ETV Bharat / entertainment

ଏହି କ୍ରିକେଟ୍ ଟିମର ମାଲିକ ହେଲେ ଖିଲାଡି କୁମାର, କହିଲେ- ସିନେମାରୁ ଷ୍ଟାଡିୟମ ଯାଏଁ.... - Ispl

Akshay Kumar Cricket Team: ବଲିଉଡ ଅଭିନେତା ଅକ୍ଷୟ କୁମାର ମଧ୍ୟ ଏବେ କ୍ରିକେଟ୍ ଟିମର ମାଲିକ ହୋଇଛନ୍ତି । ଅକ୍ଷୟ କୁମାର ନ୍ୟୁ ଇଣ୍ଡିଆନ୍ ଷ୍ଟ୍ରିଟ୍ ପ୍ରିମିୟର ଲିଗରେ ଶ୍ରୀନଗର ଟିମ୍ କିଣିଛନ୍ତି । ଅଧିକ ପଢନ୍ତୁ,

ଶ୍ରୀନଗର ଟିମର ମାଲିକ ହେଲେ ଖିଲାଡି କୁମାର, କହିଲେ- ସିନେମାରୁ ଷ୍ଟାଡିୟମ ଯାଏଁ....

author img

By ETV Bharat Odisha Team

Published : Dec 12, 2023, 9:44 PM IST

ହାଇଦ୍ରାବାଦ: ଅନେକ ବଲିଉଡ ସୁପରଷ୍ଟାର ଅଭିନୟ ସହ କ୍ରିକେଟ୍ ପ୍ରତି ବହୁତ ଆଗ୍ରହ ରହିଛି । ଅନେକ ସେଲିବ୍ରିଟି ମଧ୍ୟ କ୍ରିକେଟ୍ ଦଳର ମାଲିକ ଅଟନ୍ତି । ଏଥିରେ ଶାହାରୁଖ ଖାନ ଠାରୁ ଜୁହି ଚାୱଲା ଏବଂ ପ୍ରୀତି ଜିଣ୍ଟା ସମେତ ତାରକାଙ୍କ ନାଁ ସାମିଲ ଅଛି । ବର୍ତ୍ତମାନ ଏହି ତାଲିକାରେ ବଲିଉଡର ଖିଲାଡି କୁମାର ଅକ୍ଷୟ କୁମାରଙ୍କ ନାମ ଯୋଡି ହୋଇଛି । ଏବେ ଅକ୍ଷୟ କୁମାର ମଧ୍ୟ ଏକ କ୍ରିକେଟ୍ ଟିମର ମାଲିକ ହୋଇଛନ୍ତି । ଏହି ଅଭିନେତା ନୂତନ ଇଣ୍ଡିଆନ୍ ଷ୍ଟ୍ରିଟ୍ ପ୍ରିମିୟର ଲିଗରେ ଶ୍ରୀନଗର ଟିମ କିଣିଛନ୍ତି ।

ଅକ୍ଷୟ କୁମାର ଇନଷ୍ଟାଗ୍ରାମରେ ଇଣ୍ଡିଆନ କ୍ରିକେଟ୍ ଟିମର ମାଲିକ ହୋଇଥିବା ନେଇ ସୂଚନା ଦେଇଛନ୍ତି । ସେ ଏକ ଭିଡିଓ ସେୟାର କରି ଲେଖିଛନ୍ତି, ''ସିନେମାଠାରୁ ଷ୍ଟାଡିୟମ ପର୍ଯ୍ୟନ୍ତ! ମୁଁ ଗର୍ବିତ ଯେ ମୁଁ ଶ୍ରୀନଗର (ଜାମ୍ମୁ କାଶ୍ମୀର) ର ଏକ ଦଳର ମାଲିକ ଭାବରେ ଇଣ୍ଡିଆନ୍ ଷ୍ଟ୍ରିଟ୍ ପ୍ରିମିୟର ଲିଗକୁ ଆସୁଛି । ମୋ ଦଳରେ ଖେଳିବାର ଏକ ସୁଯୋଗ ଅପେକ୍ଷା କରିଛି।'' ଏହି ଟିମର ରେଜିଷ୍ଟ୍ରେସନ କରିବା ପାଇଁ ସେ ଏକ ଲିଙ୍କ୍ ମଧ୍ୟ ଦେଇଛନ୍ତି ।

