ETV Bharat / entertainment

Adipurush: ଟିକେଟ୍‌ ମୂଲ୍ୟ ଶସ୍ତା, ହଲକୁ ଦର୍ଶକଙ୍କୁ ଟାଣି ପାରୁନି ଆଦିପୁରୁଷ

author img

By

Published : Jun 26, 2023, 11:37 AM IST

ବିବାଦ ପରେ ବକ୍ସ ଅଫିସରେ ଚାଲୁନି 'ଆଦିପୁରୁଷ'ର ଯାଦୁ । ଦିନକୁ ଦିନ ହ୍ରାସ ପାଉଛି ଫିଲ୍ମର ଆୟ । 10ଦିନରେ ଫିଲ୍ମ ମାତ୍ର 6 କୋଟି ରୋଜଗାର କରିଛି । ଏଭଳି ପରିସ୍ଥିତିରେ ନିର୍ମାତାମାନେ ପୁଣି ଫିଲ୍ମର ଟିକେଟ୍ ମୂଲ୍ୟ ହ୍ରାସ କରିଛନ୍ତି । ଆଜିଠାରୁ ଟିକେଟର ମୂଲ୍ୟ ମାତ୍ର 112 ଟଙ୍କା । ଅଧିକ ପଢନ୍ତୁ

ବିବାଦ ପରେ ଲୋକଙ୍କୁ ଆକୃଷ୍ଟ କରିପାରୁନି ଫିଲ୍ମ, ପୁଣି ଟିକେଟ ମୂଲ୍ୟ ଶସ୍ତା କଲେ ନିର୍ମାତା

ହାଇଦ୍ରାବାଦ: ଓମ ରାଉତଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଆଦିପୁରୁଷ' ବକ୍ସ ଅଫିସରେ ଗ୍ରାଣ୍ଡ ଓପନିଂ ପରେ ସଂଳାପ ଏବଂ VFX କାରଣରୁ ଆଦିପୁରୁଷ ବିବାଦରେ ଛନ୍ଦି ହୋଇଛି । ଦିନକୁ ଦିନ ଲୋକଙ୍କ ଆକ୍ରୋଶର ଶିକାର ହେବାକୁ ଲାଗିଛି ଫିଲ୍ମ । ଯାହାର ପ୍ରଭାବ ବର୍ତ୍ତମାନ ଫିଲ୍ମର ରୋଜଗାର ଉପରେ ପଡିଛି । ଫିଲ୍ମ ଲୋକଙ୍କ ମନ ଜିଣିପାରୁ ନଥିବା ବେଳେ ଦିନକୁ ଦିନ ଆୟ ମଧ୍ୟ ହ୍ରାସ ପାଇବାରେ ଲଗିଛି । ଫିଲ୍ମ 10ଦିନରେ ଫିଲ୍ମରେ ମାତ୍ର 6 କୋଟି ଆୟ କରିଛି । ସେପଟେ ଏଭଳି ପରିସ୍ଥିତି ଦେଖି ନିର୍ମାତାମାନେ ପୁଣି ଫିଲ୍ମର ଟିକେଟ ମୂଲ୍ୟ ହ୍ରାସ କରିଛନ୍ତି । ଆଜି ଠାରୁ 112ଟଙ୍କା ବିକ୍ରି ହେବ ଫିଲ୍ମର ଟିକେଟ ।

ଜୁନ୍ 16 ରେ ରିଲିଜ କରିଥିବା 'ଆଦିପୁରୁଷ' ରବିବାର ଦିନ ରିଲିଜ ହେବାର 10 ଦିନ ବିତିଗଲାଣି । ପ୍ରଭାସଙ୍କ ଏହି ଫିଲ୍ମର ସଂଳାପ ଏବଂ ଭିଏଫଏକ୍ସ ଦର୍ଶକଙ୍କୁ ବହୁତ ନିରାଶ କରିଛି । ଏହା ସହିତ ପ୍ରତିଦିନ ଫିଲ୍ମର ରୋଜଗାର ହ୍ରାସ ପାଉଛି । ରବିବାର ଦିନ 'ଆଦିପୁରୁଷ'ର ମାତ୍ର 6 କୋଟି ରୋଜଗାର କରିଛି । ଏହା ପରେ ଫିଲ୍ମର ମୋଟ ସଂଗ୍ରହ ବର୍ତ୍ତମାନ 274.55 କୋଟି ଟଙ୍କାକୁ ବୃଦ୍ଧି ପାଇଛି । 500 କୋଟିର ଏକ ବୃହତ ବଜେଟରେ ନିର୍ମିତ 'ଆଦିପୁରୁଷ' ରିଲିଜ୍ ହେବାର 10 ଦିନ ପରେ ମଧ୍ୟ 300 କୋଟିର ଆକଳନକୁ ଛୁଇଁବା ଠାରୁ ବହୁ ଦୂରରେ ରହିଛି ।

ତେବେ ବକ୍ସ ଅଫିସରେ 'ଆଦିପୁରୁଷ'ର ରୋଜଗାର ବୃଦ୍ଧି କରିବାକୁ ନିର୍ମାତାମାନେ ଏକ ନୂତନ ରଣନୀତି ଆପଣାଇଛନ୍ତି । ପୁଣି ଥରେ ଚଳଚ୍ଚିତ୍ର ଟିକେଟର ମୂଲ୍ୟ ହ୍ରାସ କରାଯାଇଛି । ରବିବାର ଟି-ସିରିଜର ଅଫିସିଆଲ୍ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଏହି ଘୋଷଣା କରିଛି । କ୍ୟାପସନରେ ଲେଖାଅଛି, ବୁକ କରନ୍ତୁ ଆଦିପୁରୁଷ ଟିକେଟ ମାତ୍ର 112ଟଙ୍କାରେ ଏବଂ ଆଦିପୁରୁଷର ମହାନ ଦୁନିଆକୁ ଅନୁଭବ କରନ୍ତୁ । ଅଫର ଆସନ୍ତାକାଲି ଠାରୁ ଆରମ୍ଭ ହେବ! ଜୟ ଶ୍ରୀ ରାମ।"

ସୂଚନା ଥାଉ କି, ଜୁନ 22 ଏବଂ 23ରେ ଟିକେଟର ମୂଲ୍ୟ 150ଟଙ୍କା ରେ ବ୍ରିକ୍ରି କରିବାକୁ ନିଷ୍ପତ୍ତି ନେଇଥିଲେ ନିର୍ମାତା। ଏହା ପରେ ବି ଫିଲ୍ମର ଆୟରେ ବୃଦ୍ଧି ନ ଘଟିବାରୁ ପୁଣି ନିର୍ମାତା ଟିକେଟର ମୂଲ୍ୟ କମାଇଛନ୍ତି । ଆଜି ଠାରୁ 112 ଟଙ୍କାରେ ମିଳିବ ଫିଲ୍ମର ଟିକେଟ। ଏହି ଫିଲ୍ମର ଷ୍ଟାର କାଷ୍ଟ ବିଷୟରେ କହିବାକୁ ଗଲେ, ରାଘବ ଭୂମିକାରେ ସାଉଥ ସୁପରଷ୍ଟାର ପ୍ରଭାସ, ଜାନକୀ ଭୂମିକାରେ ବଲିଉଡ ଅଭିନେତ୍ରୀ କ୍ରିତି ସାନନ, ଲକ୍ଷ୍ମଣ ଭୂମିକାରେ ସନ୍ନି ସିଂ, ହନୁମାନ ଭୂମିକାରେ ଦେବଦତ୍ତ ନାଗେ ଏବଂ ସୈଫ ଅଲି ଖାନ ଲଙ୍କେଶ ଭୂମିକାରେ ନଜର ଆସିଛନ୍ତି । ଏହି ଚଳଚ୍ଚିତ୍ରଟି ଟି-ସିରିଜ୍ ଦ୍ୱାରା ନିର୍ମିତ ହୋଇଛି ।

ସେପଟେ ଅଲ୍ ଇଣ୍ଡିଆ ସିନେ ୱାର୍କର୍ସ ଆସୋସିଏସନ୍ ପୂର୍ବରୁ ମୋଦିଙ୍କୁ ଆଉ ଏବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ମୁମ୍ବାଇ ପୋଲିସଙ୍କୁ ଏକ ଚିଠି ଲେଖିଛି । ଚିଠିରେ ଲେଖାଅଛି, “16 ଜୁନ୍ 2023 ରେ ଭାରତରେ ରିଲିଜ କରିଥିବା ଆଦିପୁରୁଷ ନାମକ ଏକ ଚଳଚ୍ଚିତ୍ର ପ୍ରତି ତୁମର ଧ୍ୟାନ ଆକର୍ଷଣ କରୁଛୁ । ଯାହା ହିନ୍ଦୁ ଧର୍ମ ଏବଂ ପ୍ରଭୁ ରାମ, ମା ସୀତା ଏବଂ ରାମସେବକ୍ ପ୍ରଭୁ ହନୁମାନଙ୍କ କାହାଣୀ ଉପରେ ଆଧାରିତ । ଲେଖକ ମନୋଜ ମୁନ୍ତାଶୀର ଏବଂ ନିର୍ଦ୍ଦେଶକ ଓମ୍ ରାଉତ ସଂଳାପ, ପୋଷାକ ଏବଂ କାହାଣୀ ରେଖା (ଚରିତ୍ର) କୁ ବିକୃତ କରି ରାମାୟଣକୁ ପରିହାସ କରିଛନ୍ତି, ଯାହା କାହା ପାଇଁ ଗ୍ରହଣୀୟ ନୁହେଁ । ଏହା ସମଗ୍ର ହିନ୍ଦୁ ଏବଂ ସନାତନ ଧର୍ମର ଧାର୍ମିକ ଭାବନାକୁ ଆଘାତ ଦେଇଛି ।

ଏଥିସହ ନିର୍ମାତାମାନେ ମଲ୍ଟିପ୍ଲେକ୍ସରେ ରିହାତି ଟିକେଟ ବିକ୍ରି କରି ଟଙ୍କା ରୋଜଗାର କରିବାକୁ ଚାହୁଁଛନ୍ତି, ଯାହାକି ନିର୍ମାତା ଟି-ସିରିଜ୍ ଏବଂ ନିର୍ମାତା ରାମାୟଣରେ ଆମର ଶିକ୍ଷା ଏବଂ ବିଶ୍ୱାସ ବିଷୟରେ ଏକ ଭୁଲ ବାର୍ତ୍ତା ପଠାଇବ । ଆମେ ଆପଣଙ୍କୁ ଅନୁରୋଧ କରୁଛୁ ଯେ ଆଦିପୁରୁଷ ଚଳଚ୍ଚିତ୍ର ନିର୍ମାତା, ନିର୍ମାତା ଭୂଷଣ କୁମାର ଟି-ସିରିଜ୍ ଏବଂ ଅନ୍ୟମାନେ ନିର୍ଦ୍ଦେଶକ ଓମ୍ ରାଉତ ଏବଂ ଲେଖକ ମନୋଜ ମୁଣ୍ଟାସିର ଶୁକ୍ଲାଙ୍କ ବିରୋଧରେ ଏଫ୍ଆଇଆର୍ ଦାଖଲ କରନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.