ହାଇଦ୍ରାବାଦ: ବଲିଉଡ ସୁପରଷ୍ଟାର ରଣବୀର ସିଂ ଗତକାଲି ତାଙ୍କର 38 ତମ ଜନ୍ମଦିନ ପାଳନ କରିଛନ୍ତି । ରଣବୀର ସିଂଙ୍କୁ ଜନ୍ମଦିନରେ ତାଙ୍କ ବନ୍ଧୁ ତଥା ବଲିଉଡ ସେଲିବ୍ରିଟିମାନେ ଶୁଭେଚ୍ଛା ବାର୍ତ୍ତା ପଠାଉଛନ୍ତି । ଏହି କ୍ରମରେ କରଣ ଜୋହର, ଅର୍ଜୁନ କପୁର ଏବଂ ସାରା ଅଲି ଖାନଙ୍କ ସମେତ ଅନେକ ପ୍ରଶଂସକ ତାଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି । ଏଥି ସହିତ କରଣ ଏବଂ ଅର୍ଜୁନ ରଣବୀର ସିଂଙ୍କୁ ଏକ ଖାସ୍ ଅନ୍ଦାଜରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।
- " class="align-text-top noRightClick twitterSection" data="
">
ରଣବୀର ସିଂଙ୍କୁ ଜନ୍ମଦିନରେ ଅଭିନନ୍ଦନ ଜଣାଇ ଅର୍ଜୁନ କପୁର ଲେଖିଛନ୍ତି, 'ବଡ ପରଦାର ଜଣେ ବଡ ଭିଲେନଙ୍କୁ ଜନ୍ମଦିନର ଶୁଭେଚ୍ଛା, ଜଣେ ଭିଲେନକୁ ଅନ୍ୟ ଭିଲେନର ନମସ୍କାର.. ହାପି ବାର୍ଥ ଡେ' ବାବା ରଣବୀର ସିଂ । ଅର୍ଜୁନ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ରଣବୀର ସିଂ ଏବଂ ଅର୍ଜୁନଙ୍କ ଅଧା ଚେହେରା ଦୃଶ୍ୟମାନ ହେଉଛି । ରଣବୀରଙ୍କ ଏହି ଲୁକ୍ ଫିଲ୍ମ 'ପଦ୍ମାବତ'ର ହୋଇଥିବାବେଳେ ଅର୍ଜୁନଙ୍କ ଲୁକ୍ ଏକ ଭିଲେନ୍ ରିଟର୍ନର ।
![ରଣବୀରଙ୍କୁ ଓ୍ବିଶ୍ କଲେ ସାରା](https://etvbharatimages.akamaized.net/etvbharat/prod-images/15749616_2.png)
ରଣବୀର ସିଂଙ୍କ ଫିଲ୍ମ 'ସିମ୍ବା'ର ସହ-ଅଭିନେତ୍ରୀ ସାରା ଅଲି ଖାନ ମଧ୍ୟ ନିଜ ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ରଣବୀର ସିଂଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ସାର ଅଲି ଖାନ ଲେଖିଛନ୍ତି, 'ଜନ୍ମଦିନର ଶୁଭେଚ୍ଛା ମୋ ଷ୍ଟାଇଲ୍ ଆଇକନ୍' ଏବଂ ବଲିଉଡ କିଙ୍ଗ '।
![ରଣବୀରଙ୍କୁ ଓ୍ବିଶ୍ କଲେ କରଣ](https://etvbharatimages.akamaized.net/etvbharat/prod-images/15749616_1.png)
ଏଥିସହିତ ଚଳଚ୍ଚିତ୍ର ନିର୍ମାତା କରଣ ଜୋହର ରଣବୀର ସିଂଙ୍କୁ ତାଙ୍କ ଜନ୍ମଦିନରେ ଅଭିନନ୍ଦନ ଜଣାଇବା ସହ ରଣବୀରଙ୍କ ଏକ ଫଟୋ ତାଙ୍କ ଇନଷ୍ଟା ଷ୍ଟୋରୀରେ ସେୟାର କରି ଲେଖିଛନ୍ତି, 'ରକି ହାପି ବାର୍ଥ ଡେ', ଜୁଗ୍-ଜୁଗ୍ ଜିଓ.. ରାନୀ ତୁମକୁ ଓ୍ବିଶ୍ କରିଛନ୍ତି ?
ଏହି ପୋଷ୍ଟରେ କରଣ ଜୋହର ଆଲିଆ ଭଟ୍ଟଙ୍କୁ ରାନୀ ବୋଲି କହୁଛନ୍ତି । କାରଣ କରଣ ଜୋହର ଫିଲ୍ମ ରକି ଔର ରାନୀ କି ପ୍ରେମ କାହାଣୀର ନିର୍ଦ୍ଦେଶନା ଦେଉଛନ୍ତି, ଯେଉଁଥିରେ ଆଲିଆଙ୍କ ଚରିତ୍ରର ନାମ ରାନୀ । ଏହି ଚଳଚ୍ଚିତ୍ରରେ ରଣବୀର ସିଂ ରକି ଭୂମିକାରେ ଅଭିନୟ କରୁଛନ୍ତି। ଏଥି ସହିତ ରଣବୀର ସିଂ ତାଙ୍କ ଜନ୍ମଦିନରେ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ତାଙ୍କର ମଜାଳିଆ ଲୁକ୍ ଦୃଶ୍ୟମାନ ହେଉଛି । ଏହି ଫଟୋରେ ରଣବୀର ସିଂ ସାର୍ଟଲେସ୍ ଅଛନ୍ତି । ଏହି ଫଟୋ ସେୟାର କରି ରଣବୀର ସିଂ ଲେଖିଛନ୍ତି, ପିକ୍ ମି... ବାର୍ଥ ଡେ' ... ସେଲଫି ... ଲଭ୍ ୟୁ। ' ରଣବୀରଙ୍କ ଏହି ପୋଷ୍ଟରେ ପ୍ରଶଂସକମାନେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି।
- " class="align-text-top noRightClick twitterSection" data="
">
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