ETV Bharat / entertainment

ଅଫେରା ରାଇଜରେ ପ୍ରସିଦ୍ଧ ସ୍କ୍ରିନରାଇଟର ପ୍ରୟାଗ ରାଜ, ଅମର ଆକବର ଆନ୍ଥୋନୀ ଦେଇଥିଲା ପରିଚୟ - ଅମର ଆକବର ଆନ୍ଥୋନୀର ସ୍କ୍ରିନ୍ ରାଇଟର ପ୍ରୟାଗ ରାଜଟ

ଭେଟେରାନ ସ୍କ୍ରିନ୍ ରାଇଟର ପ୍ରୟାଗ ରାଜଙ୍କ ଦେହାନ୍ତ । ମୁମ୍ବାଇର ଦାଦର ଶିବାଜୀ ପାର୍କରେ ସମ୍ପନ୍ନ ହେଲା ଶେଷକୃତ୍ୟ । ବଲିଉଡର ଦଗଜ୍ ଅଭିନେତା ଆତ୍ମାର ଅମରଗତି ପାଇଁ କଲେ ପ୍ରର୍ଥନା । ଅଧିକ ପଢନ୍ତୁ

ଭେଟେରାନ ସ୍କ୍ରିନ୍ ରାଇଟର ପ୍ରୟାଗ ରାଜଙ୍କ ଦେହାନ୍ତ

author img

By ETV Bharat Odisha Team

Published : Sep 24, 2023, 8:17 PM IST

ମୁମ୍ବାଇ: ଭେଟେରାନ ସ୍କ୍ରିନ୍ ରାଇଟର ପ୍ରୟାଗ ରାଜଙ୍କ ପରଲୋକ । ‘ଅମର ଆକବର ଆନ୍ଥୋନୀ’ ପରି ବ୍ଲକବଷ୍ଟର ମୁଭିର ସ୍କ୍ରିନ ରାଇଟିଂ କରି ବେଶ ପ୍ରଶଂସା ସାଉଁଟିଥିଲେ । ଏହାସହ ଅମିତାଭ ବଚ୍ଚନଙ୍କ ‘ନସିବ’ ଏବଂ ‘କୁଲି’ ପରି ସାନ୍ଦାର ମୁଭି ପାଇଁ ସ୍କ୍ରିନ୍ ରାଇଟିଂ କରି ସେ 80 ଦଶକରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ନିଜର ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ସେ 88 ବର୍ଷ ବୟସରେ ବଲିଉଡ ଇଣ୍ତଷ୍ଟ୍ରିରୁ ବିଦାୟ ନେଇଥିଲେ । ପ୍ରୟାଗ ରାଜଙ୍କ ପୁଅ ଆଦିତ୍ୟ କହିଛନ୍ତି ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ଶନିବାର ସନ୍ଧ୍ୟାରେ ତାଙ୍କର ପରଲୋକ ଘଟିଛି ।

ଆଦିତ୍ୟ କହିଛନ୍ତି, "ଶନିବାର ଦିନ ଅପରାହ୍ନ 4ଟା ସମୟରେ ବାନ୍ଦ୍ରାସ୍ଥିତ ତାଙ୍କ ବାସଭବନରେ ତାଙ୍କ ଦେହାନ୍ତ ଘଟିଛି । ଦୀର୍ଘ 8 ରୁ 9 ବର୍ଷ ଧରି ବାପା ହୃଦଘାତଜନିତ ଯନ୍ତ୍ରଣାରେ ପୀଡିତ ଥିଲେ ।’’ ତେବେ ରବିବାର ସକାଳେ ମୁମ୍ବାଇର ଦାଦାର ଶିବାଜୀ ପାର୍କ ରାଜଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ତାଙ୍କ ଶେଷକ୍ରିୟାରେ ବଲିଉଡର ଅନେକ ନାମିଦାମୀ କଳାକାର ଯୋଗ ଦେଇଥିଲେ । ବଲିଉଡର ଅନେକ ଦିଗଜ୍ ଅଭିନେତା ଅମିତାଭ ବଚ୍ଚନ, ଅନିଲ କପୁର ଏବଂ ସବାନ ଆଜମି ତାଙ୍କ ଆତ୍ମାର ଅମରଗତି ପାଇଁ ପ୍ରାର୍ଥନା କରିଛନ୍ତି ।

