ETV Bharat / entertainment

୫୦୦ କୋଟି କ୍ଲବରେ ଆନିମଲ, କମୁନି ଜଲୱା

author img

By ETV Bharat Odisha Team

Published : Dec 18, 2023, 3:35 PM IST

Animal box office collection day 17: ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ନିର୍ଦ୍ଦେଶିତ ତଥା ରଶ୍ମିକା ଏବଂ ରଣବୀର କପୁରଙ୍କ ଅଭିନୀତ 'ଆନିମଲ' ରିଲିଜର ୧୭ ଦିନରେ ବି ଭଲ ପ୍ରଦର୍ଶନ କରୁଛି । ଏହି ଫିଲ୍ମ ବର୍ତ୍ତମାନ ଘରୋଇ ବକ୍ସ ଅଫିସରେ ୫୦୦ କୋଟି କ୍ଲବରେ ସାମିଲ ହୋଇଥିବା ବେଳେ ବିଶ୍ବରେ ୮୦୦ କୋଟିରୁ ଅଧିକ ଆୟ କରିଛି । ଅଧିକ ପଢନ୍ତୁ

୧୭ଦିନରେ ବି ରଣବୀରଙ୍କ ଜଲୱା ଜାରି, ୫୦୦କୋଟି କ୍ଲବରେ 'ଆନିମଲ'

ହାଇଦ୍ରାବାଦ: ରଣବୀର କପୁରଙ୍କ 'ଆନିମଲ' ବକ୍ସ ଅଫିସରେ ରିଲିଜର ୧୭ତମ ଦିନରେ ପହଞ୍ଚିଛି । ତଥାପି ଫିଲ୍ମର କ୍ରେଜ କମିନଥିବା ବେଳେ ବକ୍ସ ଅଫିସରେ ନିଜର ଜଲୱା ଜାରି ରଖିଛି । ଭାରତରେ ଏହି ଫିଲ୍ମ ବର୍ତ୍ତମାନ ୫୦୦ କୋଟି ପାର୍ କରିଛି । ଏଥିସହ ସାରା ବିଶ୍ୱରେ ୮୫୦ କୋଟି ଟଙ୍କା ପାଖାପାଖି ଆୟ କରିବାରେ ସଫଳ ହୋଇଛି ।

ଇଣ୍ଡଷ୍ଟ୍ରି ଟ୍ରାକର ସାକନିକଙ୍କ ରିପୋର୍ଟ ଅନଯାୟୀ, ରଣବୀର କପୁର ଏବଂ ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ଅଭିନୀତ ଏହି ଚଳଚ୍ଚିତ୍ର ଭାରତରେ ୫୧୨ କୋଟି ଟଙ୍କା ରୋଜଗାର କରିଛି । ପ୍ରାଥମିକ ଆକଳନରୁ ଜଣାପଡିଛି ଯେ ଏହି ଚଳଚ୍ଚିତ୍ର ଭାରତରେ ୧୭ତମ ଦିନରେ ୧୪.୫ କୋଟି ଆୟ କରି ମୋଟ ୫୨୧.୯୪ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ସେପଟେ ଆନିମଲ ବିଶ୍ବରେ ମୋଟ ୮୩୫.୯ କୋଟି ଟଙ୍କା କଲେକ୍ସନ କରିଛି । ତେବେ ଏହି ଫିଲ୍ମ ରଣବୀରଙ୍କ କ୍ୟାରିଅର ସର୍ବାଧିକ ଆୟ କରିଥିବା ଫିଲ୍ମ ହୋଇଥିବା ବେଳେ ଅଷ୍ଟ୍ରେଲିଆ ଏବଂ କାନାଡାର ସର୍ବାଧିକ ଆୟ କରିଥିବା ହିନ୍ଦୀ ଚଳଚ୍ଚିତ୍ର ଭାବେ ମଧ୍ୟ ସଫଳତା ହାସଲ କରିଛି ।

'ଆନିମଲ' ୧୭ତମ ଦିନରେ 'ପଠାନ', 'ଜବାନ', 'ଦଙ୍ଗଲ'ର ରେକର୍ଡ ଭାଙ୍ଗିଛି

ତୃତୀୟ ସପ୍ତାହରେ ମଧ୍ୟ ‘ଆନିମଲ’ର ତୃତୀୟ ସର୍ବାଧିକ ଆୟକାରୀ ଫିଲ୍ମ ଭାବେ ରେକର୍ଡ ସୃଷ୍ଟି କରି ଅନେକ ଫିଲ୍ମକୁ ପଛରେ ପକାଇଛି । ଏହି ଚଳଚ୍ଚିତ୍ରଟି ତୃତୀୟ ରବିବାର ଅର୍ଥାତ୍ ୧୭ ତମ ଦିନରେ ୫୦୦ କୋଟିରୁ ଅଧିକ ଆୟ କରିଛି । ଏହାସହ ପଠାନ, ଜବାନ ସମେତ ସମସ୍ତ ଚଳଚ୍ଚିତ୍ରକୁ ପଛରେ ପକାଇଛି ।

  • ୧୭ତମ ଦିନରେ 'ବାହୁବଲୀ ୨' ୧୭.୧୫ କୋଟି ଟଙ୍କା ଆୟ କରିଥିଲା
  • ୧୭ତମ ଦିନରେ 'ଗଦର ୨' ୧୬.୧ କୋଟି ଟଙ୍କା ଆୟ କରିଥିଲା
  • ୧୭ତମ ଦିନରେ 'ଦଙ୍ଗଲ' କୋଟି ୧୩.୬୮ ଟଙ୍କା ଆୟ କରିଥିଲା
  • ୧୭ତମ ଦିନରେ 'ଜବାନ' ୧୧.୫ କୋଟି ଟଙ୍କା ଆୟ କରିଥିଲା
  • ୧୭ତମ ଦିନରେ 'ପଠାନ' ୫.୭୫ କୋଟି ଟଙ୍କା ଆୟ କରିଥିଲା
  • " class="align-text-top noRightClick twitterSection" data="">

ଡିସେମ୍ବର ୧ରେ ସାରା ବିଶ୍ୱରେ ଏହି ଚଳଚ୍ଚିତ୍ର ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ ଏବଂ ମାଲାୟାଲମ୍ ଭାଷାରେ ରିଲିଜ ହୋଇଥିଲା । ଷ୍ଟାରର କାଷ୍ଟ ବିଷୟରେ କହିବାକୁ ଗଲେ, ରଣବୀର କପୁର, ଅନୀଲ କପୁର, ବବି ଦେଓଲ, ରଶ୍ମିକା ମନ୍ଦାନା, ତ୍ରିପ୍ତୀ ଡିମ୍ରି, ସୁରେଶ ଓବରୋଇ ଏବଂ ପ୍ରେମ ଚୋପ୍ରା ମଧ୍ୟ ନଜର ଆସିଛନ୍ତି । ଚଳଚ୍ଚିତ୍ରଟି ନଭେମ୍ବରରେ ସିବିଏଫସି ତରଫରୁ ଏକ 'ଏ' ସାର୍ଟିଫିକେଟ୍ ପାଇଥିବା ବେଳେ ଫିଲ୍ମର ଆକ୍ସନ ଏବଂ ଚରିତ୍ର ଓ ରୋମାନ୍ସ ସିକ୍ବେନ୍ସ ଦର୍ଶକଙ୍କୁ ବେଶ ଆକୃଷ୍ଟ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.