ETV Bharat / entertainment

୫୦ କୋଟି ପାର୍ କଲା 'ସାମ ବାହାଦୂର', ୧୦ମ ଦିନରେ ଆମୀର-ଶାହାରୁଖଙ୍କୁ ପଛରେ ପକାଇଲେ ରଣବୀର

author img

By ETV Bharat Odisha Team

Published : Dec 11, 2023, 2:03 PM IST

Animal vs Sam Bahadur Collection Day 10: ବକ୍ସ ଅଫିସରେ ରଣବୀର କପୁରଙ୍କ 'ଆନିମଲ' ଜଲୱା ଜାରି । ୧୦ମ ଦିନରେ ଭାରତରେ ୪୦୦କୋଟି ପାର୍ କରିବା ସହ ପଠାନ, ଜବାନ, ଦଙ୍ଗଲ ଭଳି ଫିଲ୍ମର ରେକର୍ଡ ଭାଙ୍ଗିଛି । ସେପଟେ କିଛି ଦିନର କ୍ରେଜ କମିବା ପରେ ପୁଣି ଦର୍ଶକଙ୍କୁ ଆକୃଷ୍ଟ କଲାଣି ସାମ ବାହାଦୂର । ୧୦ମ ଦିନରେ ଫିଲ୍ମ ୫୦କୋଟି ପାର୍ କଲା । ଅଧିକ ପଢନ୍ତୁ,

୫୦ କୋଟି ପାର୍ କଲା 'ସାମ ବାହାଦୂର', ୧୦ମ ଦିନରେ ଆମୀର-ଶାହାରୁଖଙ୍କୁ ପଛରେ ପକାଇଲେ ରଣବୀର
୫୦ କୋଟି ପାର୍ କଲା 'ସାମ ବାହାଦୂର', ୧୦ମ ଦିନରେ ଆମୀର-ଶାହାରୁଖଙ୍କୁ ପଛରେ ପକାଇଲେ ରଣବୀର

ହାଇଦ୍ରାବାଦ: ବକ୍ସ ଅଫିସରେ ଏକାସାଙ୍ଗେ ରିଲିଜ ହୋଇଛି ରଣବୀର କପୁରଙ୍କ 'ଆନିମଲ' ଏବଂ ବିକି କୌଶଲଙ୍କ 'ସାମ ବାହାଦୂର' । ଉଭୟ ଫିଲ୍ମ ଦର୍ଶକଙ୍କୁ ଆକୃଷ୍ଟ କରିବାରେ ସଫଳ ହେଉଛି । ଆନିମଲଠାରୁ ବହୁ ଦୂରରେ ରହିଥିଲେ ସୁଦ୍ଧା ସାମ ବାହାଦୂର ଭଲ ପ୍ରଦର୍ଶନ କରୁଛି । ଉଭୟ ଫିଲ୍ମ ରିଲିଜର ୧୦ମ ଦିନରେ ପହଞ୍ଚିଛି । ରଣବୀରଙ୍କ ଫିଲ୍ମ ଆନିମଲ ଭାରତରେ ୪୦୦କୋଟି ପାର୍ କରି ପଠାନ, ଜବାନ, ଦଙ୍ଗଲ ଭଳି ଫିଲ୍ମର ରେକର୍ଡ ଭାଙ୍ଗିଛି । ସେପଟେ କିଛି ଦିନର ହ୍ରାସ ପରେ ପୁଣି 'ସାମ ବାହାଦୂର' ର ଆୟ ବୃଦ୍ଧି ହୋଇଛି । ୧୦ମ ଦିନରେ ଫିଲ୍ମ ୫୦କୋଟି ପାର୍ କରିଛି ।

ସାକନିକ୍‌ଙ୍କ ରିପୋର୍ଟ ଅନୁଯାୟୀ, 'ଆନିମଲ' ରିଲିଜର ଦଶମ ଦିନରେ ଅର୍ଥାତ୍ ଦ୍ୱିତୀୟ ରବିବାରରେ ବିଶ୍ବରେ ୭୦୦କୋଟି ପାର୍ କରିଛି । ବିଶ୍ବରେ ମୋଟ ୭୧୭.୪୬ କୋଟି ଆୟ କରିଛି । ଏଥିସହ ଭାରତୀୟ ବକ୍ସ ଅଫିସରେ ୩୭ କୋଟି ଟଙ୍କା ଆୟ କରିଛି । ତେବେ ଆନିମଲର ମୋଟ ରୋଜଗାର ୪୨୭ କୋଟିରେ ପହଞ୍ଚିଛି । ଏହିପରି ଏହି ଫିଲ୍ମ ଅନେକ ଫିଲ୍ମର ରେକର୍ଡ ଭାଙ୍ଗିବା ସହ ଏବେ ଦ୍ୱିତୀୟ ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ହୋଇପାରିଛି । ରଣବୀରଙ୍କ ଫିଲ୍ମ ଆମୀର ଖାନଙ୍କ ଦଙ୍ଗଲ, ଶାହାରୁଖ ଖାନଙ୍କ ପଠାନ, ଜବାନ, ସଲମାନ ଖାନଙ୍କ ଟାଇଗର ୩କୁ ଫଛରେ ପକାଇଛି ।

