ETV Bharat / entertainment

Asha Bhosle Biography: 89 ବର୍ଷରେ ପାଦ ଥାପିଲେ ସଙ୍ଗୀତର ଯୁଗସ୍ରଷ୍ଟା ଆଶା ଭୋସଲେ

author img

By

Published : Sep 8, 2022, 1:30 PM IST

ଆଜି ହେଉଛି କଣ୍ଠଶିଳ୍ପୀ ଆଶା ଭୋସଲେଙ୍କ ଜନ୍ମଦିନ । 89ତମ ଜନ୍ମଦିନରେ ଆସନ୍ତୁ ଜାଣିବା ଆଶା ଭୋସଲେଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କରେ । ଅଧିକ ପଢନ୍ତୁ

89 ବର୍ଷରେ ପାଦ ଥାପିଲେ ସଙ୍ଗୀତର ଯୁଗସ୍ରଷ୍ଟା ଆଶା ଭୋସଲେ

ମୁମ୍ବାଇ: ତାଙ୍କର କିଛି ପରିଚୟର ଆବଶ୍ୟକତା ନାହିଁ, ତାଙ୍କ କଣ୍ଠ ହିଁ ତାଙ୍କର ପରିଚୟ । ତାଙ୍କ ଗୀତ ବାଜିଲେ ଆଖି ବନ୍ଦ କରି ବି ଜଣେ କହିଦେବେ ତାଙ୍କ ନାଁ । କେବଳ ସେତିକି ନୁହେଁ, ଭାରତୀୟ ସଙ୍ଗୀତ ଜଗତରେ ଏକ ନୂଆ ଯୁଗର ଶିଳାନ୍ୟାସ କରିଥିଲେ ସେ । ସତରେ ତାଙ୍କ ସ୍ୱରରେ ଏମିତି କିଛି ଯାଦୁ ରହିଛି, ଯେଉଁଥିପାଇଁ ଏବେ ବି ତାଙ୍କ ଗୀତ ଶୁଣିବାକୁ ଲୋକମାନଙ୍କ ମଧ୍ୟରେ ସେହି ଜୋଶ ଦେଖିବାକୁ ମିଳେ । ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ଆମ ସମସ୍ତଙ୍କର ପ୍ରିୟ, ଆଶା ଭୋସଲେ । ଆଜି ହେଉଛି କଣ୍ଠଶିଳ୍ପୀ ଆଶା ଭୋସଲେଙ୍କ ଜନ୍ମଦିନ ।

ଆଶା ଭୋସଲେ ଏବଂ ଲତା ମଙ୍ଗେସକର
ଆଶା ଭୋସଲେ ଏବଂ ଲତା ମଙ୍ଗେସକର

ଆଶା ଭୋସଲେ ସିନେମା ଜଗତରେ ସେ ସଭିଙ୍କ ପ୍ରିୟ ଆଶା ତାଇ । 1933 ମସିହାରେ ଜନ୍ମ ଗ୍ରହଣ କରିଥିବା ଆଶା ଆଜି 89 ବର୍ଷ ବୟସରେ ପାଦ ଥାପିଛନ୍ତି । ଜଣେ ସଫଳ ପ୍ରଚ୍ଛଦପଟ ଗାୟିକା ଓ ଉଦ୍ୟୋଗୀ ଭାବେ ପରିଚୟ ହାସଲ କରିଥିବା ଆଶା କିନ୍ତୁ ମୁଖ୍ୟତଃ ନିଜ ସଙ୍ଗୀତ ପାଇଁ ଲୋକଙ୍କ ପାଖରେ ଆଦୃତି ହାସଲ କରିଛନ୍ତି । ହିନ୍ଦୀ ସିନେମା ବ୍ୟତୀତ ସେ ଅନେକ ଆଲବମରେ ମଧ୍ୟ କଣ୍ଠଦାନ କରିଛନ୍ତି । ତେବେ କେବଳ ଭାରତ ନୁହେଁ ବିଦେଶରେ ମଧ୍ୟ ତାଙ୍କର ରହିଛି ସ୍ବତନ୍ତ୍ର ପରିଚୟ ।

ଏକାଧାରରେ ସେ ଜଣେ ସିନେମା, ପପ୍‌, ଗଜଲ, ଭଜନ, ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ, କୱାଲି, ଲୋକ ସଙ୍ଗୀତ ଓ ରବିନ୍ଦ୍ର ସଙ୍ଗୀତଜ୍ଞ । ନିଜ ଜୀବନ କାଳରେ ସେ ପ୍ରାୟ 20ରୁ ଊର୍ଦ୍ଧ୍ବ ଭାଷାରେ ଅତି ନିଖୁଣ ଭାବେ କଣ୍ଠଦାନ କରିଛନ୍ତି । ସଙ୍ଗୀତ ବ୍ୟତୀତ ସେ ଅଭିନୟରେ ମଧ୍ୟ ନିଜ ଭାଗ୍ୟ ପରୀକ୍ଷା କରିଥିଲେ । 2013 ମସିହାରେ ‘ମାଇ’ ଚଳଚ୍ଚିତ୍ରରେ ସେ ମା’ ଭୂମିକାରେ ପଦାର୍ପଣ କରିଥିଲେ । ହେଲେ ଚଳଚ୍ଚିତ୍ରରେ ତାଙ୍କ ଅଭିନୟ ନେଇ ତାଙ୍କୁ ଅନେକ ସମାଲୋଚନାର ଶିକାର ହେବାକୁ ପଡିଥିଲା ।

ଅନେକ ଫିଲ୍ମ ଫେୟାର ଆୱାର୍ଡ (Asha Bhosle Filmfare Awards)

ପୁରସ୍କାର ସହିତ ଆଶା ଭୋସଲେ
ପୁରସ୍କାର ସହିତ ଆଶା ଭୋସଲେ

ଆଶା ଭୋସଲେଙ୍କ ଅନେକ ଗୀତ ମଧ୍ୟରୁ 18ଟି ନୋମିନୋସନ ହୋଇଥିଲା, ସେଥିରୁ 7 ଟି ଫିଲ୍ମଫେୟାର ପୁରସ୍କାର ଜିତିବାରେ ସଫଳ ହୋଇଥିଲା । ସେ 1967 ଏବଂ 1968 ରେ ତାଙ୍କର ପ୍ରଥମ ଦୁଇଟି ପୁରସ୍କାର ଜିତିଥିଲେ । 2006 ମସିହା ସୁଦ୍ଧା ସେ 12 ହଜାର ସଙ୍ଗୀତ ପାଇଁ କଣ୍ଠଦାନ କରିସାରିଥିଲେ । ଆଉ ଆଜିର ତାରିଖରେ ଏହି ସଂଖ୍ୟା ଯେ କେଉଁ ନୂଆ ମାଇଲଖୁଣ୍ଟରେ ପହଞ୍ଚି ସାରିଥିବ, ତାହା ଆମର କଳ୍ପନା ବାହାରେ । ସର୍ବାଧିକ ସୋଲୋ ସଙ୍ଗୀତ ବା ବ୍ୟକ୍ତିଗତ ସଙ୍ଗୀତ ପାଇଁ ରେକର୍ଡିଂ କରିଥିବାରୁ 2011 ମସିହାରେ ତାଙ୍କ ନାମ ଗିନିଜ ବୁକ ଅଫ ୱାର୍ଲଡ ରେକର୍ଡରେ ସ୍ଥାନିତ ହୋଇଥିଲା । ଏହା ବ୍ୟତୀତ ସଙ୍ଗୀତ ଜଗତରେ ତାଙ୍କର ନିଷ୍ଠାପର ସାଧନା ପାଇଁ ଭାରତ ସରକାରଙ୍କ ଦ୍ବାରା 2000 ମସିହାରେ ତାଙ୍କୁ ଦାଦା ସାହେବ ଫାଲକେ ପୁରସ୍କାର ଓ 2008 ମସିହାରେ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନୀତ କରାଯାଇଥିଲା ।

ଆଶା ଭୋସଲେଙ୍କ ବ୍ୟକ୍ତିଗତ ଜୀବନ (Asha Bhosle Biography and Personal Life)

ଭାଇ ଭଉଣୀଙ୍କ ସହ ଆଶା ଭୋସଲେ
ଭାଇ ଭଉଣୀଙ୍କ ସହ ଆଶା ଭୋସଲେ

ଆଶା ଭୋସଲେଙ୍କ ବିଷୟରେ କୁହାଯାଏ ଯେ, ସେ ପିଲାଦିନରୁ ବହୁତ ଚଞ୍ଚଳ ଏବଂ ଦୁଷ୍ଟ ଥିଲେ । ମାତ୍ର 16 ବର୍ଷ ବୟସରେ, ସେ 31 ବର୍ଷ ବୟସ୍କ ପ୍ରେମିକ ଗଣପତ ରାଓ ଭୋସଲେଙ୍କ ସହିତ ଘରୁ ପଳାଇ ପୁରା ପରିବାରର ଇଚ୍ଛା ବିରୁଦ୍ଧରେ ବିବାହ କରିଥିଲେ । ଅବଶ୍ୟ, 1960ରେ ଦୁହେଁ ପରସ୍ପରଠାରୁ ଅଲଗା ହୋଇ ଛାଡପତ୍ର ନେଇଥିଲେ । ସେମାନଙ୍କର ତିନୋଟି ସନ୍ତାନ ଅଛନ୍ତି ।

ଆଶା ଭୋସଲେ 1960ରୁ 1980 ମଧ୍ୟରେ ସଙ୍ଗୀତ କ୍ଷେତ୍ରରେ ନିଜର ପରିଚୟ ସୃଷ୍ଟି କରିଥିଲେ । ଧିରେ ଧିରେ ସେ ସଂଗୀତକାର ରାହୁଲ ଦେବ ବର୍ମନଙ୍କ ନିକଟତର ହେବାକୁ ଲାଗିଲେ । ଉଭୟ ରାହୁଲ ଏବଂ ଆଶାଙ୍କ ପ୍ରଥମ ବିବାହ ଅସଫଳ ପ୍ରମାଣିତ ହୋଇଥିଲା ଏବଂ ଉଭୟ ଛାଡପତ୍ର ନେଇଥିଲେ । ପୁଣି ଥରେ ଆଶା ରାହୁଲ ଦେବ ବର୍ମନଙ୍କୁ ବିବାହ କଲେ । ଆଶା ଏବଂ ରାହୁଲ ନିଜ ସମ୍ପର୍କକୁ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ନିଭାଇଥିଲେ । ରାହୁଲ ଦେବ ବର୍ମନଙ୍କର 4 ଜାନୁଆରୀ 1994ରେ ମୃତ୍ୟୁ ହୋଇଥିଲା।

ଆଶା ଜୀଙ୍କର କିଛି ଅଭୁଲା ସଙ୍ଗୀତ

ଆଶା ଭୋସଲେଙ୍କ ସବୁଠାରୁ ଚର୍ଚ୍ଚିତ ଓ ଲୋକପ୍ରିୟ ସଙ୍ଗୀତ ମଧ୍ୟରେ ଏହା ଅନ୍ୟତମ । ଏହି ଗୀତ ମଧ୍ୟରେ ରହିଛି ଚୁରା ଲିୟା ହୈ ତୁମନେ, ପିୟା ତୁ ଅବ ତୋ ଆଜା, ଇନ୍‌ତେହାଁ ହୋ ଗୟୀ, ୟେ ମେରା ଦିଲ, ଦିଲ ଚିଜ୍‌ କ୍ୟା ହେ, ଦୋ ଲଫଜୋଁ କି ହେ, ଦମ ମାରୋ ଦମ୍‌, ଏକ ମେଁ ଔର ଏକ ତୁ, ମୁଝେ ରଙ୍ଗ ଦେ ଇତ୍ୟାଦି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.