ETV Bharat / entertainment

HBD Anurag Kashyap: ପିଲାଦିନର ଫଟୋ ସେୟାର କରି ବାପାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ଆଲିଆ

author img

By ETV Bharat Odisha Team

Published : Sep 10, 2023, 2:04 PM IST

ଆଜି ବଲିଉଡ ଚଳଚ୍ଚିତ୍ର ନିର୍ମାତା ଅନୁରାଗ କଶ୍ୟପଙ୍କ ଜନ୍ମଦିନ । ଏହି ଅବସରରେ ତାଙ୍କ ଝିଅ ଆଲିଆ କଶ୍ୟପ ସୋସିଆଲ ମିଡିଆରେ ଏକ ପୁରୁଣା ଫଟୋ ସେୟାର କରି ବାପାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ,

ପିଲାଦିନର ଫଟୋ ସେୟାର କରି ବାପାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ଆଲିଆ

ମୁମ୍ବାଇ: ବଲିଉଡ ନିର୍ଦ୍ଦେଶକ ଅନୁରାଗ କଶ୍ୟପ ଆଜି ତାଙ୍କ 51ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ ତାଙ୍କ ଝିଅ ଆଲିଆ କଶ୍ୟପ ତାଙ୍କୁ ସୋସିଆଲ ମିଡିଆରେ ଶୁଭକାମନା ଜଣାଇଛନ୍ତି । ଆଲିଆ ସୋସିଆଲ ମିଡିଆରେ ତାଙ୍କ ବାପାଙ୍କ ସହ ଏକ ପୁରୁଣା ଫଟୋ ପୋଷ୍ଟ କରି ତାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି।

ପୁରୁଣା ଫଟୋ ସେୟାର କରି ବାପାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଆଲିଆ କଶ୍ୟପ

ଆଲିଆ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ କୋଲାଜ ଫଟୋ ସେୟାର କରି ଲେଖିଛନ୍ତି, 'ଶୁଭ ଜନ୍ମଦିନ ପାପା'। ଫଟୋରେ ବାପା ଝିଅ ଯୋଡି କ୍ୟାମେରା ପାଇଁ ପୋଜ୍ ଦେଉଥିବା ଦେଖିବାକୁ ମିଳିଛି । ଦ୍ୱିତୀୟ ଫଟୋରେ ଆଲିଆଙ୍କ ପିଲାଦିନର ଏକ ପୁରୁଣା ଫଟୋ ରହିଛି । ଯେଉଁଥିରେ ଛୋଟ ଆଲିଆ ତାଙ୍କ ବାପା ଅନୁରାଗଙ୍କ ସହ ମସ୍ତି କରୁଥିବା ନଜର ଆସିଛନ୍ତି । ଏହି ଫଟୋକୁ ଅନେକ ଫ୍ୟାନ୍ସ ସମେତ ଅନେକ ସେଲିବ୍ରିଟି ଲାଇକ କରିବା ସହ ଅନୁରାଗଙ୍କୁ ପ୍ରତିକ୍ରିୟାରେ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି ।

