ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ରାଗ ଆସିବା ଏକ ବଡ କଥା । ଅନୁଷ୍କା, ଯିଏ ସବୁବେଳେ ବିନ୍ଦାସ ମୁଡ୍ରେ ଥାଆନ୍ତି । କ୍ବଚିତ୍ ତାଙ୍କୁ ରାଗିଥିବାର ଦେଖାଯାଏ । ତେବେ ବର୍ତ୍ତମାନ ଏକ ବ୍ରାଣ୍ଡ ଅଭିନେତ୍ରୀଙ୍କ ମୁଡ୍ ଖରାପ କରିଦେଇଛି । ଏଥିପାଇଁ ଅନୁଷ୍କା ମଧ୍ୟ ବ୍ରାଣ୍ଡକୁ ମୁହଁତୋଡ ଜବାବ୍ ଦେଇଛନ୍ତି ।
ବିନା ଅନୁମତିରେ ଫଟୋ ସେୟାର କଲା ବ୍ରାଣ୍ଡ
ପ୍ରସିଦ୍ଧ ପୋଷାକ ବ୍ରାଣ୍ଡ ପୁମା (Puma) ଅନୁଷ୍କା ଶର୍ମାଙ୍କର କିଛି ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛି । ଏହି ଫଟୋଗୁଡ଼ିକରେ ଅଭିନେତ୍ରୀ ପୁମାର ଟପ୍, କୋ-ଅର୍ଡ ସେଟ୍ ଏବଂ ଜ୍ୟାକେଟ୍ ପିନ୍ଧିଛନ୍ତି । ଏହି ଫଟୋଗୁଡିକ ସେୟାର କରିବାବେଳେ, ବ୍ରାଣ୍ଡ ଏହାର ସେଲ୍ ବିଷୟରେ ଉପଭୋକ୍ତାଙ୍କୁ ସୂଚନା ଦେଇଥିଲେ । କିନ୍ତୁ ଅନୁଷ୍କା ଶର୍ମା ତାଙ୍କ ଫଟୋ ପ୍ରମୋସନରେ ବ୍ୟବହୃତ ହୋଇଥିବା ଦେଖି ରାଗି ଯାଇଛନ୍ତି, କାରଣ ଏଥିପାଇଁ ତାଙ୍କଠାରୁ ଅନୁମତି ନିଆଯାଇନଥିଲା ।
ଜବାବ୍ ଦେଲେ ଅଭିନେତ୍ରୀ
ଅନୁଷ୍କା ତାଙ୍କ ଇନଷ୍ଟା କାହାଣୀରେ ପୁମା ପୋଷ୍ଟ ସେୟାର କରିବାବେଳେ ସମାନ କଥା ଲେଖିଛନ୍ତି । ଇନଷ୍ଟାଗ୍ରାମ ଷ୍ଟୋରୀରେ ଏହି ପୋଷ୍ଟ ସେୟାର କରି ସେ ଲେଖିଛନ୍ତି, 'ହେଲୋ ପୁମା ଇଣ୍ଡିଆ। ମୁଁ ଭାବୁଛି ଆପଣ ଏହାତ ନିଶ୍ଚୟ ଜାଣିଥିବେ ଯେ ବିନା ଅନୁମତିରେ ଆପଣ ମୋର ଫଟୋକୁ ପ୍ରମୋସନ ପାଇଁ ବ୍ୟବହାର କରିପାରିବ ନାହିଁ । କାରଣ ମୁଁ ଆପଣଙ୍କ ବ୍ରାଣ୍ଡ ଆମ୍ବାସାଡର ନୁହେଁ । ଦୟାକରି ସେଗୁଡିକୁ ହଟାଇ ଦିଅନ୍ତୁ ।
ଅନୁଷ୍କାଙ୍କ ଏହି ପୋଷ୍ଟ ଦେଖିବା ପରେ ତାଙ୍କ ପ୍ରଶଂସକମାନେ ମଧ୍ୟ ବ୍ରାଣ୍ଡକୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି । ୟୁଜର କହିଛନ୍ତି ଯେ, ଅନୁଷ୍କା ଠିକ୍ କରିଛନ୍ତି । କିଛି ୟୁଜର୍ସ କହିଛନ୍ତି ଯେ ବ୍ରାଣ୍ଡ ଅନୁଷ୍କାଙ୍କ ଅନୁମତି ନେଇଥାଆନ୍ତା, ଆଉ କେହି କେହି ଏହି ପୋଷ୍ଟକୁ ଡିଲିଟ କରିବା ଉଚିତ ବୋଲି କହିଛନ୍ତି ।
ଉଲ୍ଲେଖଥାଉ କି, ପୁମାର ବ୍ରାଣ୍ଡ ଆମ୍ବାସାଡର ହେଉଛନ୍ତି କରୀନା କପୁର ଖାନ । କୁହାଯାଉଛି କି, ଅନୁଷ୍କା ଶର୍ମାଙ୍କ ପୋଷ୍ଟ କରିବା ମାର୍କେଟିଂ କୌଶଳ ବି ହୋଇପାରେ, କାରଣ ଅଭିନେତ୍ରୀଙ୍କ ସ୍ୱାମୀ ଏବଂ କ୍ରିକେଟର ବିରାଟ କୋହଲି ବ୍ରାଣ୍ଡର ପୋଷ୍ଟକୁ ଲାଇକ୍ କରିଛନ୍ତି । ତେବେ ଆଗକୁ କ'ଣ ଘଟିବ ତାହା ଦେଖିବାକୁ ବାକି ରହିଲା । ଏହି ପୋଷ୍ଟ ଏପର୍ଯ୍ୟନ୍ତ ହଟାଯାଇନାହିଁ।