ETV Bharat / entertainment

ବିକ୍ରାନ୍ତ ମାସିଙ୍କ ପ୍ରଶଂସାରେ ଆନନ୍ଦ ମହିନ୍ଦ୍ରା, କହିଲେ 'ସେ ଜାତୀୟ ପୁରସ୍କାର ପାଇବାକୁ ଯୋଗ୍ୟ' - ଆନନ୍ଦ ମହିନ୍ଦ୍ରାଙ୍କ 12Th ଫେଲ୍ ରିଭ୍ୟୁ

Anand Mahindra Reviews On 12th Fail: '12Th ଫେଲ୍' ଦେଖି ବେଶ ଇମ୍ପ୍ରେସ ହୋଇଛନ୍ତି ଦେଶର ଜଣାଶୁଣା ଶିଳ୍ପପତି ଆନନ୍ଦ ମହିନ୍ଦ୍ରା । ସେ ଫିଲ୍ମ ସହ ଅଭିନେତା ବିକ୍ରାନ୍ତ ମାସି ଏବଂ ପୁରା ଟିମଙ୍କ ଖୁବ ପ୍ରଶଂସା କରିଛନ୍ତି ।

ବିକ୍ରାନ୍ତ ମାସିଙ୍କ ପ୍ରଶଂସାରେ ଆନନ୍ଦ ମହିନ୍ଦ୍ରା, କହିଲେ-'ସେ ଜାତୀୟ ପୁରସ୍କାର ପାଇବାକୁ ଯୋଗ୍ୟ'

author img

By ETV Bharat Odisha Team

Published : Jan 18, 2024, 4:23 PM IST

ହାଇଦ୍ରାବାଦ: '12Th ଫେଲ୍' ଫିଲ୍ମ ପାଇଁ ବର୍ତ୍ତମାନ ଶିରୋନାମାରେ ରହିଛନ୍ତି ବଲିଉଡ ଅଭିନେତା ବିକ୍ରାନ୍ତ ମାସି । ଏହି ଫିଲ୍ମକୁ ସବୁଆଡୁ ଛୁଟୁଛି ପ୍ରଶଂସାର ସୁଅ । ସାଉଥରୁ ବଲିଉଡ ସେଲିବ୍ରିଟି ଏହି ଫିଲ୍ମ ଦେଖି ସମସ୍ତେ ବିକ୍ରାନ୍ତ ମାସିଙ୍କ ଫ୍ୟାନ ହୋଇଛନ୍ତି । ଦୀପିକା ପାଦୁକୋନ, ହ୍ରିତିକ ରୋଶନ, ଆଲିଆ ଭଟ୍ଟ, ସିଦ୍ଧାର୍ଥ ମଲହୋତ୍ରା ଏବଂ ସାଉଥ ତାରକା ବିଜୟ ଦେବରକୋଣ୍ଡାଙ୍କ ସହ ବହୁ ସେଲିବ୍ରିଟି ଏହି ଫିଲ୍ମର ପ୍ରଶଂସା କରିଛନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ ଦେଶର ଜଣାଶୁଣା ଶିଳ୍ପପତି ଆନନ୍ଦ ମହିନ୍ଦ୍ରା '12Th ଫେଲ୍' ଦେଖି ବେଶ ଇମ୍ପ୍ରେସ ହୋଇଛନ୍ତି । ସେ ଫିଲ୍ମରେ ବିକ୍ରାନ୍ତଙ୍କ ଦମଦାର ଅଭିନୟ ଦେଖି ତାଙ୍କର ଫ୍ୟାନ ହୋଇଛନ୍ତି । ସୋସିଆଲ ମିଡିଆରେ ସେ ଏକ ପୋଷ୍ଟ ମାଧ୍ୟମରେ ଏହି ଫିଲ୍ମ ପାଇଁ ଅଭିନେତାଙ୍କୁ ଜାତୀୟ ପୁରସ୍କାର ମିଳିବା ଦରକାର ବୋଲି କହିଛନ୍ତି ।

  • Finally saw ‘12th FAIL’ over this past weekend.
    If you see only ONE film this year, make it this one.

    Why?

    1) Plot: This story is based on real-life heroes of the country. Not just the protagonist, but the millions of youth, hungry for success, who struggle against extrordinary… pic.twitter.com/vk5DVx7sOx

    — anand mahindra (@anandmahindra) January 17, 2024 " class="align-text-top noRightClick twitterSection" data=" ">

