ETV Bharat / entertainment

200 Crore Extortion Case: ଆଜି ପୁଣି ଜେରା ହେବେ ସିଂହଳ ସୁନ୍ଦରୀ

ବେଆଇନ ଅର୍ଥ କାରବାର ମାମଲାରେ ଆଜି ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ଜେରା କରିବ ଦିଲ୍ଲୀ ପୋଲିସର ଅର୍ଥନୈତିକ ଅପରାଧ ଶାଖା । ଅଧିକ ପଢନ୍ତୁ

author img

By

Published : Sep 19, 2022, 7:22 AM IST

200 Crore Extortion Case: ଆଜି ପୁଣି ଜ୍ୟାକଲିନଙ୍କୁ ଜେରା କରିବ EOW

ମୁମ୍ବାଇ: ସିଂହଳ ସୁନ୍ଦରୀଙ୍କ ପାଇଁ ବଢୁଛି ଅଡୁଆ । ବେଆଇନ ଅର୍ଥ କାରବାର ମାମଲାରେ ଆଜି ପୁଣି ଥରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ(Jacqueline Fernandez)ଙ୍କୁ ଜେରା କରିବ ଦିଲ୍ଲୀ ପୋଲିସର ଅର୍ଥନୈତିକ ଅପରାଧ ଶାଖା (Economic Offenses Wing of Delhi Police) । ଏନେଇ ରବିବାର ଜ୍ୟାକଲିନଙ୍କୁ ସମନ ଜାରି କରିଥିଲା ଦିଲ୍ଲୀ ପୋଲିସ ।

ଆଜି ଦିନ ୧୧ ସମୟରେ ସିଂହଳ ସୁନ୍ଦରୀଙ୍କୁ ପଚରାଉଚରା କରିବ ଇଓଡବ୍ଲ୍ୟୁ । ଏହା ପୂର୍ବରୁ ଗତ ବୁଧବାର ଓ ଗୁରୁବାର 200 କୋଟି ଟଙ୍କା ଠକେଇ ମାମଲା(200 Crore Extortion Case)ରେ ଜ୍ୟାକଲିନ ଓ ନୋରା ଫତେହିଙ୍କୁ ଜେରା କରିଥିଲା EOW । ଜ୍ୟାକଲିନଙ୍କୁ ଦୀର୍ଘ ୮ ଘଣ୍ଟା ଜେରା କରିଥିବା ବେଳେ ନୋରାଙ୍କୁ ୫ଘଣ୍ଟା ଜେରା କରାଯାଇଥିଲା ସୁକେଶ ଠାରୁ ମିଳିଥିବା ଗିଫ୍ଟ ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ତାଙ୍କୁ ପଚରାଉଚରା କରାଯାଇଥିଲା ।

ଜ୍ୟାକ୍‌ଲିନଙ୍କୁ ପିଙ୍କି ଇରାନୀଙ୍କ ସହିତ ସାମ୍ନାସାମ୍ନି ବସାଇ ଜେରା କରାଯାଇଥିଲା । ପିଙ୍କି ସୁକେଶ ଚନ୍ଦ୍ରଶେଖରଙ୍କ ଖୁବ୍ ନିକଟତମ ଅଟେ । ସୁକେଶ ପକ୍ଷରୁ ସେ ଜ୍ୟାକଲିନଙ୍କ ପାଖରେ କୋଟି କୋଟି ଟଙ୍କାର ଗିଫ୍ଟ ପହଞ୍ଚାଉଥିଲେ । EOW ଜେରା ବେଳେ ଜ୍ୟାକଲିନ ପିଙ୍କି ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି ଯେ, ‘‘ପୂର୍ବରୁ ସେ ସୁକେଶର କଳା କାରନାମା ସମ୍ପର୍କରେ ଜଣାଥିଲେ ଏବଂ ଏକଥା ତାଙ୍କୁ ଲୁଚାଇ ଥିଲେ ।’’

ଏହା ମଧ୍ୟ ପଢନ୍ତୁ-200 Crore Extortion Case: ନୋରା ଫତେହିଙ୍କୁ ୫ ଘଣ୍ଟା ଜେରା କଲା EOW

ମିଳିଥିବା ସୂଚନା ଅନୁଯାୟୀ, ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ 200 କୋଟି ମନି ଲଣ୍ଡରିଂ ମାମଲାରେ EOW ଗତ ସୋମବାର ଦିନ ଜ୍ୟାକଲିନଙ୍କୁ ତୃତୀୟ ଥର ପାଇଁ ସମନ ଜାରି କରିଥିଲା ଏବଂ ବୁଧବାର ଦିନ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ପୂର୍ବରୁ ଅଗଷ୍ଟ 29 ଓ ସେପ୍ଟେମ୍ବର 12ରେ ହାଜର ପାଇଁ ସମନ ଜାରି ହୋଇଥିଲା । କିନ୍ତୁ କାର୍ଯ୍ୟବ୍ୟସ୍ତତା ଥିବା ଦର୍ଶାଇ ସମନକୁ ଏଡାଇ ଦେଇଥିଲେ ଅଭିନେତ୍ରୀ ।

ସେହିପରି ନୋରାଙ୍କୁ ଦ୍ବିତୀୟ ଥର ପାଇଁ ଦିଲ୍ଲୀ ପୋଲିସ ଜେରା କରିଥିଲା । ଏହାପୂର୍ବରୁ ଗତ ୩ ତାରିଖରେ ନୋରାଙ୍କୁ ଇଓଡବ୍ଲ୍ୟୁ ପଚରାଉଚରା କରିଥିଲା । ଠକ ସୁକେଶ ଚନ୍ଦ୍ରଶେଖର ଠାରୁ ସେ BMW କାର୍ ଉପହାର ପାଇଥିବା ନେଇ ଅଭିଯୋଗ ରହିଛି । ନୋରା ଫତେହିଙ୍କ ସମେତ ତାଙ୍କ ଭିଣୋଇ ବବି ଖାନ ଏବଂ ସୁକେଶର ସହଯୋଗୀ ପିଙ୍କି ଇରାନୀଙ୍କୁ ଏକାଠି ଜେରା କରାଯାଇଥିଲା ।

ବିଭିନ୍ନ ବ୍ୟବସାୟୀଙ୍କ ଠାରୁ 200 କୋଟି ଟଙ୍କା ଠକେଇ ମାମଲାରେ ସୁକେଶ ଚନ୍ଦ୍ରଶେଖର ଗିରଫ ହୋଇ ବର୍ତ୍ତମାନ ତିହାର ଜେଲରେ ଅଛନ୍ତି । ସୁକେଶ ଚନ୍ଦ୍ରଶେଖରକୁ ଦିଲ୍ଲୀ ପୋଲିସ ଆଦିତି ସିଂହ ଓ ଫାର୍ମାସ୍ୟୁଟିକଲ କମ୍ପାନୀ ରେନବ୍ୟାକ୍ସିର ପୂର୍ବତନ ପ୍ରମୋଟର ଶିବିନ୍ଦର ସିଂହଙ୍କ ଠାରୁ ୨୧୫ କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗରେ ଗିରଫ କରିଥିଲା । ଏହି ମାମଲାରେ ଇଡି ଚନ୍ଦ୍ରଶେଖରଙ୍କ ସମେତ ତାଙ୍କ ପତ୍ନୀ ଲୀନା ମାରିଆ ପଲ୍‌, ପିଙ୍କି ଇରାନୀ ସମେତ 8 ଜଣ ଗିରଫ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.