ ନୋଟରେ ସେ କହିଛନ୍ତି, 'ସଠିକ୍ ବ୍ୟକ୍ତି ଆପଣଙ୍କୁ ପଚାରିବେ ନାହିଁ ଯେ ଆପଣ ସେମାନଙ୍କ ପାଇଁ କ’ଣ ଗୁରୁତ୍ବ ରଖନ୍ତି । ସେମାନେ ଏଭଳି କିଛି କରିବେ ନାହିଁ ଯେଉଁଥିରେ ଆପଣଙ୍କୁ କଷ୍ଟ ହେଉଥିବ । ରାଜୋଶି ନିଜ ଫଟୋ ସହ ଅନ୍ୟ ଏକ ପୋଷ୍ଟ ସେୟାର କରିଛନ୍ତି, ଯେଉଁଥିରେ କ୍ୟାପସନ୍ ଦିଆଯାଇଛି, 'ଜୀବନର ରହସ୍ୟରେ ଫଶ ନାହିଁ ।'

ସୂଚନା ଥାଉ କି, ରାଜୋଶି ଭେଟେରାନ୍ ବଙ୍ଗୀୟ ଅଭିନେତ୍ରୀ ଶକୁନ୍ତଲା ବରୁଆଙ୍କ ଝିଅ ଅଟନ୍ତି । ସେ ଆଶିଷ ବିଦ୍ୟାର୍ଥୀ ଏବଂ ଆସୋସିଏଟ୍ସର ସହ-ପ୍ରତିଷ୍ଠାତା ମଧ୍ୟ ଅଟନ୍ତି । ଆଶିଷ ଏବଂ ତାଙ୍କର ପ୍ରଥମ ପତ୍ନୀ ରାଜୋଶୀଙ୍କର ଅର୍ଥ ବିଦ୍ୟାର୍ଥୀ ଏକ 23 ବର୍ଷୀୟ ପୁଅ ଅଛି । ସେପଟେ ପରିବାର ସଦସ୍ୟ ଏବଂ ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ଗୁରୁବାର ଆଶିଷ ବିଦ୍ୟାର୍ଥୀ ରୂପାଲିଙ୍କୁ କୋର୍ଟରେ ବିବାହ କରିଛନ୍ତି । ରୂପାଲି ବର୍ତ୍ତମାନ କୋଲକାତାରେ ଏକ ପ୍ରତିଷ୍ଠିତ ଫ୍ୟାଶନ ହାଉସ ସହ କାମ କରୁଛନ୍ତି । ବିବାହରେ କେରଳ ଏବଂ ଆସାମର ପରମ୍ପରାକୁ ଅନୁସରଣ କରି ଉଭୟ ପରସ୍ପରକୁ ସ୍ୱାମୀ-ସ୍ତ୍ରୀ ଭାବରେ ଗ୍ରହଣ କରିଛନ୍ତି ।

ବଲିଉଡ ଚଳଚ୍ଚିତ୍ରରେ ଖଳନାୟକ ଭୂମିକାରେ ଅଭିନୟ କରି ବେଶ ପ୍ରତିଷ୍ଠା ଲାଭ କରିଛନ୍ତି ଆଶିଷ । ଖାଲି ବଲିଉଡ ନୁହେଁ ତେଲୁଗୁ, ତାମିଲ, କନ୍ନଡ ମାଲାୟାଲାମ, ମରାଠୀ ଏବଂ ବଙ୍ଗଳା ଭଳି ବହୁ ଭାଷାଭାଷୀ ପ୍ରାୟ 30ରୁ ଅଧିକ ଫିଲ୍ମରେ ଅଭିନୟ କରି ଜାତୀୟ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । ନିକଟରେ ଆଶିଷ ଅର୍ଜନ କପୁର ଓ ତବୁଙ୍କ ଫିଲ୍ମ 'କୁତେ'ରେ ନଜର ଆସିଥିଲେ ଆଶିଷ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.