ETV Bharat / entertainment

'ସିଙ୍ଘମ ଏଗେନ' ସୁଟିଂ ସେଟରେ ଆହତ ହେଲେ ଅଜୟ ଦେବଗନ

author img

By ETV Bharat Odisha Team

Published : Dec 4, 2023, 11:58 AM IST

Ajay Devgn Injured: ବଲିଉଡ ଅଭିନେତା ଅଜୟ ଦେବଗନ ଆହତ ହୋଇଛନ୍ତି । ଆଗାମୀ ଚଳଚ୍ଚିତ୍ରର ଏକ ଆକ୍ସନ୍ ସିନ୍ ସୁଟିଂ କରୁଥିବା ସମୟରେ ଆହତ ହୋଇଛନ୍ତି ଅଜୟ ଦେବଗନ । ଅଧିକ ପଢନ୍ତୁ

'ସିଙ୍ଘମ ଏଗେନ' ସୁଟିଂ ସେଟରେ ଆହତ ହେଲେ ଅଜୟ ଦେବଗନ
'ସିଙ୍ଘମ ଏଗେନ' ସୁଟିଂ ସେଟରେ ଆହତ ହେଲେ ଅଜୟ ଦେବଗନ

ହାଇଦ୍ରାବାଦ: ସୁଟିଂ ବେଳେ ଆହତ ହେଲେ ଅଜୟ ଦେବଗନ । ଆଗାମୀ ଚଳଚ୍ଚିତ୍ର 'ସିଙ୍ଘମ୍ ଏଗେନ'ର ଏକ ଆକ୍ସନ ସିନ୍‌ ସୁଟିଂ ବେଳେ ଆହତ ହୋଇଛନ୍ତି ସେ । ଆଖିରେ ତାଙ୍କର ଆଘାତ ଲାଗିଛି । ଏହାପରେ କିଛି ସମୟ ପାଇଁ ସୁଟିଂରୁ ବ୍ରେକ ନେବା ପରେ ପୁଣି ସୁଟିଂ ଆରମ୍ଭ କରିଛନ୍ତି ଅଜୟ ଦେବଗନ ।

ମିଡିଆ ରିପୋର୍ଟ ଅନୁଯାୟୀ, ଅଜୟ ଦେବଗନ୍ ରୋହିତ ଶେଟ୍ଟୀ ଏବଂ ତାଙ୍କ ଟିମଙ୍କ ସହ ଭିଲେ ପାର୍ଲେରେ ସୁଟିଂ କରୁଥିଲେ । ଅଜୟ ଦେବଗନ ଏକ ଆକ୍ସନ ସିକ୍ବେନ୍ସ ସୁଟିଂ କରୁଥିଲେ । ଏହି ସମୟରେ ଅଭିନେତାଙ୍କ ଆଖିରେ ଆଘାତ ଲାଗିଥିଲା । ଆଘାତ ପରେ ଅଜୟ ଦେବଗନ କିଛି ଘଣ୍ଟା ବିରତି ନେଇ ଡାକ୍ତରଙ୍କ ଦ୍ୱାରା ଚିକିତ୍ସିତ ହୋଇଥିଲେ । ଏହି ସମୟ ମଧ୍ୟରେ, ରୋହିତ ତାଙ୍କ ଅବଶିଷ୍ଟ ସିନର ସୁଟିଂ ଜାରି ରଖିଥିଲେ । ପରେ ଅଜୟ ଟିକିଏ ସୁସ୍ଥ ହେବା ପରେ ସେ ପୁଣି ସୁଟିଂ ଆରମ୍ଭ କରିଥିଲେ ।

ସିଙ୍ଘମ, ସିଙ୍ଘମ ରିର୍ଟନ୍ସ, ସିମ୍ବା ଓ ସୂର୍ଯ୍ୟବଂଶୀ ଭଳି ଫିଲ୍ମ ସହ ପୋଲିସ ୟୁନିଭର୍ସ ବା କପ୍‌ ୟୁନିଭର୍ସ ସିଙ୍ଘମ ଏଗେନ୍‌ ସହ 12 ବର୍ଷରେ ପଦାର୍ପଣ କରିବାକୁ ଯାଉଛି । ସିଙ୍ଘମ୍ ଏଗେନ କଥା କହିବାକୁ ଗଲେ, ଏହି ଆକ୍ସନ୍ ଏବଂ ଥ୍ରୀଲର ଚଳଚ୍ଚିତ୍ରରେ ମଲ୍ଟି ଷ୍ଟାରଙ୍କୁ ଦେଖିବାକୁ ମିଳିବ । ଅକ୍ଷୟ କୁମାର, ଅଜୟ ଦେବଗନ, ରଣଭୀର ସିଂ, ଦୀପିକା ପାଦୁକୋନ, କରୀନା କପୁର ଖାନ, ଟାଇଗର ଶ୍ରଫ ଭଳି ତାରକା ଏଥିରେ ନଜର ଆସିବେ । ନିକଟରେ ଅଜୟ ଦେବଗନ ଫିଲ୍ମରୁ ତାଙ୍କର ଦମଦାର ଲୁକ ରିଲିଜ କରିଥିଲେ । ଏହା ପୂର୍ବରୁ ରଣଭୀର ସିଂ, ଅଜୟ ଦେବଗନ, ଦୀପିକା ପାଦୁକୋନ, ଟାଇଗର ଶ୍ରଫ, କରୀନା କପୁର ଖାନ, ଅକ୍ଷୟ କୁମାରଙ୍କ ଲୁକ ମଧ୍ୟ ରିଲିଜ ହୋଇସାରିଛି ।ଏହାକୁ ଦେଖି ଫ୍ୟାନ୍ସ ଉତ୍ସାହ ସହ ଫିଲ୍ମକୁ ଅପେକ୍ଷା କରିରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଅଜୟ ଦେବଗନଙ୍କ ଦମଦାର ଲୁକ ଆଉଟ, ସିଂହ ରୂପରେ ଆସିଲେ ନଜର

ସିଙ୍ଘମ ଏଗେନ ୧୫ ଅଗଷ୍ଟ ୨୦୨୪ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି । ଏହା ମଲ୍ଟି ଷ୍ଟାରର ଫିଲ୍ମ ହୋଇଥିବାରୁ ବକ୍ସ ଅଫିସରେ ଧମାକା କରିବ ବୋଲି କୁହାଯାଉଛି । ତେବେ ଏହି ଫିଲ୍ମର ରିଲିଜ ଦିନ ସାଉଥ ସୁପରଷ୍ଟାର ଅଲୁ ଅର୍ଜୁନ ଷ୍ଟାରର ଫିଲ୍ମ ପୁଷ୍ପା ୨ ମଧ୍ୟ ମୁକ୍ତିଲାଭ କରିବ । ଏଭଳି ପରିସ୍ଥିତିରେ ବକ୍ସ ଅଫିସରେ ସିଙ୍ଘମ ଏଗେନ ଏବଂ ପୁଷ୍ପାଙ୍କ ମଧ୍ୟରେ ବି କଡ଼ା ପ୍ରତିଯୋଗିତା ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.