ETV Bharat / entertainment

ଆଲିସାନ ବିଲ୍ଡିଂକୁ ଅଫିସ ପାଇଁ ଭଡ଼ା ଦେଲେ ଅମିତାଭ ବଚ୍ଚନ - ଅମିତାଭଙ୍କ ରୋଜଗାର

Amitabh Bachchan: ନିଜର ଆଲିସାନ ବିଲ୍ଡିଂକୁ ଭଡ଼ାରେ ଦେଲେ ବିଗ୍ ବି ଅମିତାଭ ବଚ୍ଚନ । ଜାଣନ୍ତୁ କେଉଁ କମ୍ପାନୀ ୫ ବର୍ଷ ପାଇଁ ଏହାକୁ ଲିଜରେ ନେଇଛି...

ଅମିତାଭ ବଚ୍ଚନ
ଅମିତାଭ ବଚ୍ଚନ
author img

By ETV Bharat Odisha Team

Published : Dec 30, 2023, 7:28 PM IST

ହାଇଦ୍ରାବାଦ: ବିଗ ବି ଅମିତାଭ ବଚ୍ଚନଙ୍କୁ ନେଇ ଆଉ ଏକ ଖବର ଆସିଛି । ଯାହାକି ବେଶ ଚର୍ଚ୍ଚାରେ ରହିଛି । ଖବରଟି ହେଉଛି ୱାର୍ଣ୍ଣର ମ୍ୟୁଜିକ କମ୍ପାନୀକୁ ଭଡ଼ା ସୂତ୍ରରେ ନିଜର ଆଲିସାନ ବିଲ୍ଡିଂ ଦେଇଛନ୍ତି ଅମିତାଭ । ବିଗ୍ ବିଙ୍କ 'ଲୋଟସ ସିଗନେଚର' ବିଲ୍ଡିଂକୁ ସମ୍ପୃକ୍ତ କମ୍ପାନୀ ୫ ବର୍ଷ ପାଇଁ ନେଇଛି । ଏନେଇ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି । ମାର୍ଚ୍ଚ ମାସରୁ ଏହାର ଅବଧି ଆରମ୍ଭ ହେଉଥିବାବେଳେ ୨୦୨୯ ପର୍ଯ୍ୟନ୍ତ ଏହି ବିଲ୍ଡିଂକୁ ବ୍ୟବହାର କରିପାରିବ ସମ୍ପୃକ୍ତ କମ୍ପାନୀ ।

ଚଳିତ ବର୍ଷ ଅଗଷ୍ଟ ମାସରେ ଏହାକୁ ଆନୁମାନିକ ୭.୧୮କୋଟିରେ କିଣିଥିଲେ ଅମିତାଭ । ବର୍ତ୍ତମାନ ସେ ଏହାକୁ ଲିଜ୍ ଆକାରରେ ଦେଇଥିବାବେଳେ ବାର୍ଷିକ ପାଖାପାଖି ୨ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଭଡ଼ା ମିଳିବ । ସୂଚନା ଅନୁସାରେ, ଆଲିସନ ଲୋଟସ ସିଗନେଚର ବିଲ୍ଡିଂ ୨୧ ମହଲାରେ ଅବସ୍ଥିତ । ଏହି ସ୍ଥାନ ବର୍ତ୍ତମାନ ସମସ୍ତ ଗତିବିଧିର କେନ୍ଦ୍ର ହେବାକୁ ଯାଉଛି । କାରଣ ୱାର୍ଣ୍ଣର ମ୍ୟୁଜିକର କାମ ଆରମ୍ଭ ହେବା ପରେ ଅନେକ ସେଲିବ୍ରିଟି ଏବଂ ସଙ୍ଗୀତଜ୍ଞ ମଧ୍ୟ ଏଠାକୁ ଆସିବେ । ସୂଚନା ଅନୁସାରେ, ଲୋଟସ ସିଗନେଚର ବିଲ୍ଡିଂ ପୂର୍ବରୁ କାଜଲ, ମନୋଜ ବାଜପେୟୀ, କାର୍ତ୍ତିକ ଆର୍ଯ୍ୟନ ଏଭଂ ସାରା ଅଲ୍ଲି ଖାନଙ୍କ ସମେତ ବହୁ ସେଲିବ୍ରିଟିଙ୍କ ଅଫିସ ଏଠାରେ ରହିଛି । ହୋଇଥିବା ଚୁକ୍ତିନାମା ଅନୁସାରେ, ମାର୍ଚ୍ଚ ୨୪ ତାରିଖରୁ ୱାର୍ଣ୍ଣର ମ୍ୟୁଜିକ କମ୍ପାନୀ ଏଠାରେ କାମ ଆରମ୍ଭ କରିପାରିବ ।

ନିଜର ବ୍ୟବସାୟୀକ କାରବାରକୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ରହିଛନ୍ତି ବିଗ ବି ଅମିତାଭ ବଚ୍ଚନ । ଫିଲ୍ମ ଜଗତର ଆୟକୁ ବାଦ୍ ଦେଲେ ମଧ୍ୟ ଅମିତାଭଙ୍କର ଅନ୍ୟାନ୍ୟ ଇନକମ ସୋର୍ସ ରହିଛି । ତାଙ୍କର ବାର୍ଷିକ ଆୟ ପ୍ରାୟ ୩ହଜାର କୋଟିରୁ ଉର୍ଦ୍ଧ୍ବ ହୋଇଥିବା ଏକ ରିପୋର୍ଟରୁ ଜଣାପଡିଛି । ଫିଲ୍ମରେ ଅଭିନୟ ସହିତ ବ୍ରାଣ୍ଡ ପ୍ରମୋସନ ପାଇଁ ମଧ୍ୟ ଅଧିକ ଚାର୍ଜ କରିଥାନ୍ତି ବିଗ ବି । ପୂର୍ବରୁ ତାଙ୍କୁ କାଡବୋରୀ, ନେଷ୍ଟଲ, ପେପ୍ସି, ଡାବର ଆଦିର ପ୍ରମୋସନ କରୁଥିବା ଦେଖିବାକୁ ମିଳିଥିଲା । ଏହାସହ ରିଏଲ ଇଷ୍ଟେଟ୍ ଇନଭେଷ୍ଟମେଣ୍ଟଲ ହେଉଛି ତାଙ୍କର ରୋଜଗାରର ଆଉ ଏକ ମାଧ୍ୟମ । ମୁମ୍ବାଇରେ ରହିଛି ଅମିତାଭଙ୍କ ୫ ଟି ଆଲିସନ ବଙ୍ଗଳା । ସେ ଜଲସାରେ ନିଜ ପରିବାର ସହ ରହୁଥିବାବେଳେ ଅନ୍ୟଗୁଡିକ ଭଡ଼ା ସୂତ୍ରରେ ଦେଇଛନ୍ତି । ଆଉ ବର୍ତ୍ତମାନ 'ଲୋଟସ ସିଗନେଚର'କୁ ମଧ୍ୟ ଭଡ଼ାରେ ଦେଇ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ।

ଏହା ମଧ୍ୟ ପଢନ୍ତୁ...ରାମୋଜୀ ଫିଲ୍ମ ସିଟିରେ ବିଗ୍‌ ବି, ଗ୍ରୀନ ଇଣ୍ଡିଆ ଚ୍ୟାଲେଞ୍ଜରେ ସାମିଲ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.