ETV Bharat / entertainment

Adipurush: ବଦଳିଲା ପ୍ରଭୁ ହନୁମାନଙ୍କ ଡାଇଲଗ, 'ଜଲେଗି ତେରେ ବାପ୍ କି' ସଂଳାପ ହଟିଲା

author img

By

Published : Jun 21, 2023, 5:28 PM IST

ବିବାଦୀୟ ଫିଲ୍ମ ଆଦିପୁରୁଷରେ ପ୍ରଭୁ ହନୁମାନଙ୍କ ସଂଳାପ 'ତେଲ ତେରେ ବାପ କା, କପଡା ତେରେ ବାପ କା, ଆଗ ଭି ତେରେ ବାପ କି, ଔର ଜଲେଗି ଭୀ ତେରେ ବାପ କି'କୁ ନେଇ ବିବାଦରେ ଛନ୍ଦି ହୋଇଥିଲା ଫିଲ୍ମ। ବର୍ତ୍ତମାନ ଫିଲ୍ମର ଏହି ସଂଳାପକୁ ପରିବର୍ତ୍ତନ କରାଯାଇଛି । ଅଧିକ ପଢନ୍ତୁ

ବଦଳିଲା ପ୍ରଭୁ ହନୁମାନଙ୍କ ଡାଇଲଗ, 'ଜଲେଗି ତେରେ ବାପ୍ କି' ସଂଳାପକୁ ସଂଶୋଧନ କଲେ ନିର୍ମାତା

ମୁମ୍ବାଇ: ବିବାଦୀୟ ଚଳଚ୍ଚିତ୍ର 'ଆଦିପୁରୁଷ'ର ଅନ୍ୟ କଳାକାରଙ୍କ ସହ ରାମ, ସୀତା, ଲକ୍ଷ୍ମଣ ଏବଂ ରାବଣଙ୍କ ସଂଳାପ, ଗ୍ରାଫିକ୍ସ, ଲୁକ୍ ଦେଶବାସୀଙ୍କ ଧାର୍ମିକ ବିଶ୍ୱାସକୁ ଆଘାତ ଦେଇଛି । ଅନେକ ରାମଭକ୍ତ ସହ ସଂଗଠନ ଏହି ଫିଲ୍ମକୁ ବିରୋଧ କରିବା ସହ ଏହି ଚଳଚ୍ଚିତ୍ରକୁ ସନାତନ ଧର୍ମର ସଂସ୍କୃତିର ଅପମାନ ବୋଲି ଅଭିଯୋଗ କରିଥିଲେ । ଏଭଳି ପରିସ୍ଥିତିରେ ଦେଶବ୍ୟାପୀ ଆକ୍ରୋଶ ପରେ ଫିଲ୍ମର ସଂଳାପ ବଦଳାଯାଇଛି । ବର୍ତ୍ତମାନ ଚଳଚ୍ଚିତ୍ରର ସବୁଠାରୁ ବିବାଦୀୟ ସଂଳାପ 'ତେଲ ତେରେ ବାପ କା, କପଡ଼ା ତେରେ ବାପ କା, ଆଗ ଭି ତେରେ ବାପ କି ଔର ଜଲେଗି ଭୀ ତେରେ ବାପ କି'ରେ ପରିବର୍ତ୍ତନ କରାଯାଇଛି ।

  • In the Lanka Dahan Scene after Ravans son lights up Hanuman's vistettere Tail. Hanuman: Kapda tere baap ka Tel tere baap ka Aag bhi tere baap ki Toh jalegi bhi tere baap ki dialogues allowed? You want to make money by selling a movie based on religion. From what angle is this ok? pic.twitter.com/ea9UEgBeWZ

    — Dhrubajyoti Bora (@_imdhruba) June 18, 2023 " class="align-text-top noRightClick twitterSection" data=" ">

ଆଦିପୁରୁଷରେ ହନୁମାନଙ୍କ ଡାଇଲଗକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ଦର୍ଶକ । ଏହାପେର ଏହି ଡାଇଲଗ୍‌କୁ ବଦଳାଇବାକୁ ନିଷ୍ପତ୍ତି ନେଇଥିଲେ ସିନେ ନିର୍ମାତା । ଦେଶ ବ୍ୟାପି ଏହି ବିବାଦ ଦେଖାଦେଇଥିବା ବେଳେ ବର୍ତ୍ତମାନ ଫିଲ୍ମ ନିର୍ମାତା ଏହି ସଂଳାପକୁ ସଂଶୋଧନ କରିଛନ୍ତି । ବର୍ତ୍ତମାନ ଏହି ଚଳଚ୍ଚିତ୍ରରେ ଏହି ନୂଆ ସଂଳାପ ଉପସ୍ଥାପିତ ହୋଇଛି, 'କପଡା ତେରୀ ଲଙ୍କା କା, ତେଲ ତେରୀ ଲଙ୍କା କା, ଆଗ ଭୀ ତେରେ ଲଙ୍କା କି ଔର ଜଲେଗି ଭି ତେରେ ଲଙ୍କା ହି ।'

ସୂଚନା ଥାଉ କି, ବିବାଦ ମଧ୍ୟରେ ବି ଏହି ଫିଲ୍ମ 5 ଦିନ ମଧ୍ୟରେ ସାରା ବିଶ୍ୱରେ 395 କୋଟି ଟଙ୍କା ରୋଜଗାର କରିଛି । କେବଳ ଭାରତରେ ଏହି ଫିଲ୍ମ 247.90 କୋଟି ଟଙ୍କା ଆୟ କରିଛି । ଏଥି ସହିତ, 1988 ରାମାୟଣର ଅଭିନେତା ଅରୁଣ ଗୋବିଲ (ରାମ), ସୁନୀଲ ଲହରୀ (ଲକ୍ଷ୍ମଣ) ଏବଂ ଦୀପିକା ଚିଖଲିଆ (ସୀତା) ଭଳି ଅଭିନେତା 'ଆଦିପୁରୁଷ'ର ଏପରି ଚିତ୍ରିଣକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ସୋସିଆଲ ମିଡିଆରେ ଫିଲ୍ମକୁ ନେଇ ବିରୋଧ ସହ ସମାଲୋଚନା ହୋଇଛି । ସେପଟେ ନେପାଳ ପରେ ଏବେ ଭାରତରେ ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇବାକୁ କୁହାଯାଉଛି । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏହାର ବ୍ୟାନ୍‌ ଦାବିରେ ଏକ ଚିଠି ପଠାଯାଇଛି ।

ଓମ୍ ରାଉତଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଆଦିପୁରୁଷ'ରେ ପ୍ରଭାସ ରାଘବଙ୍କ ଭୂମିକାରେ ଅଭିନୟ କରିଛନ୍ତି । କ୍ରିତି ସାନନ୍ ଜାନକୀ, ସନ୍ନି ସିଂ ଲକ୍ଷ୍ମଣ, ଦେବଦତ୍ତ ନାଗେ ହନୁମାନ ଭୂମିକାରେ ଏବଂ ସୈଫ ଅଲି ଖାନ ରାବଣ ଭୂମିକାରେ ଅଭିନୟ କରିଛନ୍ତି । 500 କୋଟି ବଜେଟରେ ନିର୍ମିତ ହୋଇଛି ଫିଲ୍ମ । ହନୁମାନଙ୍କ ସଂଳାପ ଛଡ଼ା ସହ ଅନ୍ୟାନ ସିନ୍‌ ତଥା ଚରିତ୍ରକୁ ନେଇ ଅସନ୍ତୁଷ୍ଟ ରହିଛନ୍ତି ଦର୍ଶକ । ଯାହା ଫିଲ୍ମର ଆୟରେ ପ୍ରଭାବ ପକାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.