ETV Bharat / entertainment

ବକ୍ସ ଅଫିସରେ ରଣବୀର କପୁର-ବିକି କୌଶଲ ଟକ୍କର, କିଏ ମାରିବ ବାଜି ?

author img

By ETV Bharat Odisha Team

Published : Dec 1, 2023, 2:03 PM IST

Animal vs Sam Bahadur Box Office: ଡିସେମ୍ବର ୧ ଶୁକ୍ରବାର ଏକାସଙ୍ଗେ ରିଲିଜ ହୋଇଛି ଦୁଇ ସୁପରଷ୍ଟାର ରଣବୀର କପୁର, ବିକି କୌଶଲଙ୍କ ଫିଲ୍ମ ଆନିମଲ ଏବଂ ସାମ ବାହାଦୂର । ଉଭୟ ଫିଲ୍ମ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ବକ୍ସ ଅଫିସରେ ରଣବୀର କପୁର-ବିକି କୌଶଲଙ୍କ ଟକ୍କର, କିଏ ମାରିବ ବାଜି?

ହାଇଦ୍ରାବାଦ: ଡିସେମ୍ବର ମାସର ପ୍ରଥମ ଦିନରେ 2023 ବର୍ଷର ବହୁ ପ୍ରତିକ୍ଷୀତ ଫିଲ୍ମ ଆନିମଲ ଏବଂ ସାମ ବାହାଦୂର ମୁକ୍ତିଲାଭ କରିଛି । ପ୍ରେକ୍ଷାଳୟରେ ଦର୍ଶକଙ୍କ ଠାରୁ ଉଭୟ ଚଳଚ୍ଚିତ୍ରର ଜବରଦସ୍ତ ପ୍ରତିକ୍ରିୟା ମିଳୁଛି । ସାମ୍ ବାହାଦୂରର କାହାଣୀ ବାସ୍ତବ ଥିବାବେଳେ ରଣବୀର କପୁରଙ୍କ ଅଭିନୀତ ଆନିମଲ ବାପା ପୁଅର ସମ୍ପର୍କକୁ ନେଇ ଆଧାରିତ । ଦର୍ଶକ ଉଭୟ ଫିଲ୍ମକୁ ପସନ୍ଦ କରୁଥିବା ବେଳେ ବକ୍ସ ଅଫିସରେ ପ୍ରଥମ ଦିନର ରୋଜଗାର ଦୃଷ୍ଟିରୁ ସାମ୍ ବାହାଦୁରଠାରୁ ଆନିମଲ ବହୁତ ଆଗରେ ଥିବା ଜଣାପଡିଛି । ବକ୍ସ ଅଫିସରେ ଆନିମଲ ଏବଂ ସାମ୍ ବାହାଦୂରର ଆନୁମାନିକ ଓପନିଂ କଲେକ୍ସନ ବିଷୟରେ ଜାଣନ୍ତୁ,

'ଆନିମଲ'ର କ୍ରେଜ ଏବଂ ରିଭ୍ୟୁ ଦେଖି ଆକଳନ କରାଯାଇଛି ଯେ ପ୍ରଥମ ଦିନରେ ଏହି ଫିଲ୍ମ ବିଶ୍ୱ ବକ୍ସ ଅଫିସରେ ୯୫ରୁ ୧୦୦ କୋଟି ଟଙ୍କା ରୋଜଗାର କରିବ । ହିନ୍ଦୀ ଭାଷାରେ ୫୫ କୋଟି ଟଙ୍କା ସହ ଓପନିଂ କରିବ ବୋଲି କୁହାଯାଉଛି । କାରଣ ପ୍ରଥମ ଦିନ ପାଇଁ ଫିଲ୍ମ ୧୩ ଲକ୍ଷ ୫୨ ହଜାର ୫୭୮ ଟିକେଟ ବିକ୍ରି କରିଛି । ଅନ୍ୟପକ୍ଷରେ ଯଦି ଗଣମାଧ୍ୟମର ରିପୋର୍ଟକୁ ବିଶ୍ବାସ କରାଯାଏ, ତେବେ ସାମ୍ ବାହାଦୂର ପ୍ରଥମ ଦିନ ପାଇଁ 1 ଲକ୍ଷ 03 ହଜାର 192 ଆଡଭାନ୍ସ ଟିକେଟ୍ ବିକ୍ରି କରିଛି । ଯେଉଁଥିପାଇଁ ବିକି କୌଶଲଙ୍କ ଫିଲ୍ମ ଓପନିଂ ଦିନରେ ଭାରତରେ ୫ରୁ ୭କୋଟି ଟଙ୍କା କଲେକ୍ସନ କରିପାରେ ବୋଲି କୁହାଯାଉଛି ।

ଟ୍ବିଟରରେ ସମୀକ୍ଷା ଦେଇ ଫିଲ୍ମକୁ ନେଇ ନିଜର ପ୍ରତିକ୍ରିୟା ଦେଇଛନ୍ତି ଦର୍ଶକ । ଅନେକ ଆନିମଲକୁ ବ୍ଲକବ୍ଲଷ୍ଟର ଫିଲ୍ମ କହିଥିବା ବେଳେ ସେପଟେ ବିକି କୌଶଲଙ୍କ ଫିଲ୍ମର ମଧ୍ୟ ପ୍ରଶଂସା କରିଛନ୍ତି । ତେବେ ଆନିମଲ ତୁଳନାରେ ବିକିଙ୍କ ସାମ ବାହାଦୂରର ଆଡଭାନ୍ସ ବୁକିଂ ମଧ୍ୟ ଏକ ବମ୍ପର ନୁହେଁ । ଏଥିସହ ଆନିମଲର ଭିନ୍ନ କ୍ରେଜ ମଧ୍ୟ ରହିଛି । ଏହାକୁ ନଜରରେ ରଖି ପ୍ରଥମ ଦିନରେ ଆନମିଲ ସାମ ବାହାଦୂର ଠାରୁ ଅଧିକ କଲେକ୍ସନ କରିବା ସହ ବାଜି ମାରିବ ବୋଲି ଆଶା କରାଯାଉଛି ।

ଏହା ମଧ୍ୟ ପଢନ୍ତୁ: ବିକିଙ୍କୁ ପଛରେ ପକାଇପାରନ୍ତି ରଣବୀର; ଏତିକି ଆଡଭାନ୍ସ ବୁକିଂ କଲେକ୍ସନ କଲାଣି ଆନିମଲ-ସାମ ବାହାଦୂର

'ଆନିମଲ' ଫିଲ୍ମ ବିଷୟରେ କହିବାକୁ ଗଲେ, ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସନ୍ଦୀପ ରେଡ୍ଡୀ ଭଙ୍ଗା । ରଣବୀର କପୁରଙ୍କ ବ୍ୟତୀତ ବବି ଦେଓଲ, ସୁରେଶ ଓବରୋଇ, ରଶ୍ମିକା ମନ୍ଦାନା, ଅନିଲ କପୁର, ଶକ୍ତି କପୁରଙ୍କ ସମେତ ଅନେକ କଳାକାର ଏହି ଚଳଚ୍ଚିତ୍ରରେ ନଜର ଆସିଛନ୍ତି । ସେପଟେ 'ସାମ ବାହାଦୂର'ର କାହାଣୀ ବିଷୟରେ କହିବାକୁ ଗଲେ, ମେଘନା ଗୁଲଜାରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ରୋନି ସ୍କ୍ରୁ'ଭାଲାଙ୍କ ଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ରରେ ବିକି ଭାରତର ପ୍ରଥମ ଫିଲ୍ଡ ମାର୍ଶଲ ତଥା ସୈନ୍ୟ ପରାକ୍ରମୀ ସାମ ମାନିକଶାହଙ୍କ ଭୂମିକାରେ ନଜର ଆସିଛନ୍ତି । ଏଥିସହ ଫାତିମା ସାନା ଶେଖଙ୍କୁ ଇନ୍ଦିରା ଗାନ୍ଧୀ ଏବଂ ସାନ୍ୟା ମାଲହୋତ୍ରାଙ୍କୁ ସାମ ମାନିକଶାହଙ୍କ ପତ୍ନୀ ସିଲୁଙ୍କ ଭୂମିକାରେ ଦେଖିବାକୁ ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.