ETV Bharat / entertainment

600 କୋଟି କ୍ଲବରେ ଏଣ୍ଟ୍ରି ମାରିଲା ଆନିମଲ

author img

By ETV Bharat Odisha Team

Published : Dec 9, 2023, 4:28 PM IST

Animal Box Office Collection: 600 କୋଟି କ୍ଲବରେ ସାମିଲ ହେଲା 'ଆନିମଲ'। ଆଜି ରିଲିଜର ନବମ ଦିନ ହୋଇଥିବା ବେଳେ 40 କୋଟି ଆୟ କରିବା ନେଇ ଲକ୍ଷ୍ୟ ରଖାଯାଇଛି।

Animal Box Office Collection
Animal Box Office Collection

ମୁମ୍ବାଇ: ରଣବୀର କପୁର ଏବଂ ରଶ୍ମିକା ମନ୍ଦାନାଙ୍କ ଅଭିନୀତ ଫିଲ୍ମ ଆନିମନ ବକ୍ସ ଅଫିସରେ ନିଜର ଜଲଓ୍ବା ଜାରି ରଖିଛି। ଫିଲ୍ମ ରିଲିଜକୁ ସପ୍ତାହରୁ ଅଧିକ ଦିନ ବିତି ଯାଇଥିଲେ ସୁଦ୍ଧା କ୍ରେଜ କମିବାର ନାମ ନେଉ ନାହିଁ। ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ନିର୍ଦ୍ଦେଶିତ ଫିଲ୍ମ ଦର୍ଶକଙ୍କ ମନକୁ ଛୁଇଁଛି। ପ୍ରଥମ ଦିନରୁ ହିଁ ନୂଆ ନୂଆ ରେକର୍ଡ ସୃଷ୍ଟି କରିଛି ଆନିମଲ। ଆକ୍ସନ ଡ୍ରାମା ଫିଲ୍ମ ଅନେକ ବ୍ଲକବାଷ୍ଟର ଫିଲ୍ମକୁ ପଛରେ ପକାଇଛି।

  • " class="align-text-top noRightClick twitterSection" data="">

ଆନିମଲ ରିଲିଜ ହେବାର ପ୍ରଥମ ସପ୍ତାହରେ ଫିଲ୍ମ ବକ୍ସ ଅଫିସରେ 300 କୋଟିରୁ ଅଧିକ ଆୟ କରିଛି। ତେବେ ଆଗରୁ ଛୁଟି ଦିନ ରହିଥିବାକୁ ଫିଲ୍ମ ଆହୁରି ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି। ଆଜି 23.5କୋଟିର କଲେକ୍ସନ ହୋଇଛି। ଏହାସହ ଫିଲ୍ମର ମୋଟ ଆୟ 361.08 କୋଟିରେ ପହଞ୍ଚିଛି । ତେବେ କଲେକ୍ସନକୁ ଦେଖିଲେ ଆଗାମୀ ସପ୍ତାହରେ ମଧ୍ୟ ଫିଲ୍ମ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି। ରିଲିଜର 9ମ ଦିନରେ ଫିଲ୍ମ ବମ୍ପର କଲେକ୍ସନ କରିବ ଅର୍ଥାତ ପାଖାପାଖି 40 କୋଟି ହୋଇପାରେ ବୋଲି ଏକ ମିଡିଆ ରିପୋର୍ଟରେ କୁହାଯାଇଛି। ଯଦି ବିଶ୍ବରେ ଦେଖିବା ଏହି ଫିଲ୍ମ ବିଶ୍ବ ସ୍ତରରେ 600 କୋଟି ପାର କରିଛି।

ଆଗକୁ ଅର୍ଥାତ ଆସନ୍ତାକାଲି ରବିବାର ରହିଥିବା ବେଳେ ଫିଲ୍ମ 400 କୋଟି କଲେକ୍ସନ କରିପାରେ ବୋଲି ଆଶା କରାଯାଇଛି। ସକାଳର ଶୋ ଠାରୁ ଖବର ଲେଖାଯିବା ପର୍ଯ୍ୟନ୍ତ 1.19 କୋଟି ଟଙ୍କା ଆଦାୟ ହୋଇଛି ଏବଂ ନାଇଟ ଶୋ ସୁଦ୍ଧା ଆହୁରି ଅଧିକ ଆୟ ହେବ ବୋଲି ଆଶା କରାଯାଉଛି।

ଏହା ମଧ୍ୟ ପଢନ୍ତୁ: ୫୦୦କୋଟି କ୍ଲବରେ ସାମିଲ ହେଲା 'ଆନିମଲ', ୬ଷ୍ଠ ଦିନରେ ବି କମିଲା 'ସାମ ବାହାଦୂର'ର ଆୟ

ଫିଲ୍ମର ରୋଜଗାର ବିଷୟରେ କହିବାକୁ ଗଲେ 'ଆନିମଲ' 63.8 କୋଟି ଟଙ୍କା ସହ ଓପନିଂ କରିଥିଲା । ଏହାପରେ ଫିଲ୍ମ ଦ୍ୱିତୀୟ ଦିନରେ 66.27 କୋଟି, ତୃତୀୟ ଦିନରେ 71.46 କୋଟି, ଚତୁର୍ଥ ଦିନରେ 43.96 କୋଟି ଏବଂ ପଞ୍ଚମ ଦିନରେ 37.47 କୋଟି ଟଙ୍କା ଆୟ କରିଛି । ଷଷ୍ଠ ଦିନରେ ଅର୍ଥାତ୍ ବୁଧବାର ଦିନ 30 କୋଟି ଟଙ୍କା କଲେକ୍ସନ କରିଛି । ସପ୍ତମ ଦିନରେ ମଧ୍ୟ ଭଲ ପ୍ରଦର୍ଶନ କରିଥିବା ବେଳେ ମେଟ ଆୟ 361.08 କୋଟିରେ ପହଞ୍ଚିଛି । ଆନିମଲ ରିଲିଜ୍ ହେବାପରେ ଶାହାରୁଖ ଖାନଙ୍କ ପଠାନ-ଜବାନ ଏବଂ ବାହୁବଲୀ 2 ସମେତ ଅନେକ ଚଳଚ୍ଚିତ୍ରର ରେକର୍ଡ ଭାଙ୍ଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.