ETV Bharat / entertainment

ରାଞ୍ଚି କୋର୍ଟରେ ହାଜର ହେଲେନି ଅମୀଷା ପଟେଲ, ଜୁଲାଇ 10ରେ ପରବର୍ତ୍ତୀ ଶୁଣାଣି

author img

By

Published : Jun 21, 2023, 3:54 PM IST

ଆଜି ରାଞ୍ଚି କୋର୍ଟରେ ହାଜର ହେଲେନି ଅଭିନେତ୍ରୀ ଅମୀଷା ପଟେଲ । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀକୁ ଦର୍ଶାଇ ସେ ପରବର୍ତ୍ତୀ ତାରିଖ ଦେବାକୁ କୋର୍ଟଙ୍କୁ ଅନୁରୋଧ କରିଛନ୍ତି । ଯାହାକୁ କୋର୍ଟ ଅନୁମତି ଦେଇଛନ୍ତି । ଜୁଲାଇ 10ରେ ହେବ ମାମଲାର ପରବର୍ତ୍ତୀ ଶୁଣାଣି । ଅଧିକ ପଢନ୍ତୁ

ରାଞ୍ଚି କୋର୍ଟରେ ହାଜର ହେଲେନି ଅମୀଷା ପଟେଲ, ଜୁଲାଇ 10ରେ ହେବ ପରବର୍ତ୍ତୀ ଶୁଣାଣି

ରାଞ୍ଚି: ରାଞ୍ଚି କୋର୍ଟରେ ହାଜର ହେଲେନି ବଲିଉଡ ଲୋକପ୍ରିୟ ଅଭିନେତ୍ରୀ ଅମୀଷା ପଟେଲ । ଚେକ୍ ବାଉନ୍ସ , ଠକେଇ ଏବଂ ଧମକ ମାମଲାର ଶୁଣାଣି ପାଇଁ କୋର୍ଟ ତାଙ୍କୁ ଆଜି ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଅମୀଷା ପଟେଲ ତାଙ୍କ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଦର୍ଶାଇ କୋର୍ଟରେ ତାରିଖ ଘୁଞ୍ଚାଇବାକୁ ଆବେଦନ କରିଥିଲେ । ତାଙ୍କୁ କୋର୍ଟରେ ହାଜର ହେବାକୁ ଆଉ ଏକ ତାରିଖ ଦିଆଯାଉ ବୋଲି ସେ କହିଛନ୍ତି । ଶୁଣାଣି ପରେ କୋର୍ଟ ତାଙ୍କ ଆବେଦନକୁ ଗ୍ରହଣ କରିଛନ୍ତି । ଜୁଲାଇ 10ରେ ପରବର୍ତ୍ତୀ ମାମଲାର ଶୁଣାଣି ହେବ ।

ରାଞ୍ଚି ସିଭିଲ କୋର୍ଟରେ ଆଜି ଅମୀଷା ପଟେଲଙ୍କ ଚେକ୍ ବାଉନ୍ସ ଠକେଇ ଏବଂ ଧମକ ମାମଲାର ଶୁଣାଣି ଆରମ୍ଭ ହୋଇଛି । ଏହି ମାମଲାର ଶୁଣାଣୀ ପାଇଁ ଜୁଡିସିଆଲ ମାଜିଷ୍ଟ୍ରେଟ ଦିଗବିଜୟ ନାଥ ଶୁକ୍ଲାଙ୍କ କୋର୍ଟରେ ହାଜର ହୋଇନାହାଁନ୍ତି ଅମୀଷା । ଅଭିନେତ୍ରୀଙ୍କ ଓକିଲ ଏକ ପିଟିସନ ଦାଖଲ କରିଥିଲେ ଏବଂ କୋର୍ଟରେ ତାଙ୍କ ଆବଦେନକାରୀଙ୍କ ପାଇଁ ପରବର୍ତ୍ତୀ ତାରିଖ ଦେବାକୁ ନିବେଦନ କରିଥିଲେ । ଆବେଦନରେ କୁହାଯାଇଛି ଯେ ଅମୀଷା ପଟେଲ ଜଣେ ଚଳଚ୍ଚିତ୍ର ଅଭିନେତ୍ରୀ ଏବଂ ତାଙ୍କର ଏକ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ରହିଛି, ତେଣୁ ତାଙ୍କୁ ଜୁନ୍ 21ରେ ସେହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଯୋଜନା ଥିବାରୁ କୋର୍ଟରେ ସେ ହାଜର ହୋଇପାରିଲେ ନାହିଁ । ଏଣୁ ତାଙ୍କୁ ହାଜର ହେବାକୁ ଆଉ ଏକ ତାରିଖ ଦିଆଯାଉ। ଅମୀଷାଙ୍କ ଏହି ଆବେଦନକୁ କୋର୍ଟ ଗ୍ରହଣ କରିଛନ୍ତି। ଏବେ ଜୁଲାଇ 10ରରେ ମାମଲାର ଆଗାମୀ ଶୁଣାଣି କରିବାକୁ କହିଛନ୍ତି।

