ହାଇଦ୍ରାବାଦ: ସାଉଥ୍ ଇଣ୍ଡଷ୍ଟ୍ରିର ଚର୍ଚ୍ଚିତ ଅଭିନେତ୍ରୀ । ଇଣ୍ଡଷ୍ଟ୍ରିକୁ ଦେଇଛନ୍ତି ଭଲ ଭଲ ଫିଲ୍ମ । କିନ୍ତୁ ଏବେ ଫିଲ୍ମ ଇଣ୍ଡଷ୍ଟ୍ରିକୁ କହିବେ ବାଏ ବାଏ । ଆପଣ ଭାବୁଥିବେ ଆମେ କାହା କଥା କହୁଛୁ । ଆମେ କହୁଛୁ ସାଉଥ୍ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁଙ୍କ ବିଷୟରେ । ଏ ନାଁ ସାଉଥ ଇଣ୍ଡଷ୍ଟ୍ରିର ଖୁବ୍ ପରିଚିତ । କୁହାଯାଉଛି କି ନୂଆ ଇଂନିସ୍ ଆରମ୍ଭ କରିବାକୁ ଯାଉଛନ୍ତି ସାମନ୍ଥା । ବାସ୍ତବରେ ରାଜନୀତିରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ସାମନ୍ଥା । ଖବର ଅନୁଯାୟୀ, ଅଭିନେତ୍ରୀ ସର୍ବଦା ତେଲେଙ୍ଗାନା ଅଞ୍ଚଳର କୃଷକଙ୍କ ସମର୍ଥକ ଅଟନ୍ତି । ହସ୍ତତନ୍ତ ବୁଣାକାରଙ୍କ ଦ୍ୱାରା ପ୍ରସ୍ତୁତ ପୋଷାକର ମୁଖପାତ୍ର ଭାବରେ କାର୍ଯ୍ୟ କରିବା ପରେ ତାଙ୍କର ଅନେକ କାର୍ଯ୍ୟକଳାପ ତେଲେଙ୍ଗାନା ସରକାର ସହ ଜଡିତ ।
ନିକଟରେ ରିଲିଜ୍ ହୋଇଥିବା ଚଳଚ୍ଚିତ୍ର ‘ଖୁସି’ ପାଇଁ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି । ଏହି ଚଳଚ୍ଚିତ୍ରରେ ସେ ବିଜୟ ଦେବରକୋଣ୍ଡାଙ୍କ ସହ ସ୍କ୍ରିନ୍ ସେୟାର କରୁଥିବା ନଜର ଆସିଛନ୍ତି । ତେବେ ଫିଲ୍ମ ରିଲିଜ ହେବା ପୂର୍ବରୁ ହିଁ ସାମନ୍ଥା ଏକ ବିରତି ନେଇଛନ୍ତି। ଏସବୁ ମଧ୍ୟରେ ସାମନ୍ଥା ରୁଥ ପ୍ରଭୁ ରାଜନୀତିରେ ପ୍ରବେଶ କରିପାରନ୍ତି ବୋଲି ଖବର ଆସିଛି।
ଏହା ମଧ୍ୟ ପଢନ୍ତୁ: Samantha Ruth Prabhu: ଅଭିନୟରୁ ବିରତି ନେବେ ସାମନ୍ଥା ! ଫିଲ୍ମ ମେକର୍ସଙ୍କୁ ଫେରାଇଲେ ଟଙ୍କା
ରାଜନୀତିରେ ଯୋଗ ଦେଇପାରନ୍ତି ସାମନ୍ଥା !
ରିପୋର୍ଟ ଅନୁଯାୟୀ, ସାମନ୍ଥା ଅନେକ କାର୍ଯ୍ୟ କରିଛନ୍ତି ଯାହା ତେଲେଙ୍ଗାନା ସରକାରଙ୍କ ସହ ଜଡିତ । ସାମନ୍ଥା ଭାରତ ରାଷ୍ଟ୍ର ସମିତି (ବିଆରଏସ୍) ପାଇଁ ପ୍ରଚାର କରିପାରନ୍ତି । ତେବେ ପାର୍ଟି କିମ୍ବା ଅଭିନେତ୍ରୀଙ୍କଠାରୁ ଏ ବାବଦରେ କୌଣସି ଆନୁଷ୍ଠାନିକ ବୟାନ ସାମ୍ନାକୁ ଆସିନାହିଁ ।
ସ୍ୱାସ୍ଥ୍ୟ କାରଣରୁ ବିରତି
ଆଜିକାଲି ସାମନ୍ଥା ରୁଥ ପ୍ରଭୁ ତାଙ୍କ ସ୍ୱାସ୍ଥ୍ୟ କାରଣରୁ ଚଳଚ୍ଚିତ୍ରରୁ ବିରତି ନେଇଛନ୍ତି । ମାୟୋସିଟିସ୍ ରୋଗରେ ଆକ୍ରାନ୍ତ ହେବା ପରଠାରୁ ଏହି ଅଭିନେତ୍ରୀ ତାଙ୍କ ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନେଉଛନ୍ତି । ଗତ ସପ୍ତାହରେ ସାମନ୍ଥାଙ୍କ ଇନଷ୍ଟା ପୋଷ୍ଟ ଅନୁଯାୟୀ, ସେ ଆମେରିକାର କାଲିଫର୍ନିଆରେ ଥିଲେ ଏବଂ ତାଙ୍କ ବିରତି ଉପଭୋଗ କରୁଥିଲେ । ନିକଟରେ ସାମନ୍ଥା ନ୍ୟୁୟର୍କ ଏବଂ ଡଲ୍ଲାସ୍ ଭଳି ସହର ଗୁଡ଼ିକର ଫଟୋ ମଧ୍ୟ ସେୟାର କରିଥିଲେ ।
ସିଟାଡେଲ ଇଣ୍ଡିଆରେ ସାମନ୍ଥା
ଓ୍ବାର୍କଫ୍ରଣ୍ଟ ବିଷୟରେ କହିବାକୁ ଗଲେ ସାମନ୍ଥା ରୁଥ ପ୍ରଭୁ ଆଗାମୀ ଦିନରେ ରାଜ ଆଣ୍ଡ ଡି.କେ.ର ସିଟାଡେଲ ଇଣ୍ଡିଆରେ ନଜର ଆସିବେ । ଏହି ସିରିଜ୍ ପ୍ରିୟଙ୍କା ଚୋପ୍ରାଙ୍କ ନିକଟରେ ରିଲିଜ୍ ହୋଇଥିବା ୱେବ୍ ସିରିଜ୍ ସିଟାଡେଲର ଭାରତୀୟ ସଂସ୍କରଣ ହେବାକୁ ଯାଉଛି । ଆମାଜନ ପ୍ରାଇମ ଭିଡିଓର ଏହି ସିରିଜରେ ସାମନ୍ଥାଙ୍କ ସହ ବରୁଣ ଧାୱନ ମୁଖ୍ୟ ଭୂମିକାରେ ନଜର ଆସିବେ। ସାମନ୍ଥାଙ୍କ ରୋଜଗାର ବିଷୟରେ କହିବାକୁ ଗଲେ ଏହି ଫିଲ୍ମ ଭାରତରେ ସାତ ଦିନ ମଧ୍ୟରେ 48 କୋଟିରୁ ଅଧିକ ବ୍ୟବସାୟ କରିଛି । ଏହି ଚଳଚ୍ଚିତ୍ର ବିଶ୍ୱରେ ପ୍ରାୟ 66 କୋଟି ଟଙ୍କା ବ୍ୟବସାୟ କରିଛି ।