ହାଇଦ୍ରାବାଦ: ବଲିଉଡ ଫିଲ୍ମ ନିର୍ମାତା ତଥା ଅଭିନେତା ଅରବାଜ ଖାନ ନିଜ ପ୍ରେମିକା ଶୌରା ଖାନଙ୍କ ସହ ବିବାହ କରିଛନ୍ତି । ଏହି ଯୋଡ଼ି ୨୪ ଡିସେମ୍ବର ୨୦୨୩ରେ ପରସ୍ପରର ଜୀବନସାଥୀ ହୋଇଛନ୍ତି । ଏହି ବିବାହ ସମାରୋହ ତାଙ୍କ ଉଭଣୀ ଅର୍ପିତା ଖାନଙ୍କ ଘରେ ଆୟୋଜିତ ହୋଇଥିବା ବେଳେ ପରିବାର ସମେତ ଅନେକ ବଲିଉଡ ତାରକା ଏଥିରେ ଯୋଗ ଦେଇଥିଲେ । ଏହି ସମୟରେ ପୁରା ପରିବାର ଧୁମଧାମରେ ସେଲିବ୍ରେସନ୍ କରିଥିବା ବେଳେ ବର୍ତ୍ତମାନ ଏହାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଅରବାଜଙ୍କ ବିବାହରେ ସଲମାନ ଖାନ ତାଙ୍କ ଭାଇଙ୍କ ବିବାହରେ ଖୁବ ଉପଭୋଗ କରିଛନ୍ତି । ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ଶୌରାଙ୍କ ସହ ନାଚୁଥିବା ଦେଖିବାକୁ ମିଳିଛି । ସଲମାନ ଶୌରା, ଅରହାନ ଏବଂ ଅନ୍ୟମାନଙ୍କ ସହ 'ଦିଲ ଦିଆ ଗଲା' ଗୀତରେ ଠୁମକା ଲଗାଉଥିବାର ନଜର ଆସିଛନ୍ତି । ଯାହାର ଭିଡିଓ ଏବେ ବେଶ ଭାଇରାଲ ହେବାରେ ଲାଗିଛି । ସେହିପରି ଆଉ ଏକ ଭିଡିଓରେ ଅରବାଜଙ୍କ ପୁଅ ଅରହାନ ତାଙ୍କ ବିବାହ ଉତ୍ସବ ପାଳନ କରୁଥିବା ଦେଖିବାକୁ ମିଳିଛି ।
ଏକ ଭିଡିଓରେ ଅରବାଜ ଏବଂ ପତ୍ନୀ ଶୌରାଙ୍କ ସହ କେକ କାଟି ବିବାହ ସେଲିବ୍ରେସନ କରୁଥିବା ନଜର ଆସିଛନ୍ତି । ଏହି ସମୟରେ ଅରହାନ ମଧ୍ୟ ତାଙ୍କ ବାପାଙ୍କ ସହ ନଜର ଆସିଛନ୍ତି । ସେହିପରି ଆଉ ଏକ ଭିଡିଓରେ ଅରହାନ ବାପା ଅରବାଜଙ୍କ ସହ ଗୀତ ଗାଉଥିବାର ନଜର ଆସିଛନ୍ତି । ଦବଙ୍ଗ ଫିଲ୍ମର ଗୀତ ତେରେ ମସ୍ତ ମସ୍ତ ଦୋ ନେନ୍ ଗୀତରେ ବାପା ଅରବାଜଙ୍କ ସହ ତାଳରେ ତାଳ ମିଳାଇଥିଲେ ଅରହାନ । ଏଥିସହ ଅରହାନ ନୂଆ ମା'ଙ୍କ ସହ ନାଚୁଥିବାର ମଧ୍ୟ ଦେଖିବାକୁ ମିଳିଛି ।
ଏହା ମଧ୍ୟ ପଢନ୍ତୁ: ଦ୍ବିତୀୟ ବିବାହ କଲେ ଅରବାଜ ଖାନ, ପ୍ରେମିକା ଶୌରା ଖାନଙ୍କୁ କଲେ ସାତ ଜନ୍ମର ସାଥୀ
ସୂଚନା ଥାଉ କି, ୧୯୯୮ରେ ଅରବାଜ ଖାନ ମଲାଇକା ଆରୋରାଙ୍କୁ ବିବାହ କରିଥିଲେ । ପ୍ରାୟ ୧୯ ବର୍ଷ ପରେ ୨୦୧୬ରେ ଉଭୟ ଅଲଗା ହୋଇଥିଲେ । ଅଲଗା ହେବା ପରେ ସେମାନେ ୨୦୧୭ରେ ଛାଡ଼ପତ୍ର ନେଇଥିଲେ । ଉଭୟଙ୍କ ଏକ ପୁଅ ଅରହାନ ଖାନ ରହିଛନ୍ତି । ମଲାଇକାଙ୍କଠାରୁ ଅଲଗା ହେବା ପରେ ଅରବାଜ ଜର୍ଜିଆ ଆଣ୍ଡ୍ରିଆନି ସହ ଦୀର୍ଘ ସମୟ ଧରି ଡେଟ କରୁଥିଲେ । ଜର୍ଜିଆ ପରେ, ଅରବାଜ ଶୌରାଙ୍କୁ ଡେଟ କରିଥିଲେ । କୁହାଯାଉଛି ଯେ ରବିନା ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ତାଙ୍କ ନୂଆ ଚଳଚ୍ଚିତ୍ର 'ପାଟନା ଶୁକ୍ଲା'ର ସୁଟିଂ କରୁଥିବାବେଳେ ଅରବାଜ ଶୌରାଙ୍କୁ ଭେଟିଥିଲେ । ସେଠାରୁ ହିଁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହେଲା । ତେବେ ବର୍ତ୍ତମାନ ଉଭୟ ବିବାହ କରିଛନ୍ତି ।