ETV Bharat / entertainment

Ponniyin Selvan-Part 2: ପ୍ରି-ରିଲିଜ ଇଭେଣ୍ଟରେ ନୀଳନୟନା, ଅଭିନେତ୍ରୀଙ୍କ ଲୁକକୁ ଜୋରଦାର ପ୍ରଶଂସା

author img

By

Published : Apr 24, 2023, 12:02 PM IST

'PS-1'ର ସିକ୍ୱେଲ୍ 'Ponniyin Selvan Part-2' ରିଲିଜ୍ ପାଇଁ ପ୍ରସ୍ତୁତ ହୋଇଛି । ଏନେଇ ହାଇଦ୍ରାବାଦରେ ଆୟୋଜିତ ପ୍ରି-ରିଲିଜ ଇଭେଣ୍ଟରେ ଯୋଗ ଦେଇଥିଲେ ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କ ସମେତ ଅନ୍ୟ କୋ-ଷ୍ଟାର । ଏହି ସମୟରେ ଐଶ୍ବର୍ଯ୍ୟାଙ୍କ ଲୁକକୁ ବହୁତ ପ୍ରଶଂସା କରିଥିଲେ ଫ୍ୟାନ୍ସ । ଅଧିକ ପଢନ୍ତୁ

PS-2 ଫିଲ୍ମ ପ୍ରି-ରିଲିଜ ଇଭେଣ୍ଟରେ ଐଶ୍ବର୍ଯ୍ୟା ରାୟ ବଚ୍ଚନ

ହାଇଦ୍ରାବାଦ: ବର୍ତ୍ତମାନ ଆଗାମୀ ଫିଲ୍ମ 'ପୋନିୟିନ୍ ସେଲଭାନ୍ ୨'ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି ବଲିଉଡ ଲୋକପ୍ରିୟ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟ ବଚ୍ଚନ । ଏହାରି ମଧ୍ୟରେ ହାଇଦ୍ରାବାଦର ଫିଲ୍ମର ପ୍ରି-ରିଲିଜ ଇଭେଣ୍ଟରେ ଯୋଗ ଦେଇଥିଲେ ଐଶ୍ବର୍ଯ୍ୟାଙ୍କ ସମେତ ପୁରା ଫିଲ୍ମର ଟିମ । ଐଶ୍ବର୍ଯ୍ୟାଙ୍କ ଗର୍ଜିୟସ ଲୁକ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ।

ସାଉଥ ଫିଲ୍ମ 'ପୋନିୟିନ୍ ସେଲଭାନ୍ ୨' ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି । ଏନେଇ ଆୟୋଜିତ ଫିଲ୍ମର ପ୍ରି-ରିଲିଜ ଇଭେଣ୍ଟରେ ଯୋଗ ଦେଇଥିଲେ ଫିଲ୍ମର ପୁରା ଟିମ । ଏହି କାର୍ଯ୍ୟକ୍ରମରେ ଐଶ୍ବର୍ଯ୍ୟା ରାୟ ଲାଲ ରଙ୍ଗର ସାଲୱାର ସୁଟ ସହ ଗର୍ଜିୟସ ଲୁକରେ ନଜର ଆସିଥିଲେ । ଫଳରେ ତାଙ୍କ ଲୁକକୁ ବେଶ ପ୍ରଶଂସା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଐଶ୍ୱର୍ଯ୍ୟା 'ପୋନିୟିନ୍ ସେଲଭାନ୍' ନିର୍ଦ୍ଦେଶକଙ୍କୁ ଧନ୍ୟବାଦ ଦେବା ସହ ଏବଂ ଫିଲ୍ମ ପାଇଁ ଭଲପାଇବା ଦେଇଥିବାରୁ ଦର୍ଶକଙ୍କୁ ମଧ୍ୟ ଧନ୍ୟବାଦ ଦେଇଥିଲେ ।

ଇଭେଣ୍ଟରେ ଯୋଗ ଦେଇ ଐଶ୍ୱର୍ଯ୍ୟା କହିଥିଲେ ଯେ 'ଆପଣଙ୍କର ସମର୍ଥନ ଏବଂ ପ୍ରଶଂସା ପାଇଁ ଧନ୍ୟବାଦ । ଆପଣମାନେ ଆମ ଫିଲ୍ମକୁ ଦେଇଥିବା ଅବିଶ୍ବସନୀୟ ପ୍ରତିକ୍ରିୟା ପାଇଁ ହୃଦୟରୁ ବହୁତ ଭଲପାଇବା ଜଣାଉଛି । 28 ଏପ୍ରିଲରେ 'PS-2' ଦେଖିବା ପାଇଁ ଆପଣମାନେ ଯେତିକି ଉତ୍ସାହିତ ଆମେ ମଧ୍ୟ ସେତିକି ଉତ୍ସାହିତ । ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଏବଂ ମୁଁ ଫିଲ୍ମ ପାଇଁ ମଣି ଗାରୁ(ଜୀ)ଙ୍କୁ ମଧ୍ୟ ଧନ୍ୟବାଦ ଦେବାକୁ ଚାହେଁ ।

ତେବେ ପୋନିୟିନ ସେଲଭାନ ପାର୍ଟ 2' ଫିଲ୍ମରେ ସାଉଥ ଅଭିନେତା ବିକ୍ରମ, ବଲିଉଡ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟଙ୍କ ସମେତ ପ୍ରକାଶ ରାଜ, ଜୟମ ରବି, କାର୍ଥୀ ଏବଂ ଅନ୍ୟ କଳାକାରଙ୍କୁ ଦେଖିବାକୁ ମିଳିବ । 'PS-1' ଲେଖକ କାଲ୍କି କୃଷ୍ଣମୂର୍ତ୍ତିଙ୍କ ନାମର ତାମିଲ ଉପନ୍ୟାସର ଏକ ସିନେମାଟିକ୍ ଆଡାପ୍ଟେସନ୍ ଥିଲା, ଯାହା 1950 ଦଶକରେ ଏକ ସିରିଜ୍ ଭାବରେ ରିଲିଜ କରିଥିଲା ​। 2010ରେ ସମାଲୋଚିତ ଫିଲ୍ମ 'ରାବଣ' ପରେ ଦକ୍ଷିଣ ଅଭିନେତା ବିକ୍ରମଙ୍କ ସହ ଏହା ଐଶ୍ୱର୍ଯ୍ୟାଙ୍କର ତୃତୀୟ ଫିଲ୍ମ ଅଟେ । ତେବେ ଫିଲ୍ମ PS-2 ଏପ୍ରିଲ 28ରେ ରିଲିଜ ହେବ ।

ସୂଚନା ଥାଉ କି, ଫିଲ୍ମ ନିର୍ମାତା ମଣି ରତ୍ନମ ପ୍ରଥମ ଏବଂ ଦ୍ବିତୀୟ ଭାଗର ନିର୍ଦ୍ଦେଶନା ଦେଇଛନ୍ତି । ଏହି ଫିଲ୍ମଟି ଅରୁଲମୋଜି ବର୍ମନ ଏବଂ ଚୋଳ ସାମ୍ରାଜ୍ୟର ସର୍ବଶ୍ରେଷ୍ଠ ଶାସକ ରାଜା ଚୋଳ ହେବାର ଯାତ୍ରାକୁ ନେଇ ନିର୍ମିତ ହୋଇଛି । ଦ୍ବିତୀୟ ଭାଗ ବିକ୍ରମ ଓରଫ ଆଦିତ୍ୟ କରିକାଲନଙ୍କ ଫ୍ଲାସବ୍ୟାକ୍ କାହାଣୀ ଉପରେ ମଧ୍ୟ ଧ୍ୟାନ ଦେବ ବୋଲି ଆଶା କରାଯାଉଛି । ଏହି ସିକ୍ୱେଲରେ ଐଶ୍ୱର୍ଯ୍ୟାଙ୍କ ଦ୍ୱାରା ଅଭିନୀତ ପୋନିୟିନ୍ ସେଲଭାନ୍ ଏବଂ ଉମଇ ରାନୀଙ୍କ ମଧ୍ୟରେ ସମ୍ପର୍କ ମଧ୍ୟ ପ୍ରଦର୍ଶିତ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.