ETV Bharat / entertainment

ମୋତେ ଲୋଡା ନାହିଁ ପୁରୁଷ, ଏମିତି କହି ନିଜକୁ ନିଜେ ବାହା ହେଲେ ଏହି ଅଭିନେତ୍ରୀ

author img

By

Published : Aug 17, 2022, 12:05 PM IST

ଅଭିନେତ୍ରୀ କନିଷ୍କା ସୋନି ନିଜକୁ ନିଜେ ବିବାହ (Kanishka Soni Marries Herself) କରିଛନ୍ତି । କନିଷ୍କା ସୋନି ତାଙ୍କର କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଅଧିକ ପଢନ୍ତୁ

ମୋତେ ଲୋଡା ନାହିଁ ପୁରୁଷ, ଏମିତି କହି ନିଜକୁ ନିଜେ ବାହା ହେଲେ ଏହି ଅଭିନେତ୍ରୀ
ମୋତେ ଲୋଡା ନାହିଁ ପୁରୁଷ, ଏମିତି କହି ନିଜକୁ ନିଜେ ବାହା ହେଲେ ଏହି ଅଭିନେତ୍ରୀ

ମୁମ୍ବାଇ: ସମୟ ବଦଳିବା ସହିତ ବିବାହ ଏବଂ ସମ୍ପର୍କକୁ ନେଇ ଲୋକଙ୍କ ଚିନ୍ତାଧାରା ମଧ୍ୟ ବଦଳୁଛି । ଆଧୁନିକ ଦୁନିଆରେ ଅନେକ ଝିଅ ଏକାକୀ ରହି ଜୀବନ ବିତାଇବାକୁ ପସନ୍ଦ କରୁଛନ୍ତି । ସେମାନଙ୍କ ମଧ୍ୟରୁ ଟିଭି ସୋ 'ଦିୟା ଔର ବାତି ହମ୍' ଫେମ୍‌ ଅଭିନେତ୍ରୀ ଏମିତି ହିଁ କିଛି ବିଶ୍ୱାସ କରନ୍ତି । ଅଭିନେତ୍ରୀ କନିଷ୍କା ସୋନି ନିଜକୁ ନିଜେ ବିବାହ (Kanishka Soni Marries Herself) କରିଛନ୍ତି । ତେବେ ଏହା କୌଣସି ପ୍ରଥମ ଘଟଣା ନୁହେଁ, ନିକଟରେ ଗୁଜୁରାଟର ଝିଅ କ୍ଷମା ବିନ୍ଦୁ ବିନା ବରରେ ନିଜକୁ ନିଜେ ବିବାହ କରିଥିଲେ । ବରୋଦାରେ ନିଜ ଘରେ ପାରମ୍ପରିକ ରୀତିନୀତି ସହ ବିବାହ କରିଥିଲେ କ୍ଷମା।

ଅଭିନେତ୍ରୀ ନିଜକୁ କଲେ ବିବାହ

ନିକଟରେ କନିଷ୍କା ସୋନି ତାଙ୍କର କିଛି ଫଟୋ ସେୟାର କରିଥିଲେ, ଯେଉଁଥିରେ ସେ ମଥାରେ ସିନ୍ଦୁର ପିନ୍ଧିଥିଲେ ଏବଂ ବେକରେ ମଙ୍ଗଳସୁତ୍ର ପିନ୍ଧିଥିବାର ନଜର ଆସିଥିଲେ। କନିଷ୍କା ସୋନିଙ୍କ ଏହି ଫଟୋ ଦେଖି ତାଙ୍କ ପ୍ରଶଂସକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ନିଜ ଫଟୋ ପୋଷ୍ଟ କରି କନିଷ୍କା କ୍ୟାପସନ୍‌ରେ ଲେଖିଥିଲେ, ଯାହା ପଢି ଲୋକଙ୍କ ହୋସ୍‌ ଉଡ଼ିଗଲା ।

ମଙ୍ଗଳସୁତ୍ରରେ ତାଙ୍କ ଫଟୋ ସେୟାର କରିବାବେଳେ ଅଭିନେତ୍ରୀ ଲେଖିଛନ୍ତି, ମୁଁ ନିଜକୁ ନିଜେ ବିବାହ କରିଛି । ମୁଁ ମୋର ସମସ୍ତ ସ୍ୱପ୍ନକୁ ନିଜେ ପୂରଣ କରିଛି ଏବଂ ଯାହାକୁ ମୁଁ ଜୀବନଠୁ ଅଧିକ ଭଲପାଏ, ସେ ଆଉ କେହି ନୁହେଁ ମୁଁ ନିଜେ । ମୋତେ କୌଣସି ପୁରୁଷର ଆବଶ୍ୟକତା ନାହିଁ । ମୁଁ ମୋ ଗିତାର ସହିତ ସବୁବେଳେ ଏକୁଟିଆ ଏବଂ ଏକାନ୍ତରେ ଖୁସି ଅଟେ । ମୁଁ ଦେବୀ, ମୁଁ ମଜବୁତ ଏବଂ ଶକ୍ତିଶାଳୀ । ଶିବ ଏବଂ ଶକ୍ତି ସବୁକିଛି ମୋ ଭିତରେ ଅଛି । ଧନ୍ୟବାଦ ’’

କନିଷ୍କା ସୋନି 'ଦିୟା ଔର ବାତି ହମ୍', 'ପବିତ୍ର ରିସ୍ତା' ଏବଂ 'ଦେବୀ ଆଦି ପରାଶକ୍ତି' ପରି ଅନେକ ହିଟ୍ ଟିଭି ସୋ’ର ଅଂଶ ହୋଇସାରିଛନ୍ତି। ଉଭୟ ସୋ 'ଦିୟା ଔର ବାତି ହମ୍', 'ପବିତ୍ର ରିସ୍ତା' ଟିଭି ଜଗତରେ କମାଲ ଦେଖାଇସାରିଛି । ଏହି ସୋ ପାଇଁ ପ୍ରଶଂସକମାନେ ପାଗଳ ଥିଲେ । ସୂଚନା ମୁତାବକ, କନିଷ୍କାଙ୍କ ବର୍ତ୍ତମାନ ହଲିଉଡରେ ଏଣ୍ଟ୍ରି କରୁଛନ୍ତି । ସେ ଟିଭି ଇଣ୍ଡଷ୍ଟ୍ରି ଛାଡି ହଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.