ETV Bharat / entertainment

୮୦୦ କୋଟିରୁ ଟିକେ ଦୂରରେ 'ଆନିମଲ', ୧୩ତମ ଦିନରେ ଏତିକି ଆୟ କଲା 'ସାମ ବାହାଦୂର'

author img

By ETV Bharat Odisha Team

Published : Dec 14, 2023, 5:07 PM IST

animal vs sam bahadur bo collection: ବିଶ୍ବରେ ଭଲ ପ୍ରଦର୍ଶନ କରୁଛି 'ଆନିମଲ' । ଏହି ଫିଲ୍ମ ବର୍ତ୍ତମାନ ୮୦୦କୋଟି କ୍ଲବରେ ସାମିଲ ହେବାକୁ ଯାଉଛି । ସେପଟେ 'ସାମ ବାହାଦୂର' ମଧ୍ୟ ଲୋକଙ୍କୁ ଆକୃଷ୍ଟ କରିବାରେ ସଫଳ ହୋଇଛି । ୧୩ତମ ଦିନରେ ଆୟ କେତେ ଜାଣନ୍ତୁ,

୮୦୦କୋଟିରୁ ଏତିକି ଦୂରରେ 'ଆନିମଲ', ୧୩ତମ ଦିନରେ ଏତିକି ଆୟ କଲା 'ସାମ ବାହାଦୂର'

ହାଇଦ୍ରାବାଦ: ରଣବୀର କପୁରଙ୍କ ଫିଲ୍ମ 'ଆନିମଲ' ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଛି । ଚଳଚ୍ଚିତ୍ରଟି ରିଲିଜ୍ ହେବାର ୧୪ ଦିନରେ ପହଞ୍ଚିଛି । ଏହାସହ ଆନିମଲ ଇତିହାସ ରଚିବାକୁ ଯାଉଛି । ଖବଶୀଘ୍ର ଏହି ଚଳଚ୍ଚିତ୍ର ସାରା ବିଶ୍ୱରେ ୮୦୦କୋଟି ଟଙ୍କାର କ୍ଲବରେ ସାମିଲ ହେବାକୁ ଯାଉଛି । ସେପଟେ ବିକି କୌଶଲଙ୍କ ଫିଲ୍ମ 'ସାମ ବାହାଦୂର' ୧୩ତମ ଦିନ ମଧ୍ୟରେ ନିଜ ବଜେଟ ମୂଲ୍ୟ ଆୟ କରିବାରେ ସଫଳ ହୋଇଛି । ୫୫ କୋଟି ବଜେଟରେ ନିର୍ମିତ ଏହି ଫିଲ୍ମ ୬୦ କୋଟିରୁ ଅଧିକ ଆୟ କରିଛି ।

ଆନିମଲ ବିଶ୍ବ ବକ୍ସ ଅଫିସ କଲେକ୍ସନ ବିଷୟରେ କହିବାକୁ ଗଲେ, ଫିଲ୍ମଟି ବର୍ତ୍ତମାନ ସୁଦ୍ଧା ସାରା ବିଶ୍ୱରେ ୭୭୨.୩୩ କୋଟି ଟଙ୍କା ଆୟ କରିଛି । ଏହା ସହିତ ଫିଲ୍ମଟି ୮୦୦ କୋଟିରୁ କିଛି ପାଦ ଦୂରରେ ରହିଛି । ଆଗାମୀ ସପ୍ତାହରେ ଏହା ଏହି ଲକ୍ଷ୍ୟ ହାସଲ କରିବାରେ ସଫଳ ହେବ ବୋଲି କୁହାଯାଉଛି । ସେପଟେ ଭାରତରେ କଲେକ୍ସନ ବିଷୟରେ କହିବାକୁ ଗଲେ ସାକନିକଙ୍କ ରିପୋର୍ଟ ଅନୁଯାୟୀ, ଫିଲ୍ମଟି ୧୩ତମ ଦିନରେ ୧୦.୨୫ କୋଟି ଆୟ କରିଛି । ଫଳରେ ଫିଲ୍ମର ମୋଟ ଆୟ ୪୬୮.୦୯ କୋଟିକୁ ବୃଦ୍ଧି ପାଇଛି ।

  • " class="align-text-top noRightClick twitterSection" data="">

ସେପଟେ ସାକନିକଙ୍କ ରିପୋର୍ଟ ଅନୁଯାୟୀ, 'ସାମ୍ ବାହାଦୂର' ରିଲିଜ୍ ହେବାର 13 ଦିନରେ ୨.୧୫ କୋଟି ଟଙ୍କା ଆୟ କରିଛି । ଏହାସହିତ ୧୩ ତମ ଦିନ ମଧ୍ୟରେ 'ସାମ ବାହାଦୂର'ର ମୋଟ ଆୟ ବର୍ତ୍ତମାନ ୬୩.୩୦ କୋଟିରେ ପହଞ୍ଚିଛି । ୫୫କୋଟି ବଜେଟରେ ନିର୍ମିତ 'ସାମ ବାହାଦୂର' ଘରୋଇ ବଜାରରେ ୬୦ କୋଟିରୁ ଅଧିକ ଆୟ କରିଛି । ଏହାର ବିଶ୍ବବ୍ୟାପୀ ରିଲିଜ୍ ହେବାର ୧୩ ଦିନ ପରେ ମଧ୍ୟ ଫିଲ୍ମ ୧୦୦କୋଟି ଟଙ୍କା ପାର୍ କରିପାରିନାହିଁ । ଚଳଚ୍ଚିତ୍ରର ବିଶ୍ବବ୍ୟାପୀ କଲେକ୍ସନ ହେଉଛି ୮୧.୮ କୋଟି ଟଙ୍କା ।

ଏହା ମଧ୍ୟ ପଢନ୍ତୁ: ମୋଟ ଅଙ୍କର ଫି' ଚାର୍ଜ କରିଛନ୍ତି 'ଆନିମଲ' ତାରକା, ଜାଣିଲେ ଉଡିଯିବ ହୋସ୍

'ଆନିମଲ' ଫିଲ୍ମ ବିଷୟରେ କହିବାକୁ ଗଲେ, ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସନ୍ଦୀପ ରେଡ୍ଡୀ ଭଙ୍ଗା । ରଣବୀର କପୁରଙ୍କ ବ୍ୟତୀତ ବବି ଦେଓଲ, ସୁରେଶ ଓବରୋଇ, ରଶ୍ମିକା ମନ୍ଦାନା, ଅନିଲ କପୁର, ଶକ୍ତି କପୁରଙ୍କ ସମେତ ଅନେକ କଳାକାର ଏହି ଚଳଚ୍ଚିତ୍ରରେ ନଜର ଆସିଛନ୍ତି । ସେପଟେ 'ସାମ ବାହାଦୂର'ର କାହାଣୀ ବିଷୟରେ କହିବାକୁ ଗଲେ, ମେଘନା ଗୁଲଜାରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ରୋନି ସ୍କ୍ରୁ'ବାଲାଙ୍କ ଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ରରେ ବିକି ଭାରତର ପ୍ରଥମ ଫିଲ୍ଡ ମାର୍ଶଲ ତଥା ସୈନ୍ୟ ପରାକ୍ରମୀ ସାମ ମାନିକଶାହଙ୍କ ଭୂମିକାରେ ନଜର ଆସିଛନ୍ତି । ଏଥିସହ ଫାତିମା ସାନା ଶେଖଙ୍କୁ ଇନ୍ଦିରା ଗାନ୍ଧୀ ଏବଂ ସାନ୍ୟା ମାଲହୋତ୍ରାଙ୍କୁ ସାମ ମାନିକଶାହଙ୍କ ପତ୍ନୀ ସିଲୁଙ୍କ ଭୂମିକାରେ ଦେଖିବାକୁ ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.