ETV Bharat / entertainment

ବିଦିଶାଙ୍କ ପରେ ମଞ୍ଜୁଶା, ମିଳିଲା ବଙ୍ଗୀୟ ଅଭିନେତ୍ରୀଙ୍କ ଝୁଲନ୍ତା ମୃତଦେହ

author img

By

Published : May 27, 2022, 11:25 AM IST

ବିଦିଶା ଦେଙ୍କ ବନ୍ଧୁ ତଥା ବଙ୍ଗାଳୀ ଅଭିନେତ୍ରୀ-ମଡେଲ ମଞ୍ଜୁଶା ନିୟୋଗୀ (Manjusha Neogi)ଙ୍କ ଶୁକ୍ରବାର ଦେହାନ୍ତ ହୋଇଛି । ମଞ୍ଜୁଶାଙ୍କ ମୃତଦେହ ତାଙ୍କ ଫ୍ଲାଟରେ ଝୁଲୁଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ବିଦିଶାଙ୍କ ପରେ ପୁଣି ଜଣେ ବଙ୍ଗୀୟ ଅଭିନେତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କୋଲକାତା: ବଙ୍ଗଳା ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରୁ ପୁଣି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ନିକଟରେ ବଙ୍ଗୀୟ ଚଳଚ୍ଚିତ୍ର ଅଭିନେତ୍ରୀ ପଲ୍ଲବୀ ଦେଙ୍କ ମୃତ୍ୟୁ ପରେ ବିଦିଶା ଦେ ମଜୁମଦାରଙ୍କ ଖବର ସାମ୍ନାକୁ ଆସିଥିଲା । ଏହି ଘଟଣାର ତଦନ୍ତ ଚାଲିଥିବାବେଳେ ଆଜି ଆଉ ଜଣେ ଅଭିନେତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ବିଦିଶା ଦେଙ୍କ ବନ୍ଧୁ ତଥା ବଙ୍ଗାଳୀ ଅଭିନେତ୍ରୀ-ମଡେଲ ମଞ୍ଜୁଶା ନିୟୋଗୀ (Manjusha Neogi)ଙ୍କ ଶୁକ୍ରବାର ଦେହାନ୍ତ ହୋଇଛି । ମଞ୍ଜୁଶାଙ୍କ ମୃତଦେହ ତାଙ୍କ ଫ୍ଲାଟରେ ଝୁଲୁଥିବା ଦେଖିବାକୁ ମିଳିଥିଲା । ଏହି ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ମିଳିଥିବା ସୂଚନାନୁସାରେ, ଶୁକ୍ରବାର ସକାଳେ ମଞ୍ଜୁଶାଙ୍କ ବାପା ମାଆ କ୍ରମାଗତ ଭାବରେ ତାଙ୍କ ଝିଅକୁ ଫୋନ କରିଥିଲେ । ମାତ୍ର ଯେତେବେଳେ କୌଣସି ପ୍ରତିକ୍ରିୟା ନମିଳିଲା, ବାପା ମାଆ ଚିନ୍ତାରେ ପଡିଯାଇଥିଲେ । ବେଡରୁମକୁ ଯାଇ ଦେଖିଲେ ତ ମଞ୍ଜୁଶାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ରହିଛି । ବର୍ତ୍ତମାନ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।

ମଞ୍ଜୁଶା ନିୟୋଗୀ କିଏ ?

ମଞ୍ଜୁଶା ନିୟୋଗି ବୃତ୍ତି ଅନୁଯାୟୀ ଜଣେ ମଡେଲ ଏବଂ ନିକଟରେ ଅଭିନେତ୍ରୀଙ୍କ ମୃତଦେହ ପଟୋଲିରେ ସ୍ଥିତ ତାଙ୍କ ଘରେ ଝୁଲୁଥିବା ଦେଖିବାକୁ ମିଳିଥିଲା ​​। ମଞ୍ଜୁଶା କିଛି ଟିଭି ଶୋ’ରେ ଛୋଟ ଭୂମିକା ଗ୍ରହଣ କରିଛନ୍ତି । ତାଙ୍କୁ କାଞ୍ଚି ଟିଭି ସୋ’ରେ ଜଣେ ନର୍ସ ଭୂମିକାରେ ଦେଖିବାକୁ ମିଳିଥିଲା। ସେ ଇଣ୍ଡଷ୍ଟ୍ରିରେ ନିଜ କ୍ୟାରିଅର ଗଢିବାକୁ ଚାହୁଁଥିଲେ ।

ଏହା ବି ପଢନ୍ତୁ: ବଙ୍ଗୀୟ ଅଭିନେତ୍ରୀ ପଲ୍ଲବୀ ଦେ ମୃତ, ଝୁଲନ୍ତା ଅବସ୍ଥାରେ ମିଳିଲା ମୃତଦେହ

ମଞ୍ଜୁଶାଙ୍କ ମାଆ ପୋଲିସକୁ କହିଛନ୍ତି ଯେ, ତାଙ୍କ ବନ୍ଧୁ ବିଦିଶାଙ୍କ ମୃତ୍ୟୁ ପରେ ସେ ଡିପ୍ରେସନରେ ଥିଲେ । ବର୍ତ୍ତମାନ ମଞ୍ଜୁଶା ଆତ୍ମହତ୍ୟା କରିଛନ୍ତି ନା କିଛି କାରଣ ରହିଛି ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଏହା ବି ପଢନ୍ତୁ: ବନ୍ଦ ଘରୁ ବଙ୍ଗୀୟ ଅଭିନେତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସୂଚନାଯୋଗ୍ୟ ଯେ, ବୁଧବାର ଦିନ ମଞ୍ଜୁଶାଙ୍କ ବନ୍ଧୁ ବିଦିଶା ଦେ ମଜୁମଦାର ଆତ୍ମହତ୍ୟା କରିଛନ୍ତି । 21 ବର୍ଷୀୟ ବିଦିଶାଙ୍କ ମୃତଦେହ ତାଙ୍କ ଭଡା ଘରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ସେ ତାଙ୍କ ପ୍ରେମିକ ସହିତ ଏହି ଫ୍ଲାଟରେ ରହୁଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.