ମୁମ୍ବାଇ: ସୋସିଆଲ ମିଡିଆରେ ଆମ ବଲିଉଡ ସେଲିବ୍ରିଟିମାନେ ବହୁତ ଆକ୍ଟିଭ ରୁହନ୍ତି । ସେମାନେ ପ୍ରାୟତଃ ନିଜର ବୋଲ୍ଡ ଫଟୋ ଏବଂ ଭିଡିଓ ସେୟାର କରି ଫ୍ୟାନ୍ସଙ୍କ ନିକଟତର ହୁଅନ୍ତି । କିନ୍ତୁ ବର୍ତ୍ତମାନ ଏମିତି କିଛି ଘଟଣା ଘଟିଛି, ଯେଉଁଥିରେ ଅଭିନେତ୍ରୀ ନିକଟତର କ'ଣ ହେବେ ବରଂ ଫ୍ୟାନ୍ସଙ୍କ ଟାର୍ଗେଟକୁ ଆସିଯାଇଛନ୍ତି । ଏମିତି କିଛି ଘଟିଛି କରୀନା କପୁର ଏବଂ ଅମୃତା ଆରୋରାଙ୍କ ସହ । ଅବଶ୍ୟ ଅଭିନେତ୍ରୀମାନେ ଚୁପ୍ ବସିନାହାନ୍ତି, ଟ୍ରୋଲରଙ୍କୁ ପାଲଟା ଜବାବ୍ ଦେଇଛନ୍ତି ।
କରୀନା କପୁର, ଅମୃତା ଆରୋରା ଏବଂ ମଲାଇକା ଆରୋରା ନିକଟରେ କରଣ ଜୋହରଙ୍କ ପାର୍ଟିରେ ପହଞ୍ଚିଥିଲେ ଯେଉଁଠାରେ ସେମାନେ କ୍ଲିକ୍ କରି ଅନେକ ଫଟୋ ସେୟାର କରିଥିଲେ । ଏହି ଫଟୋଗୁଡ଼ିକ ଉପରେ, ଜଣେ ସୋସିଆଲ୍ ମିଡିଆ ୟୁଜର ଲେଖିଛନ୍ତି - '3 ବୁଢୀ' । ଯେତେବେଳେ କରୀନା କପୁର ଏହି କମେଣ୍ଟ ଦେଖିଲେ, ସେ ନିଜକୁ ଅଟକାଇ ପାରିଲେ ନାହିଁ ଏବଂ ଏହାର ସ୍କ୍ରିନସଟ ନେଇ ଇନଷ୍ଟା ଷ୍ଟୋରୀରେ ସେୟାର କରି ଲେଖିଛନ୍ତି-"ମୁଁ ଏହି କମେଣ୍ଟ ଗୁଡିକୁ ଦେଖୁଛି ! ତେବେ କ'ଣ ବୃଢୀର ଅର୍ଥ ଅପମାନ ? ମୋ ପାଇଁ ଏହା କେବଳ ଶବ୍ଦ । ଗୋଟିଏ ଶବ୍ଦ ଯାହାର ଅର୍ଥ ହେଉଛି ବଡ ହେବା । ହଁ ଆମେ ବଡ ଏବଂ ବୁଦ୍ଧିମାନ କିନ୍ତୁ ତୁମ ପାଖରେ ନା ନାଁ ଅଛି, ନା ଚେହେରା ।
କେବଳ କରୀନା ନୁହଁନ୍ତି ଅମୃତା ଆରୋରା ମଧ୍ୟ ଟ୍ରୋଲର୍ସଙ୍କୁ ଜବାବ ଦେଇଛନ୍ତି । ସେ ତାଙ୍କ ଇନଷ୍ଟା ଷ୍ଟୋରୀରେ ଲେଖିଛନ୍ତି - ଲୋକମାନେ ମୋର ଓଜନ ବୃଦ୍ଧିକୁ ଘୃଣା କରନ୍ତି ! ଏହା ମୋର ! ମୁଁ ଏହାକୁ ପସନ୍ଦ କରେ । ମୋର ଓଜନ, ମୋର ସମସ୍ୟା । କେବେଠାରୁ ସବୁକିଛି ସମସ୍ତଙ୍କ ପାଇଁ ଏକ ସମସ୍ୟା ହୋଇଗଲାଣି ? ଆରେ ହଁ, ଯେହେତୁ ସୋସିଆଲ ମିଡିଆ ଦେଉଛି ... ତେଣୁ ଦୟାକରି ଆଗକୁ ବଢନ୍ତୁ ।
- " class="align-text-top noRightClick twitterSection" data="
">
କରଣ ଜୋହରଙ୍କ ପାର୍ଟିରେ ଏହି ତିନି ବନ୍ଧୁଙ୍କୁ ବହୁତ ଷ୍ଟାଇଲିସ୍ ଅନ୍ଦାଜରେ ଦେଖିବାକୁ ମିଳିଥିଲା । କରୀନା କପୁରଙ୍କୁ ଏକ ଶିମରି ସିଲଭର ଫ୍ରକ୍ ଷ୍ଟାଇଲ୍ ପୋଷାକରେ ଦେଖିବାକୁ ମିଳିଥିବାବେଳେ ମଲାଇକା ସର୍ଟ ବ୍ଲେଜର ପିନ୍ଧି ପାର୍ଟିରେ ନିଆଁ ଲଗାଇ ଦେଇଥିଲେ ଏବଂ ଅମୃତାଙ୍କ ଷ୍ଟାଇଲିସ୍ ଲୁକ୍ ଉପରେ ମଧ୍ୟ ଚର୍ଚ୍ଚା କରାଯାଇଥିଲା ।