ଅକ୍ଷୟ କୁମାରଙ୍କ ପୋଷ୍ଟ
ଅକ୍ଷୟ କୁମାରଙ୍କ ପୋଷ୍ଟ

ଏଥିସହ ଏକ ସାକ୍ଷାତକାରରେ ଖିଲାଡି କୁମାର ତାଙ୍କ ନୂଆ ପ୍ରୟାସ ବିଷୟରେ କହିଛନ୍ତି, 'ଆଇଏସପିଏଲ (The Indian Street Premier League (ISPL) ଏବଂ ଶ୍ରୀନଗର ଦଳର ଅଂଶ ହୋଇ ମୁଁ ବହୁତ ଖୁସି । ଏହି ଟୁର୍ଣ୍ଣାମେଣ୍ଟ କ୍ରିକେଟ୍ ଦୁନିଆରେ ଗେମ ଚେଞ୍ଜକର ପ୍ରମାଣିତ ହେବ ଏବଂ ମୁଁ ଏହି ଅନନ୍ୟ କ୍ରୀଡା ପ୍ରୟାସର ଅଗ୍ରଭାଗରେ ରହିବାକୁ ଉତ୍ସାହୀ ଅଟେ । ସୂଚନା ଥାଉ କି, ଏହି ଟୁର୍ଣ୍ଣାମେଣ୍ଟ ୨୦୨୪ ମାର୍ଚ୍ଚ ୨ ରୁ ମାର୍ଚ୍ଚ ୯ ପର୍ଯ୍ୟନ୍ତ ଷ୍ଟାଡିୟମରେ ଖେଳାଯିବ ।

ଅକ୍ଷୟ କୁମାରଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ଅଭିନେତା ଶେଷଥର ପାଇଁ ମିଶନ୍ ରାନୀଗଞ୍ଜରେ ଦେଖିବାକୁ ମିଳିଥିଲା । ଏହି ଫିଲ୍ମ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିନଥିଲା। ଅକ୍ଷୟ କୁମାରଙ୍କୁ ଅଲି ଅବ୍ବାସ ଜାଫରଙ୍କ 'ବଡେ ମିୟାଁ ଛୋଟେ ମିୟାଁ'ରେ ଦେଖିବାକୁ ମିଳିବ । ଯାହା ଏପ୍ରିଲରେ ଇହ ଅବସରରେ ମୁକ୍ତିଲାଭ କରିବ । ଏହି ଫିଲ୍ମରେ ସେ ଟାଇଗର ଶ୍ରଫ୍ ନଜର ଆସିବେ ।

ଏଥିସହ ଅକ୍ଷୟ ପରବର୍ତ୍ତୀ ସମୟରେ ରୋହିତ ଶେଟ୍ଟୀଙ୍କ 'ସିଙ୍ଘମ ଏଗେନ'ରେ ନଜର ଆସିବେ । ଏହି ଫିଲ୍ମରେ ମଲ୍ଟି ଷ୍ଟାର ନଜର ଆସିବେ । ଏଥିରେ ଅଜୟ ଦେବଗନ, ରଣଭୀର ସିଂ, ଦୀପିକା ପାଦୁକୋନ, କରୀନା କପୁର, ଟାଇଗର ଶ୍ରଫଙ୍କୁ ଦେଖିବାକୁ ମିଳିବ । ଏହା ବ୍ୟତୀତ ହାଉସଫୁଲ 5 ଫିଲ୍ମ ବର୍ତ୍ତମାନ 6 ଜୁନ୍ 2025ରେ ମୁକ୍ତିଲାଭ କରିବ । ସାଜିଦ ନାଦିଆଡୱାଲାଙ୍କ ଦ୍ୱାରା ହାଉସଫୁଲ୍ ୫ ନିର୍ମିତ ହେଉଥିବା ବେଳେ ତରୁଣ ମନସୁଖାନି ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.