ETV Bharat / entertainment

B'day special: 52ରେ ପାଦ ଦେଲେ ବାହୁବଳୀର ରାଜମାତା, 14 ବର୍ଷରୁ ଆରମ୍ଭ କରିଥିଲେ ଫିଲ୍ମ ଯାତ୍ରା - Ramya Krishnan bold scene

ଅଭିନେତ୍ରୀ ରାମ୍ୟା କୃଷ୍ଣନ ଆଜି (ସେପ୍ଟେମ୍ବର 15) ତାଙ୍କର 52 ତମ ଜନ୍ମଦିନ ପାଳନ କରୁଛନ୍ତି । 14 ବର୍ଷ ବୟସରେ ସେ ତାଙ୍କ ଚଳଚ୍ଚିତ୍ର ଜୀବନ ଆରମ୍ଭ କରିଥିଲେ । ଅଧିକ ପଢନ୍ତୁ

52 ରେ ପାଦ ଦେଲେ ବାହୁବଲୀର ରାଜମାତା, 14 ବର୍ଷ ବୟସରେ ଆରମ୍ଭ କରିଥିଲେ ଫିଲ୍ମ କ୍ୟାରିଅର

author img

By

Published : Sep 15, 2022, 10:40 AM IST

ହାଇଦ୍ରାବାଦ: ଏସ.ଏସ୍ ରାଜାମୌଲିଙ୍କ ବ୍ଲକବଷ୍ଟର ଚଳଚ୍ଚିତ୍ର 'ବାହୁବଳୀ' (Baahubali)ର ରାଜମାତା ଶିବଗାମୀଙ୍କୁ କିଏ ବା ନଜାଣେ । ନିଜ ଜୀବନ ଦେଇ 'ବାହୁବଳୀ'କୁ ବଞ୍ଚାଇଥିବା ଅଭିନେତ୍ରୀ ରାମ୍ୟା କୃଷ୍ଣନ ଆଜି (ସେପ୍ଟେମ୍ବର 15) ତାଙ୍କର 52 ତମ ଜନ୍ମଦିନ ପାଳନ କରୁଛନ୍ତି । ରାମ୍ୟା କୃଷ୍ଣନ ତାଙ୍କ କ୍ୟାରିୟରରେ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି, ଯାହାକୁ ଆପଣ ନିଶ୍ଚୟ ଦେଖିଥିବେ । ରାମ୍ୟା କୃଷ୍ଣନ କେବଳ ଦକ୍ଷିଣର ଚଳଚ୍ଚିତ୍ରରେ କାମ କରିନାହାଁନ୍ତି, ବରଂ ସେ ବଲିଉଡରେ ମଧ୍ୟ ଅଭିନୟ କରି ଲୋକଙ୍କ ହୃଦୟ ଜିତି ନେଇଛନ୍ତି । ରାମ୍ୟା ତାମିଲ, ତେଲୁଗୁ, କନ୍ନଡ, ମାଲାୟାଲମ୍ ଏବଂ ହିନ୍ଦୀ ଚଳଚ୍ଚିତ୍ରରେ କାମ କରିଛନ୍ତି, ଯାହା 200ରୁ ଅଧିକ ଅଟେ ।

'ବାହୁବଳୀ'ରୁ ମିଳିଲା ବିଶ୍ୱବ୍ୟାପୀ ଲୋକପ୍ରିୟତା

ଫିଲ୍ମ 'ବାହୁବଳୀ'ରୁ ରାମ୍ୟା କୃଷ୍ଣନ ବିଶ୍ୱବ୍ୟାପୀ ଲୋକପ୍ରିୟତା ପାଇଥିଲେ । ରାଜମାତାଙ୍କ ଚରିତ୍ର ଏହି ଚଳଚ୍ଚିତ୍ରକୁ ଆହୁରି ଅଧିକ ଖାସ୍‌ କରିଦେଇଥିଲା ​​। ଆଜି ମଧ୍ୟ ରାଜମାତା ବିଷୟରେ ସୋସିଆଲ ମିଡିଆରେ ଅନେକ ମିମ୍ସ ସେୟାର କରାଯାଉଛି । କୁହାଯାଏ ଯେ, ଏହି ଭୂମିକା ପ୍ରଥମେ ବଲିଉଡର ଜଣେ ଜଣାଶୁଣା ଅଭିନେତ୍ରୀଙ୍କୁ ଦିଆଯାଇଥିଲା। 1970 ମସିହାରେ ଚେନ୍ନାଇରେ ଜନ୍ମଗ୍ରହଣ କରିଥିବା ରାମ୍ୟା କୃଷ୍ଣନ୍ ପିଲାଦିନରୁ ଅଭିନୟକୁ ଭଲ ପାଉଥିଲେ । 14 ବର୍ଷ ବୟସରେ ସେ ଫିଲ୍ମ ଦୁନିଆରେ କ୍ୟାରିୟର ଆରମ୍ଭ କରିଥିଲେ । ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା 'ଭେଲାଇ ମାନାସୁ' (Vellai Manasu)।

ପ୍ରଥମ ହିନ୍ଦୀ ଫିଲ୍ମରେ ଦେଇଥିଲେ ବୋଲ୍ଡ ସିନ୍‌

ଏହା ପରେ ରାମ୍ୟା କେବେ ପଛକୁ ଚାହିଁ ନଥିଲେ ଏବଂ ହିନ୍ଦୀ ସମେତ ଅନେକ ଭାଷାରେ କାମ କରିଥିଲେ । ବଲିଉଡରେ ରାମ୍ୟାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା ୟଶ ଚୋପ୍ରାଙ୍କ ନିର୍ଦ୍ଦେଶିତ 'ପରମ୍ପରା'। ଏହା ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ପ୍ରଥମ ହିନ୍ଦୀ ଚଳଚ୍ଚିତ୍ରରେ ରାମ୍ୟା ଅଭିନେତା ବିନୋଦ ଖାନ୍ନାଙ୍କ ସହ ଅନେକ ବୋଲ୍ଡ ସିନ୍‌ ଦେଇଥିଲେ । ଏହା ପରେ ସେ 'ଖଳନାୟକ', 'ବନାରସୀ ବାବୁ', 'ଚାହତ', 'ବଡେ ମିୟାଁ ଛୋଟେ ମିୟାଁ' ଭଳି ଅନେକ ହିନ୍ଦୀ ଚଳଚ୍ଚିତ୍ରରେ କାମ କରିଥିଲେ। ତେବେ ଅନେକ ବୋଲ୍ଡ ଦୃଶ୍ୟ ସିନ୍‌ ଦେବା ପରେ ମଧ୍ୟ ରାମ୍ୟାଙ୍କ ଯାଦୁ ବଲିଉଡରେ ଚାଲିନଥିଲା ।

ଏହି ବଲିଉଡ ଅଭିନେତ୍ରୀଙ୍କୁ ଅଫର କରାଯାଇଥିଲା ଶିବଗାମୀ ଭୂମିକା

ସେ ତାମିଲ, ତେଲୁଗୁ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ କିନ୍ତୁ 'ବାହୁବଳୀ'ରେ ଶିବଗାମୀଙ୍କ ଭୂମିକାରୁ ସେ ଲୋକମାନଙ୍କ ମଧ୍ୟରେ ସ୍ୱୀକୃତି ଲାଭ କରିଥିଲେ । 'ବାହୁବଳୀ'ରେ ଏହି ଭୂମିକା ରାମ୍ୟାଙ୍କୁ ପୂର୍ବରୁ ଦିଆଯାଇ ନଥିଲା, ଏଥିପାଇଁ ନିର୍ମାତାମାନେ ବଲିଉଡର ପ୍ରଥମ ସୁପରଷ୍ଟାର ଅଭିନେତ୍ରୀ ଶ୍ରୀଦେବୀଙ୍କ ନିକଟକୁ ଯାଇଥିଲେ । ତେବେ ଏହି ଭୂମିକା ପାଇଁ ଶ୍ରୀଦେବୀ ଏପରି ଫି ଦାବି କରିଥିଲେ ଯେ ନିର୍ମାତାମାନଙ୍କୁ ସେମାନଙ୍କ ମତ ବଦଳାଇବାକୁ ପଡିଥିଲା । ମିଡିଆ ରିପୋର୍ଟ ଅନୁଯାୟୀ, ଶ୍ରୀଦେବୀ ଏହି ଫିଲ୍ମ ପାଇଁ ପ୍ରାୟ 6 କୋଟି ଟଙ୍କା ମାଗିଥିଲେ । ଏହା ବ୍ୟତୀତ ସେ ନିଜ ପାଇଁ ହୋଟେଲର ଗୋଟିଏ ଫ୍ଲୋର ବୁକ୍ କରିବାକୁ କହିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.