ETV Bharat / entertainment

ଅଭିଷେକଙ୍କ ଫିଲ୍ମ ରିଲିଜ୍‌ ପୂର୍ବରୁ ସିଦ୍ଧି ବିନାୟକ ମନ୍ଦିର ଗଲେ ବିଗ୍‌ ବି, ଭିଡିଓ ଭାଇରାଲ

author img

By

Published : Aug 17, 2023, 4:00 PM IST

ହିନ୍ଦୀ ସିନେମାର ସମ୍ରାଟ ଅମିତାଭ ବଚ୍ଚନ ଗୁରୁବାର ଦିନ (17 ଅଗଷ୍ଟ) ଖାଲି ପାଦରେ ସିଦ୍ଧି ବିନାୟକ ମନ୍ଦିରରେ ପହଞ୍ଚିଛନ୍ତି । ଏଠାରୁ ଅମିତାଭ ବଚ୍ଚନଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଅଧିକ ପଢନ୍ତୁ

ସିଦ୍ଧି ବିନାୟକ ମନ୍ଦିରରେ ବିଗ୍‌ ବି
ସିଦ୍ଧି ବିନାୟକ ମନ୍ଦିରରେ ବିଗ୍‌ ବି

ମୁମ୍ବାଇ: ଶତାବ୍ଦୀର ମହାନାୟକ ଅମିତାଭ ବଚ୍ଚନ ତାଙ୍କର ଆଗାମୀ ପ୍ୟାନ ଇଣ୍ଡିଆ ଚଳଚ୍ଚିତ୍ର ‘କଲ୍‌କି’ 2898AD ପାଇଁ ଚର୍ଚ୍ଚାରେ ଅଛନ୍ତି। ଏଥି ସହିତ, ନିକଟରେ ଅମିତାଭ ବଚ୍ଚନଙ୍କ ଲୋକପ୍ରିୟ କୁଇଜ୍ ସୋ’ କୌନ ବନେଗା କରୋଡପତିର 16ତମ ସିଜନ୍ ଆରମ୍ଭ ହୋଇଛି । ଏହାରି ମଧ୍ୟରେ ବିଗ୍‌ ବିଙ୍କ ଏକ ନୂଆ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି । ଭିଡିଓରେ ଅମିତାଭ ବଚ୍ଚନ ଖାଲି ପାଦରେ ସିଦ୍ଧି ବିନାୟକ ମନ୍ଦିରରେ ପହଞ୍ଚିଛନ୍ତି । ପୁଅ ଅଭିଷେକ ବଚ୍ଚନଙ୍କ ଫିଲ୍ମ ଘୁମର ରିଲିଜ ପୂର୍ବରୁ ଅମିତାଭ ବଚ୍ଚନ ଗଣପତି ବାବାଙ୍କ ଆଶୀର୍ବାଦ ମାଗିଛନ୍ତି ।

ହା ମଧ୍ୟ ପଢନ୍ତୁ: Uorfi Javed Death Threat: ପୁଣି ଉର୍ଫିଙ୍କୁ ମିଳିଲା ଜୀବନରୁ ମାରିଦେବାକୁ ଧମକ

ବିରଲ ଭୟାନୀ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ଏହି ଲାଟେଷ୍ଟ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଭିଡିଓରେ ଅମିତାଭ ବଚ୍ଚନ ଏକ ଧଳା କୁର୍ତ୍ତା-ପାଇଜାମା ପିନ୍ଧି ଏକ କ୍ରିମ ରଙ୍ଗର ଶାଲ୍‌ ଧରି ସିଦ୍ଧି ବିନାୟକଙ୍କ ଦର୍ଶନ କରିବାକୁ ଖାଲି ପାଦରେ ପହଞ୍ଚିଛନ୍ତି। ପୋଲିସ ଏବଂ ବଡିଗାର୍ଡଙ୍କ ସୁରକ୍ଷା ମଧ୍ୟରେ ବିଗ୍ ବି ମନ୍ଦିର ଭିତରକୁ ପ୍ରବେଶ କରିଛନ୍ତି ।

ଉଲ୍ଲେଖନୀୟ ଯେ, ଯେ ଅମିତାଭ ବଚ୍ଚନଙ୍କ ପୁଅ ଅଭିଷେକ ବଚ୍ଚନଙ୍କ ଚଳଚ୍ଚିତ୍ର ଘୁମର ଅଗଷ୍ଟ 18 ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ଅମିତାଭ ବଚ୍ଚନ ଘୁମର ଫିଲ୍ମରେ ଏକ କ୍ୟାମିଓ ଭୂମିକାରେ ନଜର ଆସିଛନ୍ତି। ଏହି ଚଳଚ୍ଚିତ୍ର ଦେଖିବା ପରେ ବିଗ୍ ବି ପ୍ରତିକ୍ରିୟା ଦେଇ ପୁଅ ଅଭିଷେକଙ୍କ ଅଭିନୟକୁ ପ୍ରଶଂସା କରିଛନ୍ତି । କେବଳ ଏତିକି ନୁହେଁ, ବିଗ୍ ବି କହିଥିଲେ ଯେ ଏହି ଫିଲ୍ମ ଦେଖିବା ପରେ ସେ ନିଜ ଲୁହକୁ ରୋକି ପାରିନଥିଲେ ।

ଏହା ମଧ୍ୟ ପଢନ୍ତୁ: ଲାଡଲିକୁ ନେଇ ଗର୍ବ କଲେ ଶାହାରୁଖ, କହିଲେ ସବୁ ଶ୍ରେୟ ଗୌରୀଙ୍କର

କେବିସି 16 ରେ ଅମିତାଭ ବଚ୍ଚନ

ଟିଭିର ସବୁଠାରୁ ଲୋକପ୍ରିୟ କୁଇଜ୍ ସୋ କୌନ ବନେଗା କରୋଡପତିର ନୂଆ ସିଜନରେ ଦର୍ଶକଙ୍କ ନିକଟରେ ପହଞ୍ଚିଛି। ଅମିତାଭ ବଚ୍ଚନ ଗତ ଦୁଇ ଦଶନ୍ଧି ଧରି କୌନ ବନେଗା କରୋଡପତିର ହୋଷ୍ଟ କରୁଛନ୍ତି । ଏଥର ଅମିତାଭ ବଚ୍ଚନଙ୍କ ସୋ’ରେ ଅନେକ ପରିବର୍ତ୍ତନ ଦେଖାଯାଉଛି, ଯେଉଁଥିରେ ଲାଇଫ୍ ଲାଇନରୁ ନେଇ ଅନେକ ଭିନ୍ନ ଭିନ୍ନ ଟ୍ବିଷ୍ଟ ସାମିଲ କରାଯାଇଛି । ଅମିତାଭ ବଚ୍ଚନ, 80 ବର୍ଷ ବୟସରେ ମଧ୍ୟ କୁଇଜ୍ ସୋ’ ମାଧ୍ୟମରେ ନିଜର ଦମଦାର ଶକ୍ତି ପ୍ରଦର୍ଶନ କରୁଥିବା ନଜର ଆସିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.