ETV Bharat / entertainment

ଆଲିଆଙ୍କ ସହ ଭିଡିଓ କଲ୍‌ରେ କଥା ହେଲେ ଫାରହା, ଜଣାଇଲେ ଶୁଭେଚ୍ଛା

author img

By

Published : Apr 12, 2022, 5:12 PM IST

ଆଲିଆ ଏବଂ ରଣବୀରଙ୍କ ବିବାହକୁ ନେଇ କପୁର ପରିବାର ହୁଏତ ମୁହଁ ଖୋଲୁ ନାହାଁନ୍ତି, କିନ୍ତୁ ଫରାହ ଖାନଙ୍କ ଏକ ଭିଡିଓ ବିବାହ ଖବରକୁ ନିଶ୍ଚିତ କରିଛି । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅଧିକ ପଢନ୍ତୁ

ଫରାହ ଖାନଙ୍କ ଭିଡିଓ କଲ୍ ରଣବୀର-ଆଲିଆଙ୍କ ବିବାହକୁ କଲା କନଫର୍ମ, ଭିଡିଓ ଦେଖନ୍ତୁ

ହାଇଦ୍ରାବାଦ: ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ବିବାହକୁ ନେଇ ଜୋର ଧରିଛି ଚର୍ଚ୍ଚା । କପୁର ପରିବାର ହୁଏତ ବିବାହ ଖବରକୁ ନେଇ ମୁହଁ ଖୋଲୁ ନାହାଁନ୍ତି, କିନ୍ତୁ ଫରାହ ଖାନଙ୍କ ଏକ ଭିଡିଓ ବିବାହ ଖବରକୁ ନିଶ୍ଚିତ କରିଛି। ଏହି ଭିଡିଓ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି ।

ଭିଡିଓ କଲ୍ ବିବାହକୁ ନିଶ୍ଚିତ କରିଛି

ସୋସିଆଲ ମିଡିଆରେ ଫରାହ ଖାନଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ଆପଣ ଦେଖିବେ ଯେ ଫରାହ ଖାନ ତାଙ୍କ ସାଙ୍ଗମାନଙ୍କ ସହିତ ବସିଛନ୍ତି । କୁହାଯାଉଛି ଯେ, ଫରାହ ଖାନ ବର୍ତ୍ତମାନ Bostonରେ ଅଛନ୍ତି। ଭିଡିଓରେ ଆପଣ ଦେଖିବେ ଯେ ଫରାହ ଖାନ Bostonରୁ ଆଲିଆ ଭଟ୍ଟଙ୍କୁ ଏକ ଭିଡିଓ କଲ କରିଛନ୍ତି । ଆଲିଆଙ୍କୁ ଦେଖି ଫରାହଙ୍କ ସାଙ୍ଗମାନେ ପାଟି କରି ଆଲିଆଙ୍କୁ ଅଭିନନ୍ଦନ ଜଣାଉଛନ୍ତି । ଏହା ଶୁଣିବା ପରେ ଆଲିଆ ଟିକିଏ ଲାଜେଇ ଯାଇଛନ୍ତି। ଏହା ପରେ ଫରାହ ଆଲିଆଙ୍କୁ କହୁଛନ୍ତି- 'ମୋତେ ମିସ୍ କରିବ' ।

ସାଙ୍ଗରେ ଥିଲେ ରଣବୀର ସିଂ

ସବୁଠୁ ଖାସ କଥା ହେଉଛି ରଣବୀର ସିଂ ଭିଡିଓରେ ଆଲିଆ ଭଟ୍ଟଙ୍କ ସହ ନଜର ଆସିଥିଲେ। ଆଲିଆ ଭଟ୍ଟ, ରଣବୀର ସିଂ ଏବଂ ଦୀପିକା ପାଦୁକୋନଙ୍କ ସହ ଖାସ ବଣ୍ଡିଂ ସେୟାର କରନ୍ତି । ଅନେକ ପୁରସ୍କାର କାର୍ଯ୍ୟକ୍ରମରେ ମଧ୍ୟ ଆଲିଆ ଏହି ଦୁଇ ଷ୍ଟାରଙ୍କ ସହିତ କ୍ବାଲିଟି ଟାଇମ ବିତାଉଥିବା ଦେଖିବାକୁ ମିଳିଛି ।

ରଣବୀର-ଆଲିଆଙ୍କ ବିବାହ କେବେ ?

ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ବିବାହକୁ ନେଇ ସବୁଆଡେ ଚାଲିଛି ଚର୍ଚ୍ଚା । ପ୍ରଶଂସକମାନେ ମଧ୍ୟ ଜାଣିବାକୁ ଚେଷ୍ଟା କରୁଛନ୍ତି ଯେ ଏହି ଦମ୍ପତି କେବେ ସାତ ଫେରା ନେବେ । ଏପଟେ ବିବାହର ତାରିଖକୁ ନେଇ ଦ୍ୱନ୍ଦ୍ୱ ଜାରି ରହିଛି । କେତେବେଳେ ବିବାହର ତାରିଖ 17 ଏପ୍ରିଲ କୁହାଯାଉଛି ତ ପୁଣି କେତେବେଳେ 14 ଏପ୍ରିଲ କୁହାଯାଏ । କିନ୍ତୁ ଏହା ନିଶ୍ଚିତ ଯେ ଚଳିତ ବର୍ଷ ଏହି ଦମ୍ପତି ବିବାହ ବନ୍ଧନରେ ବାନ୍ଧିବାକୁ ଯାଉଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.