ଆନନ୍ଦ ମହିନ୍ଦ୍ରା ଏକ୍ସରେ '12Th ଫେଲ୍' ଖୁବ ପ୍ରଶଂସା କରି ଏକ ପୋଷ୍ଟ ସେୟାର କରିଛନ୍ତି । ସେ ଲେଖିଛନ୍ତି, ଶେଷରେ ମୁଁ ଗତ ସପ୍ତାହରେ '12Th ଫେଲ୍' ଫିଲ୍ମ ଦେଖିଲି । ଯଦି ତୁମେ ବର୍ଷରେ ଗୋଟିଏ ଫିଲ୍ମ ଦେଖାଇବାକୁ ଚାହୁଁଛି, ତେବେ ଫିଲ୍ମ '12Th ଫେଲ୍' ପରି ପ୍ରସ୍ତୁତ କରାଅ । ଏହି ସମୟରେ ସେ ଫିଲ୍ମର କାହାଣୀ ଠାରୁ ଆରମ୍ଭ କରି ବିଧୁ ବିନୋଦ ଚୋପ୍ରାଙ୍କ ନିର୍ଦ୍ଦେଶନାକୁ ଖୁବ ପ୍ରଶଂସା କରିଛନ୍ତି । ସେ ଲେଖିଛନ୍ତି, ଏହି କାହାଣୀ ଦେଶର ରିଅଲ ଲାଇଫର ହିରୋ ଉପରେ ଆଧାରିତ । କେବଳ ହିରୋ ନୁହଁ ବରଂ ସଫଳତାର ଭୋକରେ ଥିବା ଯୁବକ, ଯେଉଁମାନେ ଦୁନିଆର କଠିନ ପରୀକ୍ଷା ମଧ୍ୟରେ ଆଇପିଏସ ପରୀକ୍ଷା ପାସ କରିବାକୁ ଅନେକ ସଂଘର୍ଷ କରିଥାନ୍ତି ।

ସେ ଆହୁରି ଲେଖିଛନ୍ତି, ଫିଲ୍ମର ଆକର୍ଷଣୀୟ ସିନ ଇଣ୍ଟଭ୍ୟୁ କ୍ଲାଇମେକ୍ସ ଅଟେ । ଏହା ଟିକେ ମନଗଢା କାହାଣୀ ଲାଗୁଥିବ ହେଲେ କିନ୍ତୁ ଏହାର ଡାଇଲଗ ବେଶ ପ୍ରେରଣା ଦେବା ସହ ପ୍ରଭାବିତ କରୁଛି । ଏହି ସିନରେ ଏକ ନୂଆ ଭାରତ ନିର୍ମାଣ ପାଇଁ କଣ କରିବା ଦରକାର ତାହା ଦର୍ଶାଯାଇଛି । ଏଥିସହ ସେ ଏହା ମଧ୍ୟ କହିଛନ୍ତି ଯେ, ବିଧୁ ବିନୋଦ ଚୋପ୍ରା କାଷ୍ଟିଂ କାଉଚରେ ବହୁତ ଭଲ କାମ କରିଛନ୍ତି । ପ୍ରତ୍ୟେକ ଚରିତ୍ର ତାଙ୍କ ଭୂମିକାରେ ଦମଦାର ଅଭିନୟ କରିଛନ୍ତି । ଏହା ପରେ ସେ ଫିଲ୍ମର ମୁଖ୍ୟ ଅଭିନେତା ବିକ୍ରାନ୍ତ ମାସିଙ୍କ ଦମଦାର ଅଭିନୟକୁ ପ୍ରଶଂସା କରି ସେ ଜାତୀୟ ପୁରସ୍କାର ପାଇବାକୁ ଯୋଗ୍ୟ ବୋଲି କହିଛନ୍ତି ।

  • Thank you Mr. Mahindra 🙏🏽

    Your appreciation for our efforts and recommendation for the film means the world to me. And I’m sure each & every member of our team shares the same excitement.

    You’ve been an inspiration to millions through your commitment in excellence &…

    — Vikrant Massey (@VikrantMassey) January 17, 2024 " class="align-text-top noRightClick twitterSection" data=" ">

ଏହା ମଧ୍ୟ ପଢନ୍ତୁ: ଓସ୍କାର ଦୌଡ଼ରେ ସାମିଲ ହେବ '12th Fail' ଫିଲ୍ମ ! ଏହି ଦିନ ହେବ ରିଲିଜ

ଆନନ୍ଦ ମହିନ୍ଦ୍ରାଙ୍କ ଏହି ପୋଷ୍ଟ ପରେ ଅଭିନେତା ବିକ୍ରାନ୍ତ ମାସି ମଧ୍ୟ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଅଭିନେତା କହିଛନ୍ତି, ଆପଣଙ୍କ ପ୍ରଶଂସା ମୋର ଏବଂ ମୋ ଟିମ ପାଇଁ ବହୁତ ଗୁରୁତ୍ବପୂର୍ଣ୍ଣ । ଏବେ ଆମକୁ ଲାଗୁଛି ଆମେ କିଛି ଭଲ କରିଛୁ । ସୂଚନା ଥାଉ କି, '12Th ଫେଲ୍' ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିଥିବା ବେଳେ ବର୍ତ୍ତମାନ ଡିଜନି ହଟଷ୍ଟାରରେ ଷ୍ଟ୍ରିମିଂ କରୁଛି । ଏହି ଫିଲ୍ମ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି । ସମସ୍ତେ ଏହି ଫିଲ୍ମର ଦିୱାନା ହୋଇଥିବା ବେଳେ ବିକ୍ରାନ୍ତ ମାସିଙ୍କ ଖୁବ ପ୍ରଶଂସା କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.