ETV Bharat / entertainment

ରିମିକ୍ସ ସଂସ୍କୃତିକୁ ନେଇ ନେହାଙ୍କ ଉପରେ ରାଗିଲେ ଏଆର ରେହମାନ

author img

By

Published : Sep 28, 2022, 12:33 PM IST

ଲୋକପ୍ରିୟ ଗାୟିକା ଫାଲଗୁନି ପାଠକ ଏବଂ ନେହା କକ୍କର ବିବାଦ ପରେ ବର୍ତ୍ତମାନ ସଙ୍ଗୀତ ନିର୍ଦ୍ଦେଶକ ଏ.ଆର୍‌ ରେହମାନଙ୍କ ବୟାନ ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ

ରିମିକ୍ସ ସଂସ୍କୃତିକୁ ନେଇ ମୁହଁ ଖୋଲିଲେ ଏଆର ରେହମାନ, କହିଲେ- ଆପଣ କିଏ...

ହାଇଦ୍ରାବାଦ: ଲୋକପ୍ରିୟ ଗାୟିକା ଫାଲଗୁନି ପାଠକ ଏବଂ ନେହା କକ୍କର ବିବାଦ ପରେ ବର୍ତ୍ତମାନ ସଙ୍ଗୀତ ନିର୍ଦ୍ଦେଶକ ଏ.ଆର୍‌ ରେହମାନଙ୍କ ବୟାନ ସାମ୍ନାକୁ ଆସିଛି । ଏ.ଆର୍ ରେହମାନ ରିମିକ୍ସ ସଂସ୍କୃତି ଉପରେ ଖୋଲାଖୋଲି ଭାବେ ନିଜର ପ୍ରତିକ୍ରିୟା ରଖିଛନ୍ତି । ତେବେ ସେ ନେହା କକ୍କରଙ୍କ ନାଁ ନନେଇଥିଲେ ମଧ୍ୟ ତାଙ୍କ ପ୍ରତିକ୍ରିୟାରୁ ସେ ନେହାଙ୍କୁ ଟାର୍ଗେଟ କରୁଥିବା ସ୍ପଷ୍ଟ ଜଣାପଡ଼ୁଛି । ସୂଚନାଯୋଗ୍ୟ ଯେ, ନିକଟରେ ଫାଲଗୁନି ପାଠକଙ୍କ ଲୋକପ୍ରିୟ ଗୀତ ‘ମେନେ ପାୟଲ ହେ ଛନକାଇ’ର ରିମିକ୍ସ ରିଲିଜ୍ ହୋଇଥିଲା । ଏହି ଗୀତକୁ ‌କଣ୍ଠଶିଳ୍ପୀ ନେହା କକ୍କର ଗାଇଥିଲେ ।

ଆର୍ ରହମାନ କ’ଣ କହିଲେ ?

ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ଏ. ଆର୍ ରେହମାନ କହିଛନ୍ତି, 'ରିମିକ୍ସ ସଂସ୍କୃତି ମୋ ସାମ୍ନାକୁ ଆସିବା ମାତ୍ରେ ହିଁ ମୁଁ ବିରକ୍ତ ହୋଇଯାଏ, ଜଣେ କମ୍ପୋଜରଙ୍କ ଉଦ୍ଦେଶ୍ୟ ମଧ୍ୟ ବିକୃତ ହୋଇଯାଏ । କାରଣ ଲୋକମାନେ କୁହନ୍ତି ଯେ, "ସେ ଏହାକୁ ପୁନର୍ବାର କଳ୍ପନା କରିଛନ୍ତି । ଆପଣ ପୁନର୍ବାର କଳ୍ପନା କରିବାକୁ କିଏ ? ମୁଁ ଅନ୍ୟର କାମକୁ ନେଇ ସର୍ବଦା ଯତ୍ନବାନ ରହିଆସିଛି, ମୁଁ ବୁଝିପାରୁଛି ଯେ ଆମେ ଅନ୍ୟମାନଙ୍କ କାର୍ଯ୍ୟକୁ ସମ୍ମାନ ଦେବା ଉଚିତ୍, ଆମକୁ ରିମିକ୍ସ ସଂସ୍କୃତି ସମସ୍ୟାର ସମାଧାନ କରିବା ଆବଶ୍ୟକ ।"

ଏହା ବି ପଢନ୍ତୁ: O Sajna ଗୀତକୁ ନେଇ ତେଜୁଛି ଅସନ୍ତୋଷ, ଉଠିଲା ନେହାଙ୍କୁ ବ୍ୟାନ ଦାବି

ନେହା କକ୍କରଙ୍କୁ ଟାର୍ଗେଟ କରୁଛନ୍ତି କି ?

ଯେତେବେଳେ ସାକ୍ଷାତକାରରେ ରହମାନଙ୍କୁ ପଚରାଗଲା, ଯେତେବେଳେ ଜଣେ ସଙ୍ଗୀତକାରଙ୍କୁ ନିର୍ଦ୍ଦେଶକ-ନିର୍ମାତାଙ୍କ ଠାରୁ ଏକ ଟ୍ରେଣ୍ଡ ଏବଂ ଆଧୁନିକ ସ୍ପର୍ଶ ଦେବା ପାଇଁ ନିଜସ୍ୱ ସ୍ୱରର ରିମିକ୍ସ କିମ୍ବା ରିମେକ୍ କରିବା ଆବେଦନ ଉପରେ କେମିତି ଡିଲ୍‌ କରିବା ଉଚିତ୍‌ ? ଏହା ଉପରେ ରେହମାନ କୁହନ୍ତି, ''ମୁଁ ଆପଣଙ୍କୁ କହିରଖୁଛି ଯେ, ଆମର ଏକ ତେଲୁଗୁ ମ୍ୟୁଜିକ୍ ଲଞ୍ଚ ଇଭେଣ୍ଟ ଥିଲା, ନିର୍ମାତା କହିଲେ ଯେ ଆପଣ ପୋନିୟାନ୍ ସେଲଭାନ୍ -1 ଚଳଚ୍ଚିତ୍ର ପାଇଁ ଆପଣ ଯେଉଁ ଗୀତ ଗାଇଛନ୍ତି, ତାହା ମୂଳ ଏବଂ ସତେଜ ଅନୁଭବ ଦେଉଛି ।''

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.