ETV Bharat / entertainment

ଜନ୍ମଦିନରେ ବିଗ ବିଙ୍କ ଫ୍ୟାନ୍ସଙ୍କୁ ଭେଟି, 'କଲ୍କି ୨୮୯୮AD' ଫିଲ୍ମରୁ ପ୍ରଥମ ଲୁକ୍ ଆଉଟ୍

author img

By ETV Bharat Odisha Team

Published : Oct 11, 2023, 6:00 PM IST

ଆଜି ବିଗ ବି ଅମିତାଭ ବଚ୍ଚନଙ୍କ ୮୧ତମ ଜନ୍ମଦିନ । ଏହି ଅବସରରେ ଅଭିନେତାଙ୍କ ଆଗାମୀ ଫିଲ୍ମ 'କଲ୍କି ୨୮୯୮AD' ଫିଲ୍ମରୁ ପ୍ରଥମ ଲୁକ୍ ରିଲିଜ ହୋଇଛି । ଅଧିକ ପଢନ୍ତୁ

ଜନ୍ମଦିନରେ ବିଗ ବିଙ୍କ ଫ୍ୟାନ୍ସଙ୍କୁ ଭେଟି, 'କଲ୍କି ୨୮୯୮AD' ଫିଲ୍ମରୁ ପ୍ରଥମ ଲୁକ୍ ଆଉଟ୍
ଜନ୍ମଦିନରେ ବିଗ ବିଙ୍କ ଫ୍ୟାନ୍ସଙ୍କୁ ଭେଟି, 'କଲ୍କି ୨୮୯୮AD' ଫିଲ୍ମରୁ ପ୍ରଥମ ଲୁକ୍ ଆଉଟ୍

ହାଇଦ୍ରାବାଦ: ଆଜି 81 ବର୍ଷ ବୟସରେ ପାଦ ଥାପିଛନ୍ତି ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ । ଅମିତାଭଙ୍କ ଜନ୍ମଦିନକୁ ପାଳନ କରିବା ପାଇଁ ତାଙ୍କ ଆଗାମୀ ସାଇ-ଫାଇ ଫିଲ୍ମ କଲ୍କି 2898 ଖ୍ରୀଷ୍ଟାବ୍ଦ ନିର୍ମାତାମାନେ ଏହି ଫିଲ୍ମରୁ ତାଙ୍କର ପ୍ରଥମ ଲୁକ୍ ପୋଷ୍ଟର ରିଲିଜ କରିଛନ୍ତି। ଫିଲ୍ମ କଲ୍କି 2898 AD ନିର୍ମାତା ବୈଜୟନ୍ତୀ ଫିଲ୍ମର ପ୍ରଥମ ଲୁକ୍ ପୋଷ୍ଟର ସେୟାର କରି ବିଗ୍ ବିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।

ବୈଜୟନ୍ତୀ ଫିଲ୍ମସ୍ ନିଜ ଅଫିସିଆଲ ଇନଷ୍ଟାଗ୍ରାମରେ ବିଗ ବିଙ୍କ ପ୍ରଥମ ଲୁକ ରିଲିଜ କରିଛନ୍ତି । ଏବେ କ୍ୟାପସନରେ ଲେଖିଛନ୍ତି, ''ଆପଣଙ୍କ ଯାତ୍ରାରେ ଯୋଡି ହେବା ଏବଂ ସାକ୍ଷୀ ହେବା ଆମ ପାଇଁ ସୌଭାଗ୍ୟର ବିଷୟ ଅଟେ । ଆମେ ଆପଣଙ୍କ ମହାନତାର ପରିଚୟ ପାଇଛୁ । ହାପି ବର୍ଥ ଡେ ଅମିତାଭ ବଚ୍ଚନ ସାର୍ ଜୀ ।'' ସେପଟେ ଫିଲ୍ମର ମୁଖ୍ୟ ଅଭିନେତା ପ୍ରଭାସ ମଧ୍ୟ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ବିଗ ଗିଙ୍କ ଲୁକର ପୋଷ୍ଟର ସେୟାର କରି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ସେ ଲେଖିଛନ୍ତି, 'ଆପଣଙ୍କ ଭଳି କିମ୍ବଦନ୍ତୀ ତାରକାଙ୍କ ସହ କାମ କରି ଗର୍ବିତ, ଯିଏ ପିଢିଙ୍କୁ ପ୍ରେରଣା ଦେଇଛି । ଏହା ଏକ ସ୍ୱପ୍ନ ଯାହା ସାକାର ହୋଇଛି । ଜନ୍ମଦିନର ଶୁଭେଚ୍ଛା ସାର୍!"

ବିଗ ବିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ପ୍ରଭାସ

ପୋଷ୍ଟରରେ ଅମିତାଭଙ୍କୁ କପଡାରେ ଆଚ୍ଛାଦିତ ହୋଇଥିବା ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ପ୍ରଶଂସକମାନେ ବିଗ୍ ବିଙ୍କ ଏହି ଲୁକକୁ ବେଶ ପସନ୍ଦ କରିଛନ୍ତି ଏବଂ ଏହାକୁ ପ୍ରଶଂସା କରୁଛନ୍ତି । ଅନ୍ୟପଟେ କେତେକ ୟୁଜର୍ସ ଏହାକୁ ଶାହାରୁଖ ଖାନଙ୍କ ଫିଲ୍ମ 'ଜବାନ'ର ସମାନ ଲୁକ ସହ ତୁଳନା କରିଛନ୍ତି । ନାଗା ଅଶ୍ୱିନଙ୍କ ନିର୍ଦ୍ଦେଶିତ ସାଇନ୍ସ-ଫାଇ ଫିଲ୍ମ । ଯେଉଁଥିରେ ଅନେକ ବଡ ବଡ ତାରକା ନଜର ଆସିବେ।

ଏହା ମଧ୍ୟ ପଢନ୍ତୁ: ବଚ୍ଚନ ପରିବାରରେ କିଏ ଅଧିକ ଧନୀ, କାହା ପାଖରେ ଅଛି କେତେ ସମ୍ପତ୍ତି ଜାଣନ୍ତୁ

ଅମିତାଭ ବଚ୍ଚନଙ୍କ ବ୍ୟତୀତ ସାଉଥ ଅଭିନେତା ପ୍ରଭାସ, କମଲ ହାସନ, ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ, ଦିଶା ପାଟାନୀ ଏବଂ ପଶୁପତିଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ । ଏହି ଫିଲ୍ମ ଆସନ୍ତା ବର୍ଷ ଜାନୁଆରୀ 12ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ରିପୋର୍ଟ ଅନୁଯାୟୀ, ଫିଲ୍ମର ବଜେଟ ପ୍ରାୟ 500 କୋଟିରୁ ଅଧିକ ବୋଲି କୁହାଯାଉଛି । ଏହାକୁ ଭାରତୀୟ ସିନେମାର ସବୁଠାରୁ ମହଙ୍ଗା ଚଳଚ୍ଚିତ୍ର ଭାବରେ ବର୍ଣ୍ଣନା କରାଯାଉଛି । ଏହି ଚଳଚ୍ଚିତ୍ରଟି ଭାରତରେ ଏବଂ ସାରା ବିଶ୍ୱରେ ତେଲୁଗୁ, ହିନ୍ଦୀ, ତାମିଲ, ମାଲାୟାଲମ୍, କନ୍ନଡ ଏବଂ ଇଂରାଜୀ ଭାଷାରେ ରିଲିଜ କରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.