ETV Bharat / entertainment

ରଣଭୀରଙ୍କ ସମର୍ଥନରେ ରାମୁ: କହିଲେ ଯଦି ମହିଳା ନିଜ ସେକ୍ସି ଫିଗର ଦେଖାଇପାରିବେ, ପୁରୁଷ କାହିଁକି ନୁହେଁ ? - ରଣବୀର ସିଂଙ୍କ ସମର୍ଥନରେ ଆଲିଆ ଭଟ୍ଟ

ଅଭିନେତା ରଣଭୀର ସିଂଙ୍କ ସମର୍ଥନରେ ବାହାରିଲେ ଚଳଚ୍ଚିତ୍ର ନିର୍ମାତା ରାମ ଗୋପାଳ ବର୍ମା । ଯଦି ଜଣେ ମହିଳା ନିଜ ସେକ୍ସି ଫିଗରକୁ ଦେଖାଇ ପାରିବେ ତେବେ ପୁରୁଷ କାହିଁକି ନୁହେଁ ବୋଲି ପ୍ରଶ୍ନ କରିଛନ୍ତି ରାମୁ । ଅଧିକ ପଢନ୍ତୁ

ରଣବୀର ସିଂଙ୍କ ସମର୍ଥନରେ ରାମୁ, କହିଲେ- ଯଦି ମହିଳା ନିଜ ସେକ୍ସି ଫିଗର ଦେଖାଇପାରିବେ, ପୁରୁଷ କାହିଁକି ନୁହେଁ ?

author img

By

Published : Jul 26, 2022, 4:51 PM IST

ମୁମ୍ବାଇ: ବଲିଉଡ଼ ଅଭିନେତା ରଣଭୀର ସିଂ ନ୍ୟୁଡ୍ ଫଟୋସୁଟ୍‌ କରି ଚାରିଆଡେ ଚର୍ଚ୍ଚାରେ ଥିବା ବେଳେ ସୋମବାର ତାଙ୍କ ବିରୋଧରେ ଏକ ଏଫଆଇଆର ଦିଆଯାଇଥିଲା। ଏକ ଲୋକପ୍ରିୟ ଫେସନ୍‌ ପତ୍ରିକା ପେପର୍‌ ମାଗାଜିନ୍‌ ପାଇଁ ରଣଭୀର ସିଂ ନ୍ୟୁଡ୍ ଫଟୋସୁଟ୍‌ କରିଥିଲେ । ତେବେ ଏହି ଫଟୋସୁଟ ପାଇଁ ରଣଭୀରଙ୍କୁ କିଛି ଜଣ ବିରୋଧ କରୁଥିବାବେଳେ ଆଉ କିଛି ତାଙ୍କୁ ସମର୍ଥନ କରୁଛନ୍ତି । ଏହି ସମର୍ଥନ ତାଲିକାରେ ବର୍ତ୍ତମାନ ଚଳଚ୍ଚିତ୍ର ନିର୍ମାତା ରାମ ଗୋପାଳ ବର୍ମା ନାଁ ଯୋଡି ହୋଇଛି ।

'କାହିଁକି ପୁରୁଷମାନେ ନିଜ ଶରୀର ଦେଖାଇ ପାରିବେ ନାହିଁ'

ହିନ୍ଦି ସିନେମାର ପ୍ରଯୋଜକ ତଥା ନିର୍ଦ୍ଦେଶକ ରାମ ଗୋପାଳ ବର୍ମା କହିଛନ୍ତି ଯେ, ରଣଭୀରଙ୍କ ନ୍ୟୁଡ ଫଟୋସୁଟ ଲିଙ୍ଗଗତ ସମାନତାର (Gender equality) ସର୍ବୋତ୍ତମ ଉଦାହରଣ । ସେ ଏକ ସାକ୍ଷାତକାରରେ କହିଛନ୍ତି, 'ଚିନ୍ତା କରନ୍ତୁ, ଏହା ତାଙ୍କର ଏକ ତରିକା ଅଟେ, ଲିଙ୍ଗଗତ ସମାନତାର ଦାବି କରିବା । ଯଦି ଜଣେ ମହିଳା ନିଜର ସେକ୍ସି ଫିଗରକୁ ଦେଖାଇ ପାରିବେ ତେବେ ପୁରୁଷ କାହିଁକି ନୁହେଁ। ମହିଳାମାନଙ୍କ ପରି ପୁରୁଷମାନଙ୍କର ମଧ୍ୟ ସମାନ ଅଧିକାର ରହିବା ଉଚିତ୍ ।

ଆଲିଆ ମଧ୍ୟ ରଣଭୀରଙ୍କୁ କରିଥିଲେ ସମର୍ଥନ

'କ୍ଲାଇମାକ୍ସ' ଏବଂ 'ନେକେଡ୍‌' ପରି ଆଡଲ୍ଟ ଚଳଚ୍ଚିତ୍ର ନିର୍ମାଣ କରିଥିବା ରାମ ଗୋପାଳ ବର୍ମା ଆହୁରି କହିଛନ୍ତି, 'ମୁଁ ଭାବୁଛି ଭାରତ ଶେଷରେ ସେହି ପର୍ଯ୍ୟାୟରେ ପହଞ୍ଚିଛି। ମୁଁ ଭାବୁଛି ରଣଭୀର ସିଂ ଏହା ମାଧ୍ୟମରେ ଲିଙ୍ଗଗତ ସମାନତା ଉପରେ ନିଜର ମତ ରଖିଛନ୍ତି । ତେବେ ଏହା ପୂର୍ବରୁ ରଣଭୀରଙ୍କ ସହ-ତାରକା ଆଲିଆ ଭଟ୍ଟ ମଧ୍ୟ ତାଙ୍କ ସମର୍ଥନରେ ଆସିଥିଲେ । ସେ କହିଥିଲେ, 'ମୁଁ ମୋର ପ୍ରିୟ ରଣଭୀର ସିଂଙ୍କ ବିଷୟରେ କିଛି ନକାରାତ୍ମକ କଥା ଶୁଣିବାକୁ ପସନ୍ଦ କରେ ନାହିଁ । ମୁଁ ଏପରି ପ୍ରଶ୍ନଗୁଡିକୁ ସହୟ ମଧ୍ୟ କରିପାରିବି ନାହିଁ କାରଣ ମୁଁ ତାଙ୍କୁ ବହୁତ ପସନ୍ଦ କରେ । ସେ ଚଳଚ୍ଚିତ୍ର ଜଗତରେ ବହୁତ ସୁନ୍ଦର କାମ କରୁଛନ୍ତି ତେଣୁ ଆମେ ତାଙ୍କୁ କେବଳ ଭଲପାଇବା ଦେବା ଉଚିତ୍ । ଆଲିଆଙ୍କ ବ୍ୟତୀତ ରଣଭୀରଙ୍କ ସହ କାମ କରୁଥିବା ତାଙ୍କର ଭଲ ବନ୍ଧୁ ଅର୍ଜୁନ କପୁର ମଧ୍ୟ ତାଙ୍କୁ ସମର୍ଥନ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.