ମୁମ୍ବାଇ: ବଲିଉଡର 'ଗଙ୍ଗୁବାଇ' ଆଲିଆ ଭଟ୍ଟ ବଲିଉଡ ଇଣ୍ଡଷ୍ଟ୍ରିର ଜଣେ ସଫଳ ଅଭିନେତ୍ରୀ ହୋଇପାରିଛନ୍ତି । 11 ବର୍ଷ ପୂର୍ବେ ବଲିଉଡରେ ଡେବ୍ୟୁ କରିଥିବା ଆଲିଆ ଏତେ କମ ସମୟ ମଧ୍ୟରେ ସଫଳତାର ଶିଖରରେ ପହଞ୍ଚିପାରିଛନ୍ତି । ତେବେ ଆଲିଆ ମଧ୍ୟ ବଲିଉଡର 'ଦେଶୀ ଗାର୍ଲ' ପ୍ରିୟଙ୍କା ଚୋପ୍ରାଙ୍କ ପରି ଏକ ବିଶ୍ୱସ୍ତରୀୟ ତାରକାଙ୍କ ଟ୍ୟାଗ୍ ପାଇବାକୁ ଯାଉଛନ୍ତି । ନିକଟରେ ଆଲିଆ ଭଟ୍ଟ ଇଣ୍ଟରନ୍ୟାସନାଲ ଫ୍ୟାଶନ ଇଭେଣ୍ଟ ମେଟ ଗାଲା 2023 ରେ ଡେବ୍ୟୁ କରିଥିଲେ । ସେଠାରେ ଆଲିଆ ହ୍ବାଇଟ ମୋତିର ଫ୍ରକରେ ଗର୍ଜିୟସ ଲୁକରେ ନଜର ଆସିଥିଲେ । ଏହାରି ମଧ୍ୟରେ ବର୍ତ୍ତମାନ ଆଲିଆ ଭଟ୍ଟଙ୍କ ବିଷୟରେ ଏକ ବଡ଼ ଖୁସି ଖବର ସାମ୍ନାକୁ ଆସିଛି । ଆଲିଆ ଆନ୍ତଃର୍ଜାତୀୟ ଫ୍ୟାଶନ ବ୍ରାଣ୍ଡ 'ଗୁଚି'ର ବିଶ୍ୱ ଆମ୍ବାସଡର ହୋଇଛନ୍ତି । 'ଗୁଚି' ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ସୂଚନା ଦିଆଯାଇଛି। ତେବେ ଆଲିଆ ଦେଶର ପ୍ରଥମ ଭାରତୀୟ 'ଗୁଚି'ର ବିଶ୍ୱସ୍ତରୀୟ ଆମ୍ବାସଡର ହୋଇଛନ୍ତି।
- " class="align-text-top noRightClick twitterSection" data="
">
'ଗୁଚି'ର ଅଫିସିଆଲି ଇନଷ୍ଟାଗ୍ରାମ ଆକାଉଣ୍ଟରେ ଆଲିଆଙ୍କ ଏକ ଫଟୋ ସେୟାର କରି ଏହି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, ଅନ୍ତଃର୍ଜାତୀୟ ଫ୍ୟାଶନ ବ୍ରାଣ୍ଡ 'ଗୁଚି'ର ନୂଆ ବ୍ରାଣ୍ଡ ଆମ୍ବାସଡର ପଦ ପାଇଁ ପ୍ରଥମ ଭାରତୀୟ ଭାବେ ଆଲିଆ ଭଟ୍ଟଙ୍କୁ ମନୋନୀତ କରାଯାଇଛି । ଏହି ଉତ୍ସବକୁ ପାଳନ କରିବା ପାଇଁ ଅଭିନେତ୍ରୀ, ନିର୍ମାତା ଏବଂ ଉଦ୍ୟୋଗୀ ଗୁଚି ବାମ୍ବୋ 1947 ବ୍ୟାଗ ସହିତ ଫଟୋ କଏଦ କରାଯାଇଛି । ଏହି ଖବର ଆଲିଆ ଭଟ୍ଟ ଏବଂ ତାଙ୍କ ପ୍ରଶଂସକଙ୍କ ପାଇଁ ଭଲ ଖବର ଠାରୁ କମ୍ ନୁହେଁ । ଏଥିସହ ଏହି ଖବର ଶୁଣି ସମଗ୍ର କପୁର ପରିବାରରେ ଖୁସିର ଲହରୀ ଖେଳିଯାଇଛି । ଏହି ଖବର ପ୍ରସାରିତ ପରେ ସୋସିଆଲ ମିଡିଆରେ ଅଭିନେତ୍ରୀଙ୍କ ପ୍ରଶଂସକମାନେ ତାଙ୍କ ଏତେ ବଡ଼ ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି । ସେପଟେ ପରିବାର ସଦସ୍ୟମାନେ ମଧ୍ୟ ଆଲିଆଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଆଲିଆଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ଆଲିଆ ଚଳିତବର୍ଷ ହଲିଉଡ ଡେବ୍ୟୁ କରିବାକୁ ଯାଉଛନ୍ତି । ଆଲିଆଙ୍କୁ ଗୈଲ ଗୈଡୋଟ୍ ଏବଂ ଜାମି ଡର୍ନାନଙ୍କ ଫିଲ୍ମ 'ହାର୍ଟ ଅଫ୍ ଷ୍ଟୋନ୍'ରେ ଦେଖିବାକୁ ମିଳିବ । ନିକଟରେ ଏହି ଫିଲ୍ମର ସୁଟିଂ ମଧ୍ୟ ଶେଷ କରିଛନ୍ତି ଆଲିଆ । ସେପଟେ ବଲିଉଡରେ କରଣ ଜୋହରଙ୍କ ନିର୍ଦ୍ଦେଶିତ ଫିଲ୍ମ 'ରକି ଅର ରାନୀ କି ପ୍ରେମ କାହାନୀ'ରେ ନଜର ଆସିବେ । ନିକଟରେ ଫିଲ୍ମର ସୁଟିଂ ମଧ୍ୟ ସେ ଶେଷ କରିଛନ୍ତି । ଫିଲ୍ମରେ ସେ ପୁଣି ରଣଭୀର ସିଂଙ୍କ ବିପକ୍ଷରେ ନଜର ଆସିବେ । ଏହି ଫିଲ୍ମରେ ଧର୍ମେନ୍ଦ୍ର, ଶବାନା ଆଜମୀ ଏବଂ ଜୟା ବଚ୍ଚନ ମଧ୍ୟ ଅଭିନୟ କରିଛନ୍ତି । ଏହା ବ୍ୟତୀତ କ୍ୟାଟ୍ରିନା କୈଫ ଏବଂ ପ୍ରିୟଙ୍କା ଚୋପ୍ରାଙ୍କ ସହ ସେ 'ଜି' ଲେ ଜରା' ରେ ମଧ୍ୟ ନଜର ଆସିବେ।