  • I'm truly saddened by the loss of the late Prayag Raj. Working with him on "Hifazat" was a privilege. May his soul rest in peace.🙏🏻 pic.twitter.com/Al4RP7poFb

    — Anil Kapoor (@AnilKapoor) September 24, 2023 " class="align-text-top noRightClick twitterSection" data=" ">

ଅମିତାଭ ବଚ୍ଚନ ନିଜ ବ୍ୟକ୍ତିଗତ ବ୍ଲଗରେ ତାଙ୍କୁ ଟ୍ରିବ୍ୟୁଟ ଦେଇ ଲେଖିଛନ୍ତି,‘‘ଗତ ସନ୍ଧ୍ୟାରେ ଆମେ ଆମର ମହାନ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଆଉ ଏକ ସ୍ତମ୍ଭ ହରାଇଥିଲୁ ।’’ ରାଜଙ୍କ ଦ୍ୱାରା ଲିଖିତ ‘ହେପାଜତ’ ଫିଲ୍ମରେ କାମ କରିଥିବା ଭେଟେରାନ ଆକ୍ଟର ଅନିଲ କପୁର ଲେଖିଛନ୍ତି, ‘‘ଇଣ୍ଡଷ୍ଟ୍ରିର ଏକ ଯୁଗର ଅନ୍ତ ଘଟିଲା । ତାଙ୍କର ହୃଦୟ ସ୍ପର୍ଶୀ ଲେଖା ଆଉ ଦେଖିବାକୁ ମିଳିବନି । ଏହା ବଲିଉଡ ପାଇଁ ଅପୂରଣୀୟ କ୍ଷତି ।’’

ଏହା ମଧ୍ୟ ପଢନ୍ତୁ..Jawan Box Office Collection: 'ଜବାନ୍' ଭାଙ୍ଗିବ 'ପଠାନ୍'ର ଲାଇଫଟାଇମ୍‌ କଲେକ୍ସନର ରେକର୍ଡ

ପ୍ରୟାଗ ରାଜ 80 ଦଶକର ଅନେକ ସୁପରହିଟ୍ ଫିଲ୍ମ ପାଇଁ ସ୍କ୍ରିନ ରାଇଟିଂ କରିଛନ୍ତି । ସେଥିମଧ୍ୟରୁ ଅମିତାଭ ବଚ୍ଚନଙ୍କ ନାସିବ, ସୁହାଗ, କୁଲି ଏବଂ ମର୍ଦ ପାଇଁ କାହାଣୀ ଲେଖି ସେ ସମୟରେ ଶୀର୍ଷ କାହାଣୀ ଲେଖକ ହୋଇ ପାରିଥିଲେ । ଏହାସହ 100ରୁ ଅଧିକ ଫିଲ୍ମ ପାଇଁ ଲିରିକ୍ସ ଲେଖିଛନ୍ତି । ସେ ରାଜେଶ ଖାନ୍ନାଙ୍କ ‘ରୋଟି’, ଧର୍ମେନ୍ଦ୍ର-ଜିତେନ୍ଦ୍ରଙ୍କ ‘ଧରମ ବୀର’ ଭଲି ସ୍କ୍ରିନ୍ ରାଇଟିଂ କରି ଫିଲ୍ମର କାହାଣୀକୁ ଜୀବନ୍ତ କରି ଦେଇଛନ୍ତି । ଲେଖକ ଭାବରେ ତାଙ୍କର ଶେଷ ଫିଲ୍ମଟି ସ୍ୱର୍ଗତ ଏସ ରାମନାଥନଙ୍କ ନିର୍ଦ୍ଦେଶିତ ଜମାନତ ଫିଲ୍ମ ଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.