ନିକଟରେ ଅନୁରାଗ କଶ୍ୟପ ଏକ ସାକ୍ଷାତକାରରେ ତାଙ୍କ ଏବଂ ତାଙ୍କ ଝିଅ ଆଲିଆଙ୍କ ସମ୍ପର୍କ ବିଷୟରେ ପ୍ରକାଶ କରିଥିଲେ। ସାକ୍ଷାତକାରରେ ସେ କହିଥିଲେ ଯେ କାର୍ଯ୍ୟରେ ବ୍ୟସ୍ତ ଥିବାରୁ ସେ ନିଜ ଝିଅକୁ ସମୟ ଦେଇପାରୁନାହାଁନ୍ତି । ଯେତେବେଳେ ସେ ତାଙ୍କ ଝିଅର ଫଟୋ ଦେଖିଲେ, ସେ ଅନୁଭବ କଲେ ଯେ ତାଙ୍କ ଝିଅ ବଡ ହୋଇଯାଇଛି ଏବଂ ସେ ତାଙ୍କ ଜୀବନର କିଛି ଗୁରୁତ୍ୱପୂର୍ଣ୍ଣ ବର୍ଷର ସମୟକୁ ହରାଇଛନ୍ତି । ପ୍ରକାଶ ଥାଉ କି, ଅଗଷ୍ଟରେ ଆଲିଆ ଏବଂ ତାଙ୍କ ବୟଫ୍ରେଣ୍ଡ ସଚିନ ଗ୍ରେଗୋରିସଙ୍କୁ ନିର୍ବନ୍ଧ କରିଛନ୍ତି । ଏବଂ ଖୁବଶୀଘ୍ର ଉଭୟ ବିବାହ କରିବେ । ଏହି ନିର୍ବନ୍ଧ ପାର୍ଟିରେ ଅନେକ ବଲିଉଡ ତାରକା ମଧ୍ୟ ସାମିଲ ହୋଇଥିଲେ।

ଅନୁରାଗ କଶ୍ୟପ 1998 ଚଳଚ୍ଚିତ୍ର 'ସତ୍ୟା'ରେ ସହ-ଲେଖକ ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ । ପରେ ଅନୁରାଗ 'ବମ୍ବେ ଟକିଜ୍', 'ଦ ଲଞ୍ଚବକ୍ସ' ଭଳି ଅନେକ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି । ତାଙ୍କ ଚଳଚ୍ଚିତ୍ର ପାଇଁ ଅନେକ ଫିଲ୍ମଫେୟାର ପୁରସ୍କାର ମଧ୍ୟ ପାଇଛନ୍ତି । ବର୍ତ୍ତମାନ ସେ ଅଭିନେତା ଭାବେ ନଜର ଆସିବେ । ନୱାଜୁଦ୍ଦିନ ସିଦ୍ଦିକିଙ୍କ ଫିଲ୍ମ 'ହଡି'ରେ ଅନୁରାଗ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏହି ଫିଲ୍ମ ବର୍ତ୍ତାମନ OTT ପ୍ଲାଟଫର୍ମ ZEE5 ରେ ଷ୍ଟ୍ରିମିଂ ହୋଇଛି।

ଏହା ମଧ୍ୟ ପଢନ୍ତୁ: ନିର୍ବନ୍ଧରେ ରୋମାଣ୍ଟିକ ହେଲେ ଅନୁରାଗ କଶ୍ୟପଙ୍କ ଝିଅ ଆଲିଆ, ସେୟାର କଲେ ଫଟୋ

ନିର୍ଦ୍ଦେଶକ ଅନୁରାଗଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ଗଲେ, ସେ ଦୁଇଥର ବିବାହ କରିଛନ୍ତି । ଅନୁରାଗ କାଶ୍ୟପଙ୍କ ପ୍ରଥମ ପତ୍ନୀ ଆରତୀ ବଜାଜଙ୍କ ଝିଅ ଆଲିଆ କଶ୍ୟପ । ଅନୁରାଗ ଏବଂ ଆରତୀ 1997 ମସିହାରେ ବିବାହ କରିଥିଲେ ଏବଂ 2009ରେ ପରସ୍ପରଠାରୁ ଅଲଗା ହୋଇଥିଲେ । ପରେ 2011 ମସିହାରେ ଅନୁରାଗ ଅଭିନେତ୍ରୀ କଲ୍କି କୋଚଲିନ୍‌ଙ୍କୁ ଦ୍ବିତୀୟ ବିବାହ କରିଥିଲେ, ଯାହା କେବଳ ଚାରି ବର୍ଷ ଚାଲିଥିଲା । ଏବଂ ପରେ 2015 ରେ ଦୁହେଁ ଅଲଗା ହୋଇଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.