ETV Bharat / entertainment

ଆଲିବାଗରେ ତିଆରି ହେବ ବିରୁଷ୍କାଙ୍କ ଫାର୍ମହାଉସ୍‌, 19 କୋଟି ଦେଇ କିଣିଲେ ଜମି !

author img

By

Published : Sep 2, 2022, 5:20 PM IST

ଅନୁଷ୍କା ଶର୍ମା ସ୍ୱାମୀ ବିରାଟ କୋହଲିଙ୍କ ସହ ମୁମ୍ବାଇର ଏକ ଫାର୍ମହାଉସ ପାଇଁ କୋଟି କୋଟି ଟଙ୍କାର ଜମି କିଣିଛନ୍ତି । ଅଧିକ ପଢନ୍ତୁ

ଆଲିବାଗରେ ହେବ ବିରୁଷ୍କାଙ୍କ ବିଳାସପୂର୍ଣ୍ଣ ଫାର୍ମହାଉସ, 19 କୋଟିରେ ହୋଇଛି ଡିଲ୍‌ !

ହାଇଦ୍ରାବାଦ: କ୍ରିକେଟର ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କ ଯୋଡି ସବୁଠାରୁ ବିଶ୍ବସ୍ତି ସେଲିବ୍ରିଟି ଦମ୍ପତ୍ତି ଭାବେ ଗଣାଯାଏ । ଏହି ଷ୍ଟାର ଦମ୍ପତିଙ୍କ ଫ୍ୟାନ୍‌ ଫଲୋଇଂ କଥା କହିବା ଭଲ । ବିରାଟ-ଅନୁଷ୍କାଙ୍କ ପ୍ରଶଂସକଙ୍କ ପାଇଁ ଆଉ ଏକ ଖୁସି ଖବର ଅଛି। ବିରାଟ ଏବଂ ଅନୁଷ୍କା ଏକ ବିଳାସପୂର୍ଣ୍ଣ ଫାର୍ମହାଉସ ପାଇଁ ଆଲିବାଗ (ଦକ୍ଷିଣ ମୁମ୍ବାଇ) ରେ ଜମି କିଣିଛନ୍ତି । ଗଣମାଧ୍ୟମ ଅନୁଯାୟୀ ଏହାର ମୂଲ୍ୟ 19 କୋଟି ଟଙ୍କା ବୋଲି କୁହାଯାଉଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଗଣେଶ ଚତୁର୍ଥୀ ଭଳି ଶୁଭ ଅବସରରେ ବିରାଟ-ଅନୁଷ୍କା କୋଟି କୋଟି ମୂଲ୍ୟର ସମ୍ପତ୍ତି ଡିଲ୍‌ କରିଛନ୍ତି । କୁହାଯାଉଛି ଯେ ବିରାଟ ଏବଂ ଅନୁଷ୍କା ଆଲିବାଗ ଜିରାଡ ଗାଁରେ ଏକ ଫାର୍ମହାଉସ ପାଇଁ 8 ଏକର ଜମି ନେଇଛନ୍ତି । ଏହି ଜମି ପାଇଁ ଏହି ଦମ୍ପତି 19.24 କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ରିପୋର୍ଟରେ ଦାବି କରାଯାଇଛି ଯେ, ଏହି ସ୍ଥାନ ପାଇଁ 1 କୋଟି 15 ଲକ୍ଷର ଡିପୋଜିଟ୍‌ ସରକାରୀ ଟ୍ରେଜେରୀରେ ଜମା କରାଯାଇଛି ।

ଉଲ୍ଲେଖନୀୟ ଯେ, ବିରାଟ କୋହଲି ଦୁବାଇରେ ହେବାକୁ ଥିବା ଏସିଆ କପରେ ଖେଳୁଛନ୍ତି। ଏଠାରେ ବିରାଟଙ୍କ ଭାଇ ବିକାଶ କୋହଲି ଏହି ଡିଲ୍‌କୁ ହ୍ୟାଣ୍ଡେଲ କରିଛନ୍ତି। ଏହି ଡିଲର ସମସ୍ତ କାରବାର ବିକାଶ କରିଛନ୍ତି। ଏହି ଡିଲ୍ କରିଥିବା କମ୍ପାନୀର ନାମ ହେଉଛି ହାବିଟାଟ୍ସ ରିଏଲ୍ ଇଷ୍ଟେଟ୍ ।

ବିରାଟ-ଅନୁଷ୍କା 6 ମାସ ପୂର୍ବରୁ ଏହି ସ୍ଥାନ ପରିଦର୍ଶନ କରିଥିଲେ । କିନ୍ତୁ, ବିରାଟ ତାଙ୍କର ବ୍ୟସ୍ତବହୁଳ କାର୍ଯ୍ୟ ଯୋଗୁଁ ଡିଲକୁ ସମୟ ଦେଇପାରିଲେ ନାହିଁ । ଆଲିବାଗ ଦକ୍ଷିଣ ମୁମ୍ବାଇର ଏକ ହାଇ ପ୍ରୋଫାଇଲ୍ ଏରିଆ । ଏଠାରେ ଭେଟେରାନ ଅଭିନେତା ଏବଂ କ୍ରିକେଟରଙ୍କ ଫାର୍ମହାଉସ ଅଛି । ତେବେ ଏବେ ସୁଦ୍ଧା ଡିଲ୍‌ ଉପରେ ବିରାଟ-ଅନୁଷ୍କାଙ୍କର କୌଣସି ଅଫିସିଆଲ୍ ଷ୍ଟେଟମେଣ୍ଟ ଆସିନାହିଁ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.