ହାଇଦ୍ରାବାଦ: ଆଜି ଋଷି କପୁରଙ୍କ ଦ୍ୱିତୀୟ ମୃତ୍ୟୁ ବାର୍ଷିକୀ । ଆଜିଠୁ ଠିକ୍ ଦୁଇ ବର୍ଷେ (2020 ଏପ୍ରିଲ 30) ପୂର୍ବେ ସମସ୍ତଙ୍କ ଆଖିରେ ଲୁହ ଦେଇ ଆରପାରିକୁ ଚାଲିଯାଇଥିଲେ ଚଳଚ୍ଚିତ୍ର ଜଗତର ଅମର କଳାକାର ଋଷି କପୁର । ଯଦିଓ ସେ ଆଜି ଆମ ଗହଣରେ ନାହାନ୍ତି, ତଥାପି ତାଙ୍କ ସ୍ମୃତି ଆମ ସମସ୍ତଙ୍କ ହୃଦୟରେ ଜୀବନ୍ତ ହୋଇ ରହିଛି । ଋଷି କପୁରଙ୍କ ମୃତ୍ୟୁ ବାର୍ଷିକୀରେ ଆଜି ପରିବାର ସଦସ୍ୟ ସମେତ ତାଙ୍କ ପ୍ରଶଂସକ ତାଙ୍କୁ ଝୁରୁଛନ୍ତି । ଏଥିସହିତ ତାଙ୍କ ବୋହୂ ଆଲିଆ ଭଟ୍ଟ ମଧ୍ୟ ତାଙ୍କ ଶ୍ୱଶୁରଙ୍କୁ ମନେ ପକାଇ ଏକ ପୁରୁଣା ଫଟୋ ସେୟାର କରିଛନ୍ତି ।
ଏହି ଫଟୋ ନ୍ୟୁୟର୍କର ଅଟେ, ଯେତେବେଳେ ଋଷି କପୁର ସେଠାରେ ଚିକିତ୍ସିତ ହେଉଥିଲେ । ଆଲିଆ ସେହି ସମୟରେ ତାଙ୍କୁ ଦେଖା କରିଥିଲେ । ଏହି ଫଟୋ ସେୟାର କରି ଆଲିଆ ଲେଖିଛନ୍ତି, ସର୍ବଦା ଏବଂ ସବୁଦିନ ପାଇଁ । ଏହି ଫଟୋରେ ଆଲିଆ ଭଟ୍ଟ, ନୀତୁ କପୁର ଏବଂ ଋଷି କପୁରଙ୍କ ସହ ରଣବୀର କପୁର ଅଛନ୍ତି ।
ଆମେ ଆପଣଙ୍କୁ କହିବୁ ଯେ, ଯେତେବେଳେ ଋଷି କପୁର ନ୍ୟୁୟର୍କରେ କର୍କଟ ରୋଗରେ ଚିକିତ୍ସିତ ହେଉଥିଲେ, ଆଲିଆ ତାଙ୍କୁ ସେଠାରେ ଦେଖା କରିବାକୁ ଯାଉଥିଲେ । ସେହି କଷ୍ଟ ସମୟରେ ନୀତୁ ଏବଂ ରଣବୀର ଋଷିଙ୍କ ପାଇଁ ଏକ ସାହାରା ଥିଲେ । ଏହି ସମୟରେ ଋଷି କପୁର ମଧ୍ୟ ଆଲିଆ ଏବଂ ରଣବୀରଙ୍କ ବିବାହ କରିବାକୁ ଚାହୁଁଥିଲେ। ସେ 2020ରେ ଆଲିଆ ଏବଂ ରଣବୀରଙ୍କ ବିବାହ କରିବାକୁ ଚାହୁଁଥିଲେ । ଏଥିପାଇଁ ସେ ଅନେକ ସ୍ୱପ୍ନ ଦେଖିଥିଲେ, ବାରମ୍ବାର ପୁଅ ରଣବୀରଙ୍କୁ ନିଜ ଇଚ୍ଛା ବିଷୟରେ ବି କହିଥିଲେ। ହେଲେ ଶେଷ ଇଚ୍ଛା ପୂରଣ ପୂର୍ବରୁ ଋଷି ସମସ୍ତଙ୍କୁ ଛାଡ଼ି ଚାଲିଗଲେ। ଋଷି କପୁରଙ୍କ ଅନୁପସ୍ଥିତିରେ 2022 ଏପ୍ରିଲ 14 ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଆଲିଆ ଭଟ୍ଟ ଓ ରଣବୀର କପୁର ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