  • 'ଆନିମଲ'ର ୧୦ମ ଦିନ ଆୟ- ୩୭ କୋଟି
  • 'ଦଙ୍ଗଲ' ର ୧୦ମ ଦିନ ଆୟ- ୩୦.୬୯ କୋଟି ଟଙ୍କା
  • 'ଜବାନ'ର ୧୦ମ ଦିନ ଆୟ- ୩୦.୧ କୋଟି ଟଙ୍କା
  • 'ସଞ୍ଜୁ'ର ୧୦ମ ଦିନ ଆୟ- ୨୮.୦୫ କୋଟି ଟଙ୍କା
  • 'ଟାଇଗର ଜିନ୍ଦା ହେ'ର ୧୦ମ ଦିନ ଆୟ- ୨୨.୨୩ କୋଟି ଟଙ୍କା
  • 'ପଠାନ'ର ୧୦ମ ଦିନ ଆୟ- ୧୩.୫ କୋଟି ଟଙ୍କା

ସେପଟେ 'ସାମ ବାହାଦୂର' କଥା କହିବାକୁ ଗଲେ, ପ୍ରଥମ ସପ୍ତାହରେ ୩୮.୮ କୋଟି ଆୟ କରିଥିଲା । ଦ୍ୱିତୀୟ ସପ୍ତାହରେ 'ସାମ ବାହାଦୂର'ର ରୋଜଗାରରେ ବୃଦ୍ଧି ଘଟିଛି । ଦ୍ୱିତୀୟ ଶୁକ୍ରବାର ଦିନ ଏହି ଫିଲ୍ମ ୩.୫ କୋଟି ଟଙ୍କା ଆୟ କରିଛି । ଦ୍ୱିତୀୟ ଶନିବାର ଦିନ ୯୨.୮୬ ପ୍ରତିଶତ ବୃଦ୍ଧି ଘଟିଥିଲା ​​ଏବଂ ଏହା ୬.୭୫ କୋଟି ଟଙ୍କା ରୋଜଗାର କରିଥିଲା । ବର୍ତ୍ତମାନ ଦଶମ ଦିନରେ ଅର୍ଥାତ୍ ଦ୍ୱିତୀୟ ରବିବାରରେ ୭.୫ କୋଟି ଟଙ୍କା ବ୍ୟବସାୟ କରିଛି । ୧୦ ଦିନ ମଧ୍ୟରେ ୫୬.୫୫କୋଟି ଟଙ୍କା ବ୍ୟବସାୟ କରି ସଫଳତା ହାସଲ କରିଛି ।

ଏହା ମଧ୍ୟ ପଢନ୍ତୁ: ୬୬୦ କୋଟି ପାର୍ କଲା 'ଆନିମଲ', ଖୁବଶୀଘ୍ର ୫୦କୋଟି କ୍ଲବରେ ସାମିଲ ହେବ 'ସାମ ବାହାଦୂର'

'ଆନିମଲ' ଫିଲ୍ମ ବିଷୟରେ କହିବାକୁ ଗଲେ, ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସନ୍ଦୀପ ରେଡ୍ଡୀ ଭଙ୍ଗା । ରଣବୀର କପୁରଙ୍କ ବ୍ୟତୀତ ବବି ଦେଓଲ, ସୁରେଶ ଓବରୋଇ, ରଶ୍ମିକା ମନ୍ଦାନା, ଅନିଲ କପୁର, ଶକ୍ତି କପୁରଙ୍କ ସମେତ ଅନେକ କଳାକାର ଏହି ଚଳଚ୍ଚିତ୍ରରେ ନଜର ଆସିଛନ୍ତି । ସେପଟେ 'ସାମ ବାହାଦୂର'ର କାହାଣୀ ବିଷୟରେ କହିବାକୁ ଗଲେ, ମେଘନା ଗୁଲଜାରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ରୋନି ସ୍କ୍ରୁ'ଭାଲାଙ୍କ ଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ରରେ ବିକି ଭାରତର ପ୍ରଥମ ଫିଲ୍ଡ ମାର୍ଶଲ ତଥା ସୈନ୍ୟ ପରାକ୍ରମୀ ସାମ ମାନିକଶାହଙ୍କ ଭୂମିକାରେ ନଜର ଆସିଛନ୍ତି । ଏଥିସହ ଫାତିମା ସାନା ଶେଖଙ୍କୁ ଇନ୍ଦିରା ଗାନ୍ଧୀ ଏବଂ ସାନ୍ୟା ମାଲହୋତ୍ରାଙ୍କୁ ସାମ ମାନିକଶାହଙ୍କ ପତ୍ନୀ ସିଲୁଙ୍କ ଭୂମିକାରେ ଦେଖିବାକୁ ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.