ETV Bharat / entertainment

ବର୍ଷକୁ ଦୁଇଥର ଜନ୍ମଦିନ ପାଳନ୍ତି ଅମିତାଭ ବଚ୍ଚନ, ଜାଣନ୍ତୁ ଏହି କାହାଣୀ - Amitabh Bachchan film

80 ବର୍ଷରେ ପାଦ ଥାପିଛନ୍ତି ଏଭର ଗ୍ରୀନ ହିରୋ ଅମିତାଭ ବଚ୍ଚନ । କିନ୍ତୁ ଆପଣ ଜାଣନ୍ତି କି ଅଭିନେତା ବର୍ଷରେ ଦୁଇଥର ଜନ୍ମଦିନ ପାଳନ କରନ୍ତି ? ଅଧିକ ପଢନ୍ତୁ

ବର୍ଷକୁ ଦୁଇଥର ଜନ୍ମଦିନ ପାଳନ୍ତି ଅମିତାଭ ବଚ୍ଚନ, ଜାଣନ୍ତୁ ଏହି କାହାଣୀ

author img

By

Published : Oct 11, 2022, 11:56 AM IST

Updated : Oct 11, 2022, 12:19 PM IST

ହାଇଦ୍ରାବାଦ: ବଲିଉଡ ଅଭିନେତା ଅମିତାଭ ବଚ୍ଚନଙ୍କୁ ତାଙ୍କ ପ୍ରଶଂସକମାନେ ଅନେକ ନାମରେ ଡାକନ୍ତି । କେହି କେହି ତାଙ୍କୁ ଶତାବ୍ଦୀର ମହାନାୟକ ଡାକନ୍ତି ତ କେହି କେହି ତାଙ୍କୁ ସେହେନ୍ସା ବୋଲି ଡାକନ୍ତି । କିନ୍ତୁ ପ୍ରଶଂସକମାନେ ସେମାନଙ୍କର ସୁପରଷ୍ଟାରକୁ ବହୁତ ଭଲ ପାଆନ୍ତି । ସମସ୍ତଙ୍କ ପାଇଁ ଏଭର ଗ୍ରୀନ ସାଜିଥିବା ହିରୋ ଅମିତାଭ ବଚ୍ଚନ ଆଜି (11 ଅକ୍ଟୋବର) ତାଙ୍କର 80 ତମ ଜନ୍ମଦିନ ପାଳନ କରୁଛନ୍ତି। ଅମିତାଭଙ୍କ ଜୀବନ ସହିତ ଜଡିତ ଅନେକ କାହାଣୀ ଅଛି, ଯାହା ବିଷୟରେ ପ୍ରଶଂସକମାନେ ସମୟ ସମୟରେ ପଢନ୍ତି । କିନ୍ତୁ ଆପଣ ଜାଣନ୍ତି କି ଅଭିନେତା ବର୍ଷରେ ଦୁଇଥର ଜନ୍ମଦିନ ପାଳନ କରନ୍ତି । ଏହା କାହିଁକି ଆସନ୍ତୁ ଜାଣିବା ।

କାହିଁକି ଦୁଇଥର ଜନ୍ମଦିନ ପାଳନ କରନ୍ତି ବିଗ୍‌ ବି ?

ବାସ୍ତବରେ ଅମିତାଭ ବଚ୍ଚନ କିଛି ବିଶେଷ କାରଣରୁ ବର୍ଷକୁ ଦୁଇଥର ଜନ୍ମଦିନ ପାଳନ କରନ୍ତି । ସେ ତାଙ୍କର ପ୍ରଥମ ଜନ୍ମଦିନ ଆଜି ଅର୍ଥାତ୍‌ 11 ଅକ୍ଟୋବରରେ ପାଳନ କରନ୍ତି, ଏହି ଦିନ ସେ ଆହ୍ଲାବାଦରେ (ବର୍ତ୍ତମାନ ପ୍ରୟାଗରାଜ) ଜନ୍ମ ହୋଇଥିଲେ ଏବଂ 2 ଅଗଷ୍ଟରେ ତାଙ୍କର ଦ୍ୱିତୀୟ ଜନ୍ମଦିନ ପାଲନ କରନ୍ତି । କାରଣ 1982 ମସିହାରେ ସେ ଦ୍ୱିତୀୟ ଥର ଜନ୍ମ ହୋଇଥିଲେ । ଯେତେବେଳେ ସେ ମୃତ୍ୟୁ ମୁଖରୁ ବଞ୍ଚିଥିଲେ। ବାଙ୍ଗାଲୋରରେ ଫିଲ୍ମ 'କୁଲି'ର ସୁଟିଂ ସମୟରେ ଅମିତାଭ ବଚ୍ଚନଙ୍କ ସହ ଏକ ଦୁର୍ଘଟଣା ଘଟିଥିଲା, ଯେଉଁଥିରେ ସେ ମରୁ ମରୁ ବଞ୍ଚିଯାଇଥିଲେ ।

କୁଲି ସେଟରେ ହୋଇଥିଲା ଦୁର୍ଘଟଣା

24 ଜୁଲାଇ 1982 ରେ 'କୁଲି'ର ସେଟରେ ଏହି ଦୁର୍ଘଟଣା ଘଟିଥିଲା, ବାଙ୍ଗାଲୋରର ଅମିତାଭ ବଚ୍ଚନ ଏବଂ ପୁନିତ ଇସ୍ସର ମଧ୍ୟରେ ଫିଲ୍ମ' କୁଲି'ର ଆକ୍ସନ୍ ଦୃଶ୍ୟ ସୁଟିଂ କରାଯାଉଥିଲା । ଏହି ସମୟରେ ପୁନିତଙ୍କ ମୁକ୍କା ଭୁଲ୍‌ରେ ଅମିତାଭଙ୍କ ପେଟରେ ଲାଗିଯାଇଥିଲା । ଅମିତାଭ ଘଟଣାସ୍ଥଳରେ ତଳେ ପଡ଼ିଯାଇଥିଲେ । ତାଙ୍କ ଅବସ୍ଥା ଏତେ ଖରାପ ହୋଇଯାଇଥିଲା ଯେ ତାଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ଡାକ୍ତରମାନେ ତାଙ୍କ ଉପରେ ଏକାଧିକ ଅସ୍ତ୍ରୋପଚାର କରିଥିଲେ । ଏହି ଅସ୍ତ୍ରୋପଚାର ପରେ ତାଙ୍କୁ ମୁମ୍ବାଇର ବ୍ରିଜ କ୍ୟାଣ୍ଡି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ।

ଡାକ୍ତରମାନେ ମୃତ ଘୋଷଣା କରିଦେଇଥିଲେ

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଅମିତାଭଙ୍କ ସ୍ୱାସ୍ଥ୍ୟରେ କୌଣସି ଉନ୍ନତି ହେଉନଥିଲା, ଯେଉଁଥିପାଇଁ ଡାକ୍ତରମାନଙ୍କୁ ଆଉ ଏକ ଅପରେସନ୍ କରିବାକୁ ପଡ଼ିଥିଲା । ଏହାପୂର୍ବରୁ ଡାକ୍ତରମାନେ ଅଭିନେତାଙ୍କ ଅବସ୍ଥା ଗୁରୁତର ଥିବା କହିଥିଲେ । କେବଳ ଏତିକି ନୁହେଁ, ଡାକ୍ତରମାନେ ଅମିତାଭ ବଚ୍ଚନଙ୍କୁ ମୃତ ଘୋଷଣା କରିଥିଲେ । କିନ୍ତୁ ଅଗଷ୍ଟ 2 ରେ, ସେ ହଠାତ୍ ତାଙ୍କର ଗୋଟିଏ ଆଙ୍ଗୁଠିକୁ ହଲାଇଲେ, ଯାହା ପରେ ତାଙ୍କ ସ୍ୱାସ୍ଥ୍ୟରେ ଧୀରେ ଧୀରେ ଉନ୍ନତ ହେଲା । ଏହି ସମୟ ମଧ୍ୟରେ କେବଳ ପରିବାର ସଦସ୍ୟ ନୁହଁନ୍ତି ଲକ୍ଷ ଲକ୍ଷ ପ୍ରଶଂସକ ମଧ୍ୟ ବିଗ୍ ବିଙ୍କ ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଥିଲେ । 24 ସେପ୍ଟେମ୍ବରରେ ଅମିତାଭ ବଚ୍ଚନଙ୍କୁ ବ୍ରିଜ କ୍ୟାଣ୍ଡି ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା ।

ଡାକ୍ତରଖାନା ବାହାରେ ଅମିତାଭ କହିଥିଲେ ଏହିକଥା

ଯେତେବେଳେ ଅମିତାଭ ବଚ୍ଚନଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା, ସେତେବେଳେ ବହୁ ସଂଖ୍ୟାରେ ପ୍ରଶଂସକ ତାଙ୍କୁ ଭେଟିବାକୁ ଆସିଥିଲେ । ଏହି ସମୟରେ, ଡାକ୍ତରଖାନାରୁ ବାହାରିବା ପରେ ଅଭିନେତା ପ୍ରଶଂସକମାନଙ୍କୁ କହିଥିଲେ, 'ଏହା ଜୀବନ ଏବଂ ମୃତ୍ୟୁ ମଧ୍ୟରେ ଏକ ଭୟଙ୍କର ପରୀକ୍ଷଣ ଥିଲା । ଦୁଇ ମାସ ହସ୍ପିଟାଲରେ ରହିବା ଏବଂ ମୃତ୍ୟୁ ସହ ଲଢେଇ ଶେଷ ହୋଇଛି । ବର୍ତ୍ତମାନ ମୁଁ ମୃତ୍ୟୁକୁ ଜିତିବା ପରେ ଘରକୁ ଫେରୁଛି । ତେଣୁ ଅଗଷ୍ଟ 2 ରେ ଅମିତାଭ ବଚ୍ଚନଙ୍କୁ ତାଙ୍କ ଜନ୍ମଦିନରେ ଅନେକ ଲୋକ ଅଭିନନ୍ଦନ ଜଣାଇଥାନ୍ତି ।

Last Updated : Oct 11, 2022, 12:19 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.