ମୁମ୍ବାଇ: ଡ୍ରିମ୍ ଗାର୍ଲ ୨ ପରେ ଅନନ୍ୟା ପାଣ୍ଡେଙ୍କର ଆଗାମୀ ୱେବ୍ ଚଳଚ୍ଚିତ୍ର 'ଖୋ ଗୟେ ହମ୍ କାହାଁ' ରିଲିଜ୍ ହେବାକୁ ଯାଉଛି । ଗତକାଲି ଫିଲ୍ମର ଟ୍ରେଲର ମଧ୍ୟ ରିଲିଜ ହୋଇଯାଇଛି । ଅର୍ଜୁନ ବାରେନ୍ ସିଂଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅନନ୍ୟା, ସିଦ୍ଧାର୍ଥ ଏବଂ ଆଦର୍ଶ ଗୌରବ ମୁଖ୍ୟ ଭୂମିକାରେ ନଜର ଆସିବେ । ମୁମ୍ବାଇରେ ଫିଲ୍ମର ଟ୍ରେଲର ଲଞ୍ଚ ଇଭେଣ୍ଟରେ ଅନନ୍ୟା ବ୍ରେକଅପ୍ ପରେ ଆଗକୁ ବଢ଼ିବା ନେଇ ପରାମର୍ଶ ଦେଇଥିଲେ । ଏଥିସହ ସେ ଶେଷଥର ପାଇଁ କାହାକୁ ଷ୍ଟକ୍ କରିଥିଲେ ତାଙ୍କ ନାମ ମଧ୍ୟ ଇଭେଣ୍ଟରେ କହିଥିଲେ।
ଖୋ ଗୟେ ହମ କାହାଁ ର ଟ୍ରେଲର ଲଞ୍ଚ ଇଭେଣ୍ଟରେ ଅନନ୍ୟା ପାଣ୍ଡେ ବ୍ରେକଅପ ପରେ ମୁଭ୍ ଅନ୍ କରିବା ପାଇଁ ପରାମର୍ଶ ଦେଇଥିଲେ । ସେ କହିଥିଲେ ଯେ,' ବହୁତ ଜଲଦି ଆଗକୁ ବଢନି । ଧୀରେ ଧୀରେ ଏଥିରୁ ବାହାରିବାକୁ ଚେଷ୍ଟା କର, ଆଇସକ୍ରିମ୍ ଖାଅ ।"ସେହିପରି ଅନ୍ୟପଟେ ସିଦ୍ଧାର୍ଥ ଚତୁର୍ବେଦୀ ପରାମର୍ଶ ଦେଇ କହିଥିଲେ,"ଗୀତ ଶୁଣ । ଅରିଜିତ ସିଂ ଆମର ହୃଦୟ ସମ୍ଭାଳିଛନ୍ତି ।"
ଏହା ମଧ୍ୟ ପଢନ୍ତୁ- ରିଲିଜ ହେଲା ୱେବ୍ ଚଳଚ୍ଚିତ୍ର 'ଖୋ ଗୟେ ହମ କାହାଁ'ର ଟ୍ରେଲର
ଏହା ମଧ୍ୟ ପଡନ୍ତୁ-'ଖୋ ଗୟେ ହମ କାହାଁ'ର ଆସିଲା ପୋଷ୍ଟର, ଏହି ଦିନ ରିଲିଜ ହେବ ଟ୍ରେଲର
ସେହିପରି ଅନନ୍ୟା ପାଣ୍ଡେ ଶେଷଥର ପାଇଁ କାହାକୁ ସୋସିଆଲ ମିଡିଆରେ ଷ୍ଟକ କରିଥିଲେ ତାହା ମଧ୍ୟ କହିଥିଲେ । ସେ କହିଥିଲେ ଯେ, ସେ ସିଦ୍ଧାନ୍ତଙ୍କୁ ଷ୍ଟକ୍ କରିଥିଲେ। କାରଣ ତାଙ୍କ କାନ୍ଧରେ ଆଘାତ ଆଘାତ ଅଛି କି ନାହିଁ ଜାଣିବା ପାଇଁ । ମୁଁ ସିଡଙ୍କୁ ବିଶ୍ବାସ କରେ ନାହିଁ। ତେବେ ଅର୍ଜୁନ ବାରେନ୍ ସିଂଙ୍କ ନିର୍ଦ୍ଦେଶନାରେ ତିନିଜଣ ସାଙ୍ଗଙ୍କ କାହାଣୀକୁ ଏହି ଫିଲ୍ମରେ ସୁନ୍ଦର ଭାବେ ଦର୍ଶାଯାଇଛି । ସ୍କ୍ରିପ୍ଟରେ ଅର୍ଜୁନ ବାରେନ୍ ସିଂ, ଜୋୟା ଅଖତର ଏବଂ ରେମା କାଗି ସହଯୋଗ କରିଛନ୍ତି । ତେବେ ଗତକାଲି ଫିଲ୍ମର ଟ୍ରେଲର ରିଲିଜ ହୋଇଥିବା ବେଳେ ଡିସେମ୍ବର 26ରେ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବ । ଏହି ଫିଲ୍ମରେ ଅନନ୍ୟା ଏବଂ ସିଦ୍ଧାର୍ଥଙ୍କ ବ୍ୟତୀତ ଆଦର୍ଶ ଗୌରବ ବି ନଜର ଆସିବେ । ଏହି ଚଳଚ୍ଚିତ୍ରର ଟାଇଟଲ୍ 'ଖୋ ଗୟେ ହମ କାହାଁ' 2016 ଚଳଚ୍ଚିତ୍ର 'ବାର ବାର ଦେଖୋ' ଏକ ଗୀତ ଉପରେ ଆଧାରିତ । ଯେଉଁଥିରେ ସିଦ୍ଧାର୍ଥ ମଲହୋତ୍ରା ଏବଂ କ୍ୟାଟ୍ରିନା କୈଫ ଅଭିନୟ କରିଥିଲେ ।