ETV Bharat / entertainment

ୟୁଟ୍ୟୁବ ଚ୍ୟାନେଲ ବିରୋଧରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ଆରାଧ୍ୟା

author img

By

Published : Apr 20, 2023, 9:14 AM IST

Updated : Apr 20, 2023, 9:27 AM IST

ୟୁଟ୍ୟୁବ ଚ୍ୟାନେଲ(ଟାବଲଏଡ) ବିରୋଧରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ଆରାଧ୍ୟା ବଚ୍ଚନ । ଅଧିକ ପଢନ୍ତୁ

ୟୁଟ୍ୟୁବ ଚ୍ୟାନେଲ ବିରୋଧରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ଆରାଧ୍ୟା
ୟୁଟ୍ୟୁବ ଚ୍ୟାନେଲ ବିରୋଧରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ଆରାଧ୍ୟା

ନୂଆଦିଲ୍ଲୀ: ବଚ୍ଚନ ପରିବାରର ଲାଡଲି ତଥା ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ନାତୁଣୀ ଆରାଧ୍ୟା ବଚ୍ଚନ ଗୋଟିଏ ୟୁଟ୍ୟୁବ ଚ୍ୟାନେଲ(ଟାବଲଏଡ) ବିରୋଧରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ଉକ୍ତ ୟୁଟ୍ୟୁବ ଟାବଲଏଡ ୧୧ ବର୍ଷୀୟା ଆରାଧ୍ୟାଙ୍କ ସ୍ବାସ୍ଥ୍ୟ ଓ ଜୀବନକୁ ନେଇ ମିଥ୍ୟା ଖବର ବା ଫେକ୍ ନ୍ୟୁଜ ପ୍ରସାରଣ କରିଥିଲା । ଏହାକୁ ବିରୋଧ କରି ସେ ସେହି ୟୁଟ୍ୟୁବ ଟାବଲଏଡ ବିରୋଧରେ ହାଇକୋର୍ଟରେ ଆବେଦନ କରିଛନ୍ତି । ଆଜି ଏହି ଆବେଦନ ଉପରେ ଶୁଣାଣି ହେବ ।

ଅଭିନେତ୍ରୀ ଐଶ୍ବର୍ଯ୍ୟା ଓ ଅଭିଷେକ ବଚ୍ଚନଙ୍କ ଝିଅ ଆରାଧ୍ୟା ନାବାଳିକା ହୋଇଥିବାରୁ ତାଙ୍କ ବିରୋଧରେ ଏଭଳି ମିଥ୍ୟା ଖବର ପ୍ରସାରଣ ପାଇଁ ସେ ଉକ୍ତ ୟୁଟ୍ୟୁବ ଟାବଲଏଡ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ହାଇକୋର୍ଟରେ ପହଞ୍ଚିଛନ୍ତି । ଏଭଳି ଖବର ଉପରେ ରୋକ୍ ଲଗାଇବା ପାଇଁ ସେ ଆବେଦନ କରିଛନ୍ତି । ଦିଲ୍ଲୀ ହାଇକୋର୍ଟର ବିଚାରପତି ହରିଶଙ୍କରଙ୍କ ଖଣ୍ଡୀପଠ ଆଜି ଆରାଧ୍ୟାଙ୍କ ଆବେଦନର ଶୁଣାଣି କରିବେ । ତେବେ ବଚ୍ଚନ ପରିବାର ପକ୍ଷରୁ ଏହି ମାମଲା ସମ୍ପର୍କରେ ଏ ଯାଏଁ କୌଣସି ପ୍ରକାର ବିବୃତ୍ତି କିମ୍ବା ପ୍ରତିକ୍ରିୟା ଦିଆଯାଇ ନାହିଁ ।

ନୀଳ ନୟନା ଐଶ୍ବର୍ଯ୍ୟା ବଚ୍ଚନଙ୍କ ଝିଅ ଆରାଧ୍ୟା ବଚ୍ଚନ ଅନେକ ସମୟରେ ଲାଇମ ଲାଇଟରେ ରହିଥାନ୍ତି ଏବଂ ଟ୍ରୋଲର ଶିକାର ମଧ୍ୟ ହୋଇଥାନ୍ତି । 'ବବ୍ ବିଶ୍ବାସ' ଫିଲ୍ମର ପ୍ରମୋସନ ବେଳେ ଝିଅକୁ ଲଗାତାର ଟ୍ରୋଲ କରିବା ନେଇ ଅଭିଷେକ ବଚ୍ଚନ ଟ୍ରୋଲର୍ସଙ୍କୁ କଡା ଜବାବ ଦେଇଥିଲେ । ସୋସିଆଲ ମିଡିଆରେ ଆରାଧ୍ୟାଙ୍କୁ ମିଳୁଥିବା ନକରାତ୍ମକ କମେଣ୍ଟରେ ପ୍ରତିକ୍ରିୟା ଦେଇ ଅଭିଷେକ କହିଥିଲେ, ଏହା ଆଦୌ ଗ୍ରହଣୀୟ ନୁହେଁ ଏବଂ ମୁଁ ଏହାକୁ କେବେ ବି ସହ୍ୟ କରିବି ନାହିଁ । ଠିକ୍ ଅଛି ମୁଁ ଜଣେ ପବ୍ଲିକ ଫିଗର ହେଲେ ମୋ ଝିଅ ଏ ସବୁଠୁ ଦୂରରେ । ଯଦି ତୁମମାନଙ୍କୁ କିଛି କହିବାର ଅଛି ତାହାହେଲେ ମୋ ମୁହଁରେ କୁହ ।

ଏହାମଧ୍ୟ ପଢନ୍ତୁ: ମାଲକାନଗିରିରେ ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ, ଆରମ୍ଭ ହେଲା ପୁଷ୍ପା-2ର ସୁଟିଂ

ପ୍ରକାଶଥାଉ କି, କିଛି ଦିନ ତଳେ ୧୧ ବର୍ଷୀୟା ଆରାଧ୍ୟା ମାଆ ଐଶ୍ବର୍ଯ୍ୟ ବଚ୍ଚନଙ୍କ ସହ ନୀତି ମୁକେଶ ଅମ୍ବାନୀଙ୍କ କଲଚରାଲ ସେଣ୍ଟର ପ୍ରୋଗାମରେ ସାମିଲ ହୋଇଥିଲେ । ଏଠାର ବଚ୍ଚନ ପରିବାରର ଲାଡଲିଙ୍କ ଦେଶୀ ଅନ୍ଦାଜ ଦେଖିବାକୁ ମିଳିଥିଲା ।

ଏହାମଧ୍ୟ ପଢନ୍ତୁ: ବିବାଦରେ ବାଦଶାହ ! ଗୀତରେ ଆପତ୍ତିଜନକ ଶବ୍ଦ ସହ ଭୋଲେନାଥଙ୍କ ନାମକୁ ବ୍ୟବହାର କଲେ

Last Updated : Apr 20, 2023, 9:27 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.