ETV Bharat / entertainment

ତହସିଲଦାରଙ୍କ ନୋଟିସ ପରେ ଟ୍ୟାକ୍ସ ଭରିଲେ ଐଶ୍ବର୍ଯ୍ୟା

author img

By

Published : Feb 11, 2023, 1:34 PM IST

ତହସିଲଦାରଙ୍କ ନୋଟିସ ପରେ ଟ୍ୟାକ୍ସ ଭରିଲେ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟ ବଚ୍ଚନ । ବର୍ଷେ ହେଲା ଜମିର ଟ୍ୟାକ୍ସ ପୈଠ କରିନଥିବାରୁ କିଛି ଦିନ ତଳେ ନୋଟିସ୍ ପାଇଥିଲେ । ଅଧିକ ପଢନ୍ତୁ

ତହସିଲଦାରଙ୍କ ନୋଟିସ ପରେ ଟ୍ୟାକ୍ସ ଭରିଲେ ଐଶ୍ବର୍ଯ୍ୟା
ତହସିଲଦାରଙ୍କ ନୋଟିସ ପରେ ଟ୍ୟାକ୍ସ ଭରିଲେ ଐଶ୍ବର୍ଯ୍ୟା

ମୁମ୍ବାଇ: ତହସିଲଦାରଙ୍କ ନୋଟିସ ପରେ ଟ୍ୟାକ୍ସ ଭରିଲେ ବିଶ୍ବ ସୁନ୍ଦରୀ ଐଶ୍ବର୍ଯ୍ୟା ରାୟ ବଚ୍ଚନ । ବଚ୍ଚନ ପରିବାରର ବୋହୂ ତଥା ଅଭିନେତ୍ରୀ ଐଶ୍ବର୍ଯ୍ୟା ସମ୍ପତ୍ତି କର ବାବଦକୁ ୨୨ ହଜାର ଟଙ୍କା ପୈଠ କରିଛନ୍ତି । ନାଶିକ ଜିଲ୍ଲା ଅଦୱଡି ଠାରେ ଅଭିନେତ୍ରୀଙ୍କ ନାମରେ ଥିବା ୧ ହେକ୍ଟର ଜମି ବାବଦରେ ସେ ବର୍ଷେ ହେଲା ଟ୍ୟାକ୍ସ ଦେଇନଥିଲେ । ଏଥିପାଇଁ କିଛି ଦିନ ତଳେ ସିନ୍ନର ତହସିଲଦାର ଅଭିନେତ୍ରୀଙ୍କୁ ନୋଟିସ୍ ଜାରି କରିଥିଲେ । ତେବେ ନୋଟିସ ମିଳିବା ପରେ ସେ ଟ୍ୟାକ୍ସ ଭରିଥିବାର ସୂଚନା ମିଳିଛି ।

ସିନ୍ନର ତହସିଲଦାର ଏକନାଥ ବାଙ୍ଗେଲ କହିଛନ୍ତି ଯେ, ନୋଟିସ୍ ମିଳିବାର ତିନି ଦିନ ପରେ ଐଶ୍ବର୍ଯ୍ୟା ଜମି ପାଇଁ ୨୨ ହଜାର ଟଙ୍କା ଟ୍ୟାକ୍ସ ଭରିଛନ୍ତି । ମାର୍ଚ୍ଚ ସୁଦ୍ଧା ସମସ୍ତ ଟ୍ୟାକ୍ସ ସଂଗ୍ରହ କରିବାକୁ ଟାର୍ଗେଟ ଥିବାରୁ ତହସିଲ ଅଫିସ ପକ୍ଷରୁ ସମସ୍ତ କରଦାତାଙ୍କୁ ନୋଟିସ୍ ଜାରି କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ସିନ୍ନର ତହସିଲ ମଧ୍ୟ ପ୍ରାୟ ୧୨୦୦ ସମ୍ପତ୍ତି ମାଲିକଙ୍କୁ ନୋଟିସ ପଠାଇଥିଲେ । ଯାହାଙ୍କ ମଧ୍ୟରେ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟ ମଧ୍ୟ ରହିଥିଲେ । ନାଶିକରେ ଅଭିନେତ୍ରୀଙ୍କ ନାମରେ ୧ ହେକ୍ଟର ଜମି ରହିଛି । ବର୍ଷ ହେଲା ସେ ଏହାର ଟିକସ ଦେଇନଥିଲେ ।

ଐଶ୍ବର୍ଯ୍ୟା ରାୟଙ୍କ ସମେତ ଗମ୍ ପ୍ରାଇଭେଟ ଲିମିଟେଡ, ଏଲ. ବି କୁଞ୍ଜିର ଇଞ୍ଜିନିୟର, ଆଇଟିସି ମରଠା ଲିମିଟେଡ, ଏସ.କେ ଶିବରାଜ, ହୋଟେଲ ଲୀଲା ଭେଞ୍ଚର ଲିମିଟେଡ, କୁକ୍ରେଜା ଡେଭଲପର କର୍ପୋରେସନ, ରାମ ହ୍ୟାଣ୍ଡିକ୍ରାପ୍ଟ, ