ETV Bharat / entertainment

Tiger 3 Advance Booking: ଆଡଭାନ୍ସ ବୁକିଂରେ ରେକର୍ଡ, ୩ଦିନରେ ୮କୋଟି ଉପରେ କଲାଣି ଆୟ

author img

By ETV Bharat Odisha Team

Published : Nov 8, 2023, 1:53 PM IST

ଆଡଭାନ୍ସ ବୁକିଂରେ ଟାଇଗର ୩ ଏକ ରେକର୍ଡ ପୂର୍ବକ ସଫଳତା ହାସଲ କରିଛି । ଏହି ଚଳଚ୍ଚିତ୍ର ଏହାର ପ୍ରଥମ ତିନି ଦିନରେ ଆଡଭାନ୍ସ ଟିକେଟ୍ ବିକ୍ରି କ୍ଷେତ୍ରରେ ଆନୁମାନିକ ୮ କୋଟି ଟଙ୍କା ରୋଜଗାର କରିସାରିଲାଣି । ଅଧିକ ପଢନ୍ତୁ

ଆଡଭାନ୍ସ ବୁକିଂରେ ରେକର୍ଡ, ୩ଦିନ ମଧ୍ୟରେ ୮କୋଟି ଉପରେ କଲାଣି ଆୟ

ହାଇଦ୍ରାବାଦ: ଦିପାବଳୀରେ ଟାଇଗର ୩ ସହ ଧମାକା କରିବାକୁ ପ୍ରସ୍ତୁତ ଅଛନ୍ତି ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫ । ଉଭୟ ଷ୍ଟାରର ବହୁ ପ୍ରତିକ୍ଷୀତ ଫିଲ୍ମ ଟାଇଗର ୩ କୁ ନେଇ ଫ୍ୟାନ୍ସ ମଧ୍ୟ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ବର୍ତ୍ତମାନ ଫିଲ୍ମର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଥିବା ବେଳେ ରିଲିଜ ପୂର୍ବରୁ ଫିଲ୍ମ ସଫଳତା ହାସଲ କରିସାରିଲାଣି । ଆଡଭାନ୍ସ ବୁକିଂର ୩ ଦିନ ମଧ୍ୟରେ ଫିଲ୍ମ ୮ କୋଟି ଆୟ କରିସାରିଲାଣି ।

ଟ୍ରେଡ୍‌ ଆନାଲିଷ୍ଟ ତରଣ ଆଦର୍ଶଙ୍କ ଅନୁୟାୟୀ, ରବିବାରଠାରୁ ବୁଧବାର ସକାଳ ୯.୩୦ ସୁଦ୍ଧାର ନ୍ୟାସନାଲ ଚେନର ଡାଟା ସେୟାର କରିଛନ୍ତି । PVR Inoxରେ ୮୪, ୬୩୬ ଓ Cinepolisରେ ୧୭, ୮୩୮ ଟିକେଟ୍ ବିକ୍ରି ହୋଇସାରିଛି । ତେବେ ୩ଦିନ ମଧ୍ୟରେ ମୋଟ ୧ ଲକ୍ଷ ୨ହଜାର ୪୭୪ ଟିକେଟ ବିକ୍ରି ହୋଇସାରିଲାଣି । କେବଳ ଏତିକି ନୁହେଁ, ବିଏମ୍ଏସ୍ ଅନୁଯାୟୀ 12 ମଧ୍ୟରାତ୍ର ପର୍ଯ୍ୟନ୍ତ 2 ଲକ୍ଷ 79 ହଜାର 600 ଟିକେଟ୍ ବୁକ୍ ହୋଇସାରିଛି । ଏହି କ୍ରମରେ ଫିଲ୍ମ ୩ ଦିନ ମଧ୍ୟରେ ମୋଟ ୮.୦୧ କୋଟି ଆୟ କରିସାରିଲାଣି ।

ସୂଚନା ଥାଉ କି, YRF ସ୍ପାଏ ୟୁନିଭର୍ସ ଚଳଚ୍ଚିତ୍ରର ଅତ୍ୟଧିକ ଚାହିଦା ହେତୁ ଟାଇଗର 3 ପ୍ରେକ୍ଷାଳୟରେ ଦିନକୁ 24 ଘଣ୍ଟା, ସପ୍ତାହରେ ସାତ ଦିନ ପ୍ରଦର୍ଶିତ ହେବାର କାର୍ଯ୍ୟକ୍ରମ ରହିଛି । ଏହା ଅହମ୍ମଦାବାଦ ଏବଂ ମଧ୍ୟ ପୂର୍ବ ଅଞ୍ଚଳରେ ଦିନରାତି ଫିଲ୍ମ ସ୍କ୍ରିନ କରିବାର ଯୋଜନା ରହିଛି । ଲକ୍ଷ୍ମୀ ପୂଜା ପରେ ଅହମ୍ମଦାବାଦର ସିନେଷ୍ଟାର ମିନିପ୍ଲେକ୍ସରେ ସକାଳ 2 ଟାରେ ସ୍କ୍ରିନିଂ ଆରମ୍ଭ କରାଯିବ । ସେପଟେ ଦୁବାଇର ମିର୍ଦିଫର ଭକ୍ସ ସିନେମା ହଲରେ ଏହା ସକାଳ 12:05 ରେ ପ୍ରଦର୍ଶିତ ହେବ, ସାଉଦି ଆରବର ରିୟାଦର ନଖିଲ ମଲରେ ଟାଇଗର 3 କୁ ସକାଳ 2 ରେ ସ୍କ୍ରିନ କରାଯିବ ।

ଏହା ମଧ୍ୟ ପଢନ୍ତୁ: ଜବାନ ରେକର୍ଡ ଭାଙ୍ଗିବାକୁ ପ୍ରସ୍ତୁତ ଟାଇଗର ୩, ଗୋଟିଏ ଦିନରେ ଏତିକି କୋଟି କଲା ଆୟ

ସେପଟେ 'ଟାଇଗର ୩ 'ପାଇଁ ଟିକେଟ୍ ଆଡଭାନ୍ସ ବୁକିଂ ଯେପରି ହେଉଛି ତାହା ଉପରେ ଆଧାର କରି ଏହା ସ୍ପଷ୍ଟ ଭାବରେ କୁହାଯାଇପାରେ ଯେ, ସଲମାନ ଖାନଙ୍କ ଫିଲ୍ମ ଏହି ଦିୱାଲୀରେ ଧମାକା କରିବାକୁ ପ୍ରସ୍ତୁତ । କେବଳ ଏତିକି ନୁହେଁ, 'ଟାଇଗର ୩ ସଲମାନ ଖାନଙ୍କ ଚଳଚ୍ଚିତ୍ର କ୍ୟାରିୟରର ସବୁଠାରୁ ବଡ଼ ଓପନର୍ ହୋଇପାରେ ବୋଲି ମଧ୍ୟ ଅନୁମାନ କରାଯାଉଛି । 12 ନଭେମ୍ବରରେ ଦୀପାବଳି ଅବସରରେ 'ଟାଇଗର 3' ବଡ ପରଦାରେ ମୁକ୍ତିଲାଭ କରିବ । ଫିଲ୍ମରେ ସଲମାନ ଖାନ, କ୍ୟାଟ୍ରିନା କୈଫଙ୍କ ସମେତ ଇମ୍ରାନ ହାସମୀଙ୍କୁ ଦେଖିବାକୁ ମିଳିବ । ଇମ୍ରାନ ଏହି ଫିଲ୍ମରେ ଖଳନାୟକ ଭୂମିକାରେ ନଜର ଆସିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.