ETV Bharat / entertainment

ଟଙ୍କା ବର୍ଷା କରୁଛନ୍ତି 'ଜେଲର'ର ନିର୍ମାତା, ମ୍ୟୁଜିକ୍‌ କମ୍ପୋଜରଙ୍କୁ ଦେଲେ 1.5 କୋଟିର କାର

author img

By ETV Bharat Odisha Team

Published : Sep 5, 2023, 3:36 PM IST

ରଜନୀକାନ୍ତଙ୍କ 'ଜେଲର' ରେକର୍ଡ ପରେ ରେକର୍ଡ ଭାଙ୍ଗି ଚାଲିଛି। ଫିଲ୍ମର ନିର୍ମାତାମାନେ ଏଥିରେ ବହୁତ ଖୁସି ଅଛନ୍ତି । ରଜନୀକାନ୍ତ ଏବଂ ନିର୍ଦ୍ଦେଶକ ନେଲସନଙ୍କୁ ଏକ ବିଳାସପୂର୍ଣ୍ଣ କାର ଉପହାର ଦେଇଥିଲେ । ବର୍ତ୍ତମାନ ସେ ମ୍ୟୁଜିକ୍‌ କମ୍ପୋଜର ଅନିରୁଦ୍ଧଙ୍କୁ ଏକ ବିଳାସପୂର୍ଣ୍ଣ କାର ଉପହାର ଦେଇଛନ୍ତି । ଅଧିକ ପଢନ୍ତୁ

ଫିଲ୍ମ ଜେଲର
ଫିଲ୍ମ ଜେଲର

ମୁମ୍ବାଇ: ରଜନୀକାନ୍ତଙ୍କ ଫିଲ୍ମ 'ଜେଲର' ସାରା ବିଶ୍ୱରେ 600 କୋଟିରୁ ଅଧିକ କଲେକ୍ସନ କରିଛି। ଏହା ହେଉଛି ରଜନୀକାନ୍ତଙ୍କ ଦ୍ୱିତୀୟ ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର। ଏହାପୂର୍ବରୁ 2018 ମସିହାରେ ଫିଲ୍ମ '2.0' 720 କୋଟି ଟଙ୍କା କଲେକ୍ସନ କରିଥିଲା। 'ଜେଲର'ର ସଫଳତା ପାଇଁ ଫିଲ୍ମର ନିର୍ମାତା କଳାନିଧି ମାରନ 4ଦିନ ପୂର୍ବରୁ ରଜନୀକାନ୍ତଙ୍କୁ ଏକ ବିଳାସପୂର୍ଣ୍ଣ BMW X7 ଏବଂ ନିର୍ଦ୍ଦେଶକ ନେଲସନଙ୍କୁ ପୋର୍ସ କାର ଉପହାର ଦେଇଥିଲେ। ଏହି କାରଗୁଡିକର ମୂଲ୍ୟ କୋଟି କୋଟି ଟଙ୍କା ।

ବର୍ତ୍ତମାନ କଳାନିଧି ମାରନ ମଧ୍ୟ 'ଜେଲର'ର ମ୍ୟୁଜିକ୍‌ କମ୍ପୋଜର ଅନିରୁଦ୍ଧ ରବିଚନ୍ଦରଙ୍କୁ 1.5 କୋଟି ଟଙ୍କା ମୂଲ୍ୟର ବିଳାସପୂର୍ଣ୍ଣ ପୋର୍ସ କାର ଉପହାର ଦେଇଛନ୍ତି। ଏହା ବ୍ୟତୀତ ସେ ଅନିରୁଦ୍ଧଙ୍କୁ ଏକ ଚେକ୍ ମଧ୍ୟ ଦେଇଛନ୍ତି। କଳାନିଧି ପ୍ରଡକ୍ସନ୍ କମ୍ପାନୀ ସନ୍ ପିକ୍ଚର୍ସର ମାଲିକ ଅଟନ୍ତି । ସନ୍ ପିକ୍ଚର୍ସ ଟ୍ୱିଟରରେ ଅନିରୁଦ୍ଧଙ୍କୁ ଦିଆଯାଇଥିବା ଗାଡିର ଏକ ଭିଡିଓ ଏବଂ ଚେକ୍ ହସ୍ତାନ୍ତର କରୁଥିବା ଦିନାନିଧିଙ୍କ ଫଟୋ ଟ୍ୱିଟ୍ କରିଛନ୍ତି।

ଏହା ମଧ୍ୟ ପଢନ୍ତୁ: ଭାରତର ସବୁଠାରୁ ଦାମୀ ଅଭିନେତା ରଜନୀକାନ୍ତ, ଜେଲରର ଫି ଜାଣିଲେ ଉଡିଯିବ ହୋସ୍

ଭିଡିଓ ସେୟାର କରିବାବେଳେ ସନ୍ ପିକ୍ଚର୍ସ ଲେଖିଛନ୍ତି ଯେ, ‘‘ମେଗା ବ୍ଲକବଷ୍ଟର 'ଜେଲର'ର ସଫଳତାକୁ ପାଳନ କରିବା ପାଇଁ କଳାନିଧି ମାରନ ଅନିରୁଦ୍ଧଙ୍କୁ ଏକ ନୂଆ ପୋର୍ସ କାରର ଚାବି ଉପହାର ଦେଇଛନ୍ତି। ସେହିପରି ଅନିରୁଦ୍ଧଙ୍କୁ ଚେକ ହସ୍ତାନ୍ତର କରୁଥିବାବେଳେ କଳାନିଧି ମାରନଙ୍କ ଫଟୋ ସେୟାର କରିବାବେଳେ ସେ ଲେଖିଛନ୍ତି ଯେ ଜେଲରର ବଡ ସଫଳତାକୁ ପାଳନ କରି କଳାନିଧି ମାରନ ଅନିରୁଦ୍ଧଙ୍କୁ ଚେକ୍‌ ହସ୍ତାନ୍ତର କରିଛନ୍ତି।’’

ସେୟାର ହୋଇଥିବା ଭିଡିଓରେ ଏହା ଦେଖିବାକୁ ମିଳିଛି ଯେ, ଅନିରୁଦ୍ଧଙ୍କୁ 3ଟି ବିଳାସପୂର୍ଣ୍ଣ କାର ମଧ୍ୟରୁ ଗୋଟିଏ ବାଛିବା ପାଇଁ ବିକଳ୍ପ ଦିଆଯାଇଥିଲା ଏବଂ ସେ ତାଙ୍କର ବିଳାସପୂର୍ଣ୍ଣ କାର କଲେକ୍ସନରେ ନୂଆ ପୋର୍ସ ବାଛିଥିଲେ। ଅନିରୁଦ୍ଧ ‘ଜେଲର’ ପାଇଁ ‘କାଭଲା’, ‘ହୁକୁମ୍’ ଏବଂ ‘ରଥମାରେ’ ଭଳି ଗୀତକୁ ସଙ୍ଗୀତ ଦେଇଥିଲେ।

ଶାହାରୁଖ ଖାନଙ୍କ ଜବାନରେ ଅନିରୁଦ୍ଧଙ୍କ ମ୍ୟୁଜିକ୍‌

'ଜେଲର'ରେ ମ୍ୟୁଜିକ୍‌ ଦେବା ପରେ ଅନିରୁଦ୍ଧ ଶାହରୁଖ ଖାନଙ୍କ ଆଗାମୀ ଆକ୍ସନ୍ ଫିଲ୍ମ 'ଜବାନ୍' ସହିତ ବଲିଉଡରେ ଡେବ୍ୟୁ କରୁଛନ୍ତି। 'ଜବାନ'ର 3 ଟି ଗୀତ -'ଜିନ୍ଦା ବନ୍ଦା',' ଚଲେୟା 'ଏବଂ 'ରମୈୟା ବସ୍ତାବୈୟା' ରିଲିଜ୍ ହୋଇସାରିଛି ଏବଂ ଏହି ତିନୋଟି ଗୀତକୁ ମିଶ୍ରିତ ପ୍ରତିକ୍ରିୟା ମିଳୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.