ରାଞ୍ଚିର ଚଳଚ୍ଚିତ୍ର ନିର୍ମାତା ଅଜୟ କୁମାର ସିଂ ଅଭିନେତ୍ରୀ ଅମୀଷା ପଟେଲ ଏବଂ ତାଙ୍କ ବ୍ୟବସାୟିକ ସହଯୋଗୀ କୁନାଲଙ୍କ ବିରୋଧରେ ଚେକ୍ ବାଉନ୍ସ, ଠକେଇ ଏବଂ ଧମକ ଭଳି ଅଭିଯୋଗ କରିଥିଲେ । ଯେଉଁଥିରେ କୋର୍ଟ ୱାରେଣ୍ଟ ଜାରି କରିଥିଲେ । ଏହାପରେ ଅମୀଷା ପଟେଲ ଆତ୍ମସମର୍ପଣ କରିଥିଲେ । ପରେ 10 ହଜାର ଦୁଇଟି ବଣ୍ଡ ଭରିବା ପରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଥିଲା । କିନ୍ତୁ ଜୁଲାଇ 10ରେ ପରବର୍ତ୍ତୀ ଶୁଣାଣି ସମୟରେ ତାଙ୍କୁ କୋର୍ଟରେ ଉପସ୍ଥିତ ରହିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଫିଲ୍ମ ନିର୍ମାତା ଅଜୟ କୁମାର ସିଂ 2018 ମସିହାରେ ସିଜିଏମ୍ କୋର୍ଟରେ ଅଭିଯୋଗ କରିଥିଲେ ଯେ ଆମୀଷା ପଟେଲ ଫିଲ୍ମ ଦେଶୀ ମ୍ୟାଜିକ୍ ନାମରେ ଅଜୟ ସିଂଙ୍କଠାରୁ 2.5 କୋଟି ଟଙ୍କା ନେଇଥିଲେ । କିନ୍ତୁ ଟଙ୍କା ନେବା ପରେ ମଧ୍ୟ ସେ ତାଙ୍କ 'ଦେଶୀ ମ୍ୟାଜିକ୍' ଫିଲ୍ମର କାମ କରିନଥିଲେ । ଉଭୟଙ୍କ ମଧ୍ୟରେ ହୋଇଥିବା ଚୁକ୍ତି ଅନୁଯାୟୀ, ଯେତେବେଳେ ଜୁନ୍ 2018ରେ ଫିଲ୍ମ ନିର୍ମାଣ ହୋଇନଥିଲା, ସେତେବେଳେ ଅଜୟ ଟଙ୍କା ମାଗିଥିଲେ । ବହୁ ବିଳମ୍ବ ପରେ, ଅକ୍ଟୋବର 2018ରେ ଅଜୟ କୁମାର ସିଂଙ୍କୁ ସେ 2.5 କୋଟି ଟଙ୍କାର ଚେକ୍ ଦେଇଥିଲେ। ଯାହା ବାଉନ୍ସ ହୋଇଥିଲା । ଏହା ପରେ ଅଜୟ କୁମାର ସିଂ ଅମୀଷା ପଟେଲ ଏବଂ ତାଙ୍କ ସହଯୋଗୀଙ୍କ ବିରୋଧରେ ମାମଲା ଦାଖଲ କରିଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.