ETV Bharat / entertainment

ମାଆଙ୍କ ସହ OMG 2 ଦେଖିଲେ ଅନୁପମ ଖେର, କହିଲେ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କଲା

author img

By

Published : Aug 21, 2023, 7:26 AM IST

ଅନୁପମ ଖେର ତାଙ୍କ ମାଆ ଦୁଲାରୀ ଖେରଙ୍କ ସହ ଅକ୍ଷୟ କୁମାର ଏବଂ ପଙ୍କଜ ତ୍ରିପାଠୀଙ୍କ ଫିଲ୍ମ OMG 2 ଦେଖିଛନ୍ତି । ଫିଲ୍ମ ଦେଖିବା ପରେ ଅଭିନେତା ସୋସିଆଲ ମିଡିଆରେ ସମୀକ୍ଷା ସହ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି । ଅଧିକ ପଢନ୍ତୁ

ଅନୁପମ ଖେର
ଅନୁପମ ଖେର

ହାଇଦ୍ରାବାଦ: ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଫିଲ୍ମ ‘OMG 2’ ବର୍ତ୍ତମାନ ସିନେମା ଘରେ ଧମାଲ ମଚାଉଛି । ଏହି ଚଳଚ୍ଚିତ୍ର 11 ଅଗଷ୍ଟରେ ମୁକ୍ତିଲାଭ କରିଥିଲା ​​। ଏହି ଫିଲ୍ମ ଏପର୍ଯ୍ୟନ୍ତ 100 କୋଟି ରୋଜଗାର କରିଛି । ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକମାନେ ଏହି ଚଳଚ୍ଚିତ୍ରକୁ ବହୁତ ପ୍ରଶଂସା କରୁଛନ୍ତି । କେବଳ ପ୍ରଶଂସକ ନୁହଁନ୍ତି ବର୍ତ୍ତମାନ ଅଭିନେତା ଅନୁପମ ଖେର ମଧ୍ୟ ଫିଲ୍ମର ପ୍ରଶଂସା କରିଛନ୍ତି ।

  • Just finished watching #OMG2. Spectacular, stylish & a Very important film of our times. A film on #SexEducation with ease and wonderful aesthetics! It was houseful. Saw parents with their teenage children. Obviously the film has struck a chord with the audiences! Full marks to… pic.twitter.com/zLz9EZsr6v

    — Anupam Kher (@AnupamPKher) August 20, 2023 " class="align-text-top noRightClick twitterSection" data=" ">

ମାଆ ଦୁଲାରୀ ଖେରଙ୍କ ସହ ଫିଲ୍ମ ଦେଖିଲେ ଅନୁପମ

ରବିବାର ଦିନ ଅନୁପମ ଖେର ତାଙ୍କ ମାଆ ଦୁଲାରୀ ଖେରଙ୍କ ସହ ଅକ୍ଷୟ କୁମାର ଏବଂ ପଙ୍କଜ ତ୍ରିପାଠୀଙ୍କ ଫିଲ୍ମ ଓଏମ୍‌ଜି 2 ଥିଏଟରରେ ଦେଖିଛନ୍ତି । ଫିଲ୍ମ ଦେଖିବା ପରେ ଅଭିନେତା ସୋସିଆଲ ମିଡିଆରେ ଏକ ସମୀକ୍ଷା ମଧ୍ୟ ଦେଇଛନ୍ତି । ଏହି ଚଳଚ୍ଚିତ୍ରଟି ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କଲା ବୋଲି ଅଭିନେତା କହିଛନ୍ତି । ଏହା ସହିତ ଅନୁପମ ଖେର ସିନେମା ହଲରୁ ଏକ ଭିଡିଓ ସେୟାର କରିଛନ୍ତି ।

ଏହି ଭିଡିଓର କ୍ୟାପସନରେ ଲେଖିଛନ୍ତି, ଏବେ ଏବେ # OMG2 ଦେଖିଲି । ଆମ ସମୟର ଚମତ୍କାର, ଷ୍ଟାଇଲିସ୍ ଏବଂ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଚଳଚ୍ଚିତ୍ର। ସହଜ ଏବଂ ଚମତ୍କାର ସୌନ୍ଦର୍ଯ୍ୟ ସହିତ ଏକ ଚଳଚ୍ଚିତ୍ର ! ଏହା ହାଉସଫୁଲ୍ ଥିଲା । ଅଭିଭାବକମାନେ ସେମାନଙ୍କ ପିଲାମାନଙ୍କ ସହିତ ଚଳଚ୍ଚିତ୍ର ଦେଖୁଥିଲେ । ଖାଲି ସେତିକି ନୁହେଁ ଏହି ଫିଲ୍ମ ଦର୍ଶକଙ୍କ ହୃଦୟରେ ଏକ ସ୍ଥାନ ସୃଷ୍ଟି କରିଛି ! ଲେଖକ / ନିର୍ଦ୍ଦେଶକ # ଅମିତରାୟଙ୍କୁ ଫୁଲ୍‌ ମାର୍କ ।

ଏହା ମଧ୍ୟ ପଢନ୍ତୁ: Gadar 2 vs OMG 2: 2ୟ ସପ୍ତାହ ବି ଗଦର 2ର ବମ୍ପର କଲେକ୍ସନ ଜାରି, 100 କୋଟି କ୍ଲବରେ ଓଏମଜି 2

ଅକ୍ଷୟ କୁମାରଙ୍କ ଉତ୍ତର

ଅନୁପମଙ୍କ ଏହି ପୋଷ୍ଟରେ ଖିଲାଡି କୁମାର ମଧ୍ୟ ଉତ୍ତର ଦେଇଛନ୍ତି । ଅକ୍ଷୟ କୁମାର ତାଙ୍କ ପୋଷ୍ଟକୁ ରିଟ୍ୱିଟ କରି ଲେଖିଛନ୍ତି, ମୋର ବନ୍ଧୁ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ଆପଣ ବହୁତ ଭଲ ସମୟ ବିତାଇଥିବାରୁ ମୁଁ ଖୁସି। ଟିମ୍‌ର ପ୍ରୟାସ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଏବଂ ଦର୍ଶକଙ୍କର ଅଦମ୍ୟ ପ୍ରେମ ଏବଂ ସମର୍ଥନ ପାଇଁ ଆମେ କୃତଜ୍ଞ। "

OMG କାହାଣୀ:

OMG 2ର କାହାଣୀ ଜଣେ ଶିବ ଭକ୍ତଙ୍କ ଉପରେ, ଯେଉଁଥିରେ ପଙ୍କଜ ତ୍ରିପାଠୀ ଅଭିନୟ କରିଛନ୍ତି । ସେ ସଂପୂର୍ଣ୍ଣ ଭକ୍ତି ସହିତ ଶିବଙ୍କୁ ପୂଜା କରନ୍ତି । କିନ୍ତୁ ତାଙ୍କ ପୁଅ ସହିତ ଏମିତି କିଛି ହୁଏ ଯେ ତାଙ୍କୁ ସ୍କୁଲରୁ ବହିଷ୍କାର କରିଦିଆଯାଏ । ତାଙ୍କୁ ଖରାପ କଥା କୁହାଯିବା ଅଭିଯୋଗ ହୁଏ । ପରିସ୍ଥିତି ଏପରି ହୋଇଯାଏ ଯେ ପଙ୍କଜ ତ୍ରିପାଠୀ ଏବଂ ତାଙ୍କ ପରିବାରରକୁ ସହର ଛାଡିବା ପର୍ଯ୍ୟନ୍ତ କଥା ଯାଏ । ଠିକ ଏହି ସମୟରେ ଶିବ ଦୂତ ଅକ୍ଷୟ କୁମାରଙ୍କ ଏଣ୍ଟ୍ରି ହୁଏ । ଏହା ପରେ ପଙ୍କଜ ତ୍ରିପାଠୀଙ୍କ ସାହସ ବଢେ ଏବଂ ସେ କୋର୍ଟର ସାହାରା ନିଅନ୍ତି ।

ସେହିପରି ଚଳଚ୍ଚିତ୍ରଟି ମଧ୍ୟ ପରିପକ୍ୱତା ସହିତ ଯୌନ ଶିକ୍ଷା ପରି ସମ୍ବେଦନଶୀଳ ଏବଂ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ସାମ୍ନାକୁ ଆଣିଛି । ଏଥିରେ ଦର୍ଶକଙ୍କ ନିକଟରେ ଏକ କୋର୍ଟ ସିନ୍, ଶୁଦ୍ଧ ହିନ୍ଦୀ ଶବ୍ଦ, କାହାଣୀରେ ପରିପକ୍ୱତା ଏବଂ ଅତି ସମ୍ବେଦନଶୀଳ ବିଷୟକୁ ପହଞ୍ଚାଇବା ପାଇଁ ଏକ ଅର୍ଥପୂର୍ଣ୍ଣ ପ୍ରୟାସ କରାଯାଇଛି । ଖାଲି ଏତିକି ନୁହେଁ, ଫିଲ୍ମଟି ହସେଇବା ସହିତ ଏକ ଗଭୀର ବାର୍ତ୍ତା ମଧ୍ୟ ଦେଉଛି । ଏହି ଫିଲ୍ମରେ ଅକ୍ଷୟ କୁମାରଙ୍କ ଅଭିନୟ ସହିତ ୟାମି ଗୌତମ, ଅରୁଣ ଗୋଭିଲ ଏବଂ ପୱନ ମାଲହୋତ୍ରାଙ୍କ କାମ ମଧ୍ୟ ଖୁବ୍ ଚମତ୍କାର ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.