ETV Bharat / entertainment

Adipurush First Look Poster: ଭଗବାନ ରାମ ଭୂମିକାରେ ନଜର ଆସିଲେ ପ୍ରଭାସ

author img

By

Published : Sep 30, 2022, 2:00 PM IST

ଦକ୍ଷିଣ ସୁପରଷ୍ଟାର ପ୍ରଭାସଙ୍କ ଆଗାମୀ ଚଳଚ୍ଚିତ୍ର ଆଦିପୁରୁଷର ପ୍ରଥମ ତଥା ଗ୍ରାଣ୍ଡ ପୋଷ୍ଟର (Adipurush First Look Poster) 30 ସେପ୍ଟେମ୍ବରରେ ମୁକ୍ତିଲାଭ କରିଛି । ଅଧିକ ପଢନ୍ତୁ

ଭଗବାନ ରାମ ଭୂମିକାରେ ନଜର ଆସିଲେ ଆଦିପୁରୁଷ ପ୍ରଭାସ

ହାଇଦ୍ରାବାଦ: ଦକ୍ଷିଣ ସୁପରଷ୍ଟାର ପ୍ରଭାସଙ୍କ ଆଗାମୀ ଚଳଚ୍ଚିତ୍ର 'ଆଦିପୁରୁଷ'ର ପ୍ରଥମ ତଥା ଗ୍ରାଣ୍ଡ ପୋଷ୍ଟର (Adipurush First Look Poster) 30 ସେପ୍ଟେମ୍ବରରେ ମୁକ୍ତିଲାଭ କରିଛି । ଫିଲ୍ମ ନିର୍ମାତା ସୋସିଆଲ ମିଡିଆରେ ଫିଲ୍ମର ପୋଷ୍ଟର ସେୟାର କରି ଟିଜର ଏବଂ ରିଲିଜ ତାରିଖ ମଧ୍ୟ ପ୍ରକାଶ କରିଛନ୍ତି । ଫିଲ୍ମର ନିର୍ଦ୍ଦେଶକ ଓମ୍‌ ରାଉତ ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ କହିଛନ୍ତି । ଫିଲ୍ମର ପ୍ରଥମ ଟିଜର ଏବଂ ପୋଷ୍ଟର ଅକ୍ଟୋବର 2ରେ ମୁକ୍ତିଲାଭ କରିବ ।

ଆଦିପୁରୁଷର ଫାଷ୍ଟ ଲୁକ୍ ପୋଷ୍ଟର୍

ଆଦିପୁରୁଷ ଚଳଚ୍ଚିତ୍ରର ଫାଷ୍ଟ ଲୁକ୍ ପୋଷ୍ଟର ବିଷୟରେ କହିବାକୁ ଗଲେ ଦକ୍ଷିଣ ଅଭିନେତା ପ୍ରଭାସ ଭଗବାନ 'ରାମ'ର ଭୂମିକାରେ ଅଭିନୟ କରିଛନ୍ତି । ପ୍ରଭାସଙ୍କ ଲମ୍ବା ଏବଂ କୁଞ୍ଚିତ କେଶ ଏବଂ ଦାଢି ତାଙ୍କ ଲୁକ୍‌କୁ ପୂରା କରିଛି ।

କ'ଣ କହିଲେ ଫିଲ୍ମର ନିର୍ଦ୍ଦେଶକ

ଚଳଚ୍ଚିତ୍ରର ପ୍ରଥମ ପୋଷ୍ଟର ରିଲିଜ୍ କରି ଓମ୍‌ ରାଉତ ଲେଖିଛନ୍ତି, 'ଆରମ୍ଭ ... ଆମର ଏହି ଯାଦୁକରୀ ଯାତ୍ରା ଆରମ୍ଭର ଏକ ଅଂଶ ହୁଅନ୍ତୁ, ଉତ୍ତରପ୍ରଦେଶର ଅଯୋଧ୍ୟା ସ୍ଥିତ ସରୟୁ ନଦୀ କୂଳରେ'। ଏହା ସହ ନିର୍ଦ୍ଦେଶକ କହିଛନ୍ତି ଯେ ଫିଲ୍ମର ପ୍ରଥମ ଟିଜର ଏବଂ ପୋଷ୍ଟର ଅକ୍ଟୋବର ୨ ରେ ରିଲିଜ ହେବ।

ଚଳଚ୍ଚିତ୍ର ଷ୍ଟାରକାଷ୍ଟ୍‌

ଓମ ରାଉତଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ପ୍ରଭାସ, ସୈଫ ଅଲି ଖାନ, କ୍ରିତି ସାନନ ଏବଂ ସନ୍ନି ସିଂ ମୁଖ୍ୟ ଭୂମିକାରେ ନଜର ଆସିବେ । ପ୍ରଶଂସକମାନେ ଦୀର୍ଘ ଦିନ ଧରି ଏହି ଚଳଚ୍ଚିତ୍ରକୁ ଅପେକ୍ଷା କରି ରହିଥିଲେ । ଏହି ଫିଲ୍ମ 12 ଜାନୁୟାରୀ 2023ରେ ସିନେମାରେ ମୁକ୍ତିଲାଭ କରିବ ।

ବଡ ବଜେଟ୍ ଚଳଚ୍ଚିତ୍ର ଆଦିପୁରୁଷ

ମିଡିଆ ରିପୋର୍ଟ ଅନୁଯାୟୀ, ପ୍ରାୟ 500 କୋଟି ଟଙ୍କା ବଜେଟରେ ଆଦିପୁରୁଷ ଫିଲ୍ମ ପ୍ରସ୍ତୁତ ହୋଇସାରିଛି। କୁହାଯାଉଛି ଯେ ପ୍ରଭାସଙ୍କୁ ପ୍ରଭୁ ରାମ ଏବଂ ସୈଫ ଅଲି ଖାନଙ୍କୁ ଲଙ୍କାପତି ରାବଣ ଭୂମିକାରେ ନଜର ଆସିବେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.