ETV Bharat / entertainment

Adipurush Controversy: ନିର୍ମାତାଙ୍କୁ ବଡ଼ ଆଶ୍ବସ୍ତି, ହାଇକୋର୍ଟଙ୍କ ରାୟକୁ ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ

author img

By

Published : Jul 21, 2023, 3:51 PM IST

ରିଲିଜ ପୂର୍ବରୁ ହିଁ ଚର୍ଚ୍ଚାରେ ରହିଥିଲା ଓମ୍ ରାଉତଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଆଦିପୁରୁଷ'। ସଂଳାପ ଏବଂ VFX ପାଇଁ ଫିଲ୍ମ କଡା ସମାଲୋଚନାର ସମ୍ମୁଖୀନ ହୋଇଥିଲା। ଏପରିକି ଆହ୍ଲାବାଦ ସମେତ ଅନେକ କୋର୍ଟରେ ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରାଯାଇଥିଲା। ଆଦିପୁରୁଷଙ୍କ ଉପରେ ଚାଲିଥିବା ଶୁଣାଣି ଉପରେ ସୁପ୍ରିମକୋର୍ଟ ବର୍ତ୍ତମାନ ଏହାର ରାୟ ଦେଇଛନ୍ତି। ଅଧିକ ପଢନ୍ତୁ,

ଆଦିପୁରୁଷ ନିର୍ମାତାଙ୍କୁ ବଡ ଆଶ୍ବସ୍ତି, ହାଇକୋର୍ଟଙ୍କ ଆଦେଶକୁ ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କଠାରୁ ଆଦିପୁରୁଷ ଚଳଚ୍ଚିତ୍ର ନିର୍ମାତାଙ୍କୁ ଏକ ବଡ ଆଶ୍ବସ୍ତି ମିଳିଛି। ସୁପ୍ରିମକୋର୍ଟ ଆଜି ଫିଲ୍ମ 'ଆଦିପୁରୁଷ'ର ସିବିଏଫସି ସାର୍ଟିଫିକେଟ୍ ବାତିଲ କରିବାକୁ ଦାବି ଉପରେ ଶୁଣାଣି କରିବାକୁ ମନା କରି ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ସିବିଏଫସି ତାର କାମ କରେ। ତାଙ୍କ ଦ୍ବାରା ଦିଆଯାଇଥିବା ସାର୍ଟିଫିକେଟ୍ ପ୍ରତି ଚ୍ୟାଲେଞ୍ଜ ସିଧାସଳଖ ସୁପ୍ରିମକୋର୍ଟରେ ଶୁଣାଣି ହୋଇପାରିବ ନାହିଁ । ଏହା ସହିତ ସୁପ୍ରିମକୋର୍ଟ ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶକୁ ସ୍ଥଗିତ ରଖିଛନ୍ତି । ଯେଉଁଥିରେ ଫିଲ୍ମର ନିର୍ମାତା, ନିର୍ଦ୍ଦେଶକ ଏବଂ ସଂଳାପ ଲେଖକଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ କୁହାଯାଇଥିଲା । ସୁପ୍ରିମକୋର୍ଟ ଏହି ଫିଲ୍ମ ବିରୋଧରେ ଅନ୍ୟ ହାଇକୋର୍ଟର ବିଚାରଧୀନ ମାମଲାକୁ ମଧ୍ୟ ସ୍ଥଗିତ ରଖିଛନ୍ତି ।

  • Supreme Court stays proceedings pending before different High Courts against makers of the film "Adipurush". Supreme Court also issues notice on an appeal filed by the makers of the film against Allahabad High Court order asking them to appear before it on July 27.

    Supreme Court… pic.twitter.com/XfbrYyGU5B

    — ANI (@ANI) July 21, 2023 " class="align-text-top noRightClick twitterSection" data=" ">

ଆଦିପୁରୁଷ ଫିଲ୍ମର ନିର୍ମାତାମାନେ ଆହ୍ଲାବାଦ ହାଇକୋର୍ଟରେ ହାଜର ହେବା ଆଦେଶ ବିରୋଧରେ ବୁଧବାର (ଜୁଲାଇ 12) ସୁପ୍ରିମକୋର୍ଟରେ ପହଞ୍ଚିଥିଲେ। ତାଙ୍କ ଓକିଲ ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶକୁ ମୁଖ୍ୟ ବିଚାରପତିଙ୍କ ନିକଟରେ ରଖିବାକୁ ଚେଷ୍ଟା କରିଥିଲେ ମଧ୍ୟ ପ୍ରଧାନ ବିଚାରପତି କହିଛନ୍ତି ଯେ, ଆସନ୍ତାକାଲି ତାଙ୍କ ସମ୍ମୁଖରେ ଶୁଣାଣି ପାଇଁ ଅନୁରୋଧ କରିବା ଉଚିତ୍ । ସୂଚନା ଥାଉ କି, ଆହ୍ଲାବାଦ ହାଇକୋର୍ଟ ଫିଲ୍ମର ଆଦିପୁରୁଷ ନିର୍ଦ୍ଦେଶକ ଓମ ରାଉତ, ନିର୍ମାତା ଭୂଷଣ କୁମାର, ସଂଳାପ ଲେଖକ ମନୋଜ ମୁନ୍ତାଶୀରଙ୍କୁ ଜୁଲାଇ 27ରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ସହିତ ହାଇକୋର୍ଟ ଫିଲ୍ମ ଉପରେ ନିଜର ମତାମତ ଉପସ୍ଥାପନ କରିବାକୁ ଏକ କମିଟି ଗଠନ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ ।

ଫିଲ୍ମ ଉପରେ ପ୍ରତିବନ୍ଧକ ନେଇ ଆହ୍ଲାବାଦ ହାଇକୋର୍ଟ ସମେତ ଅନ୍ୟାନ୍ୟ ହାଇକୋର୍ଟଙ୍କ ବିଚାରଧୀନ ମାମଲାକୁ ମଧ୍ୟ ସ୍ଥଗିତ ରଖିଛନ୍ତି ସୁପ୍ରିମକୋର୍ଟ । ତେବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଆହ୍ଲାବାଦ ହାଇକୋର୍ଟ ଏବଂ ଅନ୍ୟାନ୍ୟ ହାଇକୋର୍ଟଙ୍କ ଫିଲ୍ମ ବିରୋଧରେ ଚାଲିଥିବା ସମସ୍ତ ଶୁଣାଣି ସ୍ଥଗିତ ରହିବ । ଏଥିସହ ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗରେ ସର୍ବସାଧାରଣ ପ୍ରଦର୍ଶନୀ ପାଇଁ ଫିଲ୍ମର ସିବିଏଫସି ସାର୍ଟିଫିକେଟ୍ ପ୍ରତ୍ୟାହାର କରିବାକୁ ହୋଇଥିବା ଜନସ୍ବାର୍ଥ ମାମଲାକୁ ମଧ୍ୟ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: 'ଆଦିପୁରୁଷ' ନିର୍ମାତାଙ୍କ ଉପରେ ବର୍ଷିଲେ ଆହ୍ଲାବାଦ ହାଇକୋର୍ଟ, କହିଲେ ଧାର୍ମିକ ଗ୍ରନ୍ଥକୁ ତ ଛାଡିଦିଅ

ସୂଚନା ଥାଉ କି, ପ୍ରଭାସ ଏବଂ କ୍ରିତି ସାନନଙ୍କ ଅଭିନୀତ ଆଦିପୁରୁଷ 16 ଜୁନ୍ 2023ରେ ରିଲିଜ କରିଥିଲା । ଟିଜର ରିଲିଜ ପରଠୁ ସଂଳାପ ଏବଂ VFX ପାଇଁ ଫିଲ୍ମ କଡ଼ା ସମାଲୋଚନାର ସମ୍ମୁଖୀନ ହୋଇଥିଲା । ଏବଂ ଫିଲ୍ମ ଉପରେ ପ୍ରତିବନ୍ଧକ ଲାଗାଇବାକୁ ଦାବି ହେଉଥିଲା । ପରେ ଫିଲ୍ମର ସଂଳାପ ପରିବର୍ତ୍ତନ କରାଯାଇଥିଲେ ବି ବିବାଦ ଥମିନଥିଲା । 500କୋଟି ବଜେଟରେ ନିର୍ମିତ ଏହି ଚଳଚ୍ଚିତ୍ରଟି ବିଶ୍ବରେ ପ୍ରାୟ 450 କୋଟି ବ୍ୟବସାୟ କରିଥିବାବେଳେ ଭାରତରେ ମାତ୍ର 288 କୋଟି ବ୍ୟବସାୟ କରିପାରଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.