ETV Bharat / entertainment

୪୫୦ କୋଟି କ୍ଲବରେ 'ଆନିମଲ', କ୍ରେଜ୍‌ କମିବା ସତ୍ତ୍ବେ ୬୦କୋଟି ପାର୍ କଲା 'ସାମ ବାହାଦୂର'

author img

By ETV Bharat Odisha Team

Published : Dec 13, 2023, 10:20 AM IST

Animal Vs Sam Bahadur Bo Collection: 'ଆନିମଲ' ଏବଂ 'ସାମ ବାହାଦୂର' ରିଲିଜର ୧୨ଦିନରେ ପହଞ୍ଚିଥିଲେ ସୁଦ୍ଧା ବକ୍ସ ଅଫିସରେ ଉଭୟ ଫିଲ୍ମର ଜଲୱା ଜାରି ରହିଛି । ଆନିମଲ ୪୫୦କୋଟିରୁ ଅଧିକ ଆୟ କରିଥିବା ବେଳେ ସାମ ବାହାଦୂର ୬୦କୋଟି ପାର୍ କରିଛି । ଅଧିକ ପଢନ୍ତୁ

୪୫୦ କୋଟି କ୍ଲବରେ 'ଆନିମଲ', କ୍ରେଜ କମିବା ସତ୍ତ୍ବେ ୬୦କୋଟି ପାର୍ କଲା 'ସାମ ବାହାଦୂର'

ହାଇଦ୍ରାବାଦ: ରଣବୀର କପୁରଙ୍କ ଫିଲ୍ମ ଆନିମଲ ଦର୍ଶକଙ୍କୁ ଆକୃଷ୍ଟ କରିବାରେ ସଫଳ ହୋଇଛି । କେବଳ ଭାରତରେ ନୁହଁ ବିଦେଶରେ ମଧ୍ୟ ଆନିମଲ କ୍ରେଜ ଦେଖିବାକୁ ମିଳିଛି । ବିଶ୍ବରେ ଏହି ଫିଲ୍ମ ୭୩୦ କୋଟିରୁ ଅଧିକ ଆୟ କରିଥିବା ବେଳେ ବର୍ତ୍ତମାନ ଭାରତରେ ଏହା ୪୫୦ କୋଟି ପାର୍ କରିଛି । ସେପଟେ ଆନିମଲର କଡ଼ା ଟକ୍କର ସତ୍ତ୍ବେ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଛି ବିକି କୌଶଲଙ୍କ ଫିଲ୍ମ ସାମ୍‌ ବାହାଦୂର । ୧୨ଦିନ ମଧ୍ୟରେ ଏହି ଫିଲ୍ମ ୬୦କୋଟି କ୍ଲବରେ ସାମିଲ ହୋଇଛି ।

ସାକ୍‌ନିକ୍‌ଙ୍କ ରିପୋର୍ଟ ଅନୁସାରେ, 'ଆନିମଲ' ରିଲିଜର ୧୧ମ ଦିନରେ ୧୩.୮୫ କୋଟି ଆୟ କରିଥିବା ବେଳେ ଦ୍ୱାଦଶ ଦିନରେ ୧୩ କୋଟି ଟଙ୍କା ଆୟ କରିଛି । ଏହା ସହ ଫିଲ୍ମର ମୋଟ ଆୟ ବର୍ତ୍ତମାନ ୪୫୮.୧୨ କୋଟି ଟଙ୍କା ହୋଇଛି । ତେବେ ରଣବୀରଙ୍କ ଏହି ଫିଲ୍ମ ୧୨ଦିନରେ ୧୩କୋଟି ଆୟ କରି ଆମୀର ଖାନଙ୍କ 'ଦଙ୍ଗଲ' ଏବଂ ସନ୍ନି ଦେଓଲଙ୍କ 'ଗଦର ୨'କୁ ପୁଣି ଫଛରେ ପକାଇଛି । 'ଗଦର ୨' ଦ୍ୱାଦଶ ଦିନରେ ୧୨.୧ କୋଟି ଟଙ୍କା ଆୟ କରିଥିବା ବେଳେ ଦଙ୍ଗଲଙ୍କ ଦ୍ୱାଦଶ ଦିନର ଆୟ ୯.୮୧ କୋଟି ଆୟ କରିଥିଲା । ସେପଟେ ବିଶ୍ବରେ ମଧ୍ୟ ଏହି ଫିଲ୍ମ ୧୧ତମ ଦିନ ମଧ୍ୟରେ 737.98 କୋଟି ଟଙ୍କା କଲେକ୍ସନ୍‌ କରିଛି । ରିଲିଜ ହେବାର ଦ୍ୱାଦଶ ଦିନ ରଣବୀର କପୁରଙ୍କ ଫିଲ୍ମ ସାରା ବିଶ୍ୱରେ ୭୫୦ କୋଟି ଟଙ୍କା ପାର୍ କରିବ ବୋଲି ଆଶା କରାଯାଉଛି ।

ଆନିମଲର କଡ଼ା ଟକ୍କର ସତ୍ତ୍ବେ 'ସାମ୍ ବାହାଦୂର' ସମାଲୋଚକ ତଥା ଦର୍ଶକଙ୍କ ଦର୍ଶକଙ୍କ ଦ୍ବାରା ସକରାତ୍ମକ ପ୍ରତିକ୍ରିୟା ପାଉଛି । 'ସାମ ବାହାଦୂର' ତାର ବଜେଟ ମୂଲ୍ୟରୁ ଅଧିକ ଆୟ କରି ସଫଳତା ହାସଲ କରିଛି । ୫୫କୋଟି ବଜେଟରେ ନିର୍ମିତ ଏହି ଫିଲ୍ମ ୬୦ କୋଟିରୁ ଅଧିକ ଆୟ କରିଛି । ରିଲିଜର ଦ୍ୱିତୀୟ ସୋମବାରରେ ସାମ ବାହାଦୂର ୨.୧୫ କୋଟି ଟଙ୍କା ଆୟ କରିଥିଲା । ସାକନିକର୍‌ ରିପୋର୍ଟ ଅନୁଯାୟୀ, ଏହି ଫିଲ୍ମ ଦ୍ୱାଦଶ ଦିନରେ ଅର୍ଥାତ୍ ଦ୍ୱିତୀୟ ମଙ୍ଗଳବାର ଦିନ ୨.୪୦ କୋଟି ଟଙ୍କା ଆୟ କରିଛି । ଫଳରେ ଫିଲ୍ମର ମୋଟ ରୋଜଗାର ବର୍ତ୍ତମାନ ୬୧.୧୦ କୋଟିରେ ପହଞ୍ଚିଛି । ସେପଟେ ବିଶ୍ବରେ ବର୍ତ୍ତମାନ ସୁଦ୍ଧା ୮୧.୮ କୋଟି ଟଙ୍କା ଆୟ କରିଛି । କିନ୍ତୁ ଫିଲ୍ମ ତାର ବଜେଟ୍‌ ମୂଲ୍ୟରୁ ଅଧିକ ଆୟ କରି ସଫଳତା ହାସଲ କରିଛି ।

ଏହା ମଧ୍ୟ ପଢନ୍ତୁ: ୫୦ କୋଟି ପାର୍ କଲା 'ସାମ ବାହାଦୂର', ୧୦ମ ଦିନରେ ଆମୀର-ଶାହାରୁଖଙ୍କୁ ପଛରେ ପକାଇଲେ ରଣବୀର

'ଆନିମଲ' ଫିଲ୍ମ ବିଷୟରେ କହିବାକୁ ଗଲେ, ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସନ୍ଦୀପ ରେଡ୍ଡୀ ଭଙ୍ଗା । ରଣବୀର କପୁରଙ୍କ ବ୍ୟତୀତ ବବି ଦେଓଲ, ସୁରେଶ ଓବରୋଇ, ରଶ୍ମିକା ମନ୍ଦାନା, ଅନିଲ କପୁର, ଶକ୍ତି କପୁରଙ୍କ ସମେତ ଅନେକ କଳାକାର ଏହି ଚଳଚ୍ଚିତ୍ରରେ ନଜର ଆସିଛନ୍ତି । ସେପଟେ 'ସାମ ବାହାଦୂର'ର କାହାଣୀ ବିଷୟରେ କହିବାକୁ ଗଲେ, ମେଘନା ଗୁଲଜାରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ରୋନି ସ୍କ୍ରୁ'ବାଲାଙ୍କ ଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ରରେ ବିକି ଭାରତର ପ୍ରଥମ ଫିଲ୍ଡ ମାର୍ଶଲ ତଥା ସୈନ୍ୟ ପରାକ୍ରମୀ ସାମ ମାନିକଶାହଙ୍କ ଭୂମିକାରେ ନଜର ଆସିଛନ୍ତି । ଏଥିସହ ଫାତିମା ସାନା ଶେଖଙ୍କୁ ଇନ୍ଦିରା ଗାନ୍ଧୀ ଏବଂ ସାନ୍ୟା ମାଲହୋତ୍ରାଙ୍କୁ ସାମ ମାନିକଶାହଙ୍କ ପତ୍ନୀ ସିଲୁଙ୍କ ଭୂମିକାରେ ଦେଖିବାକୁ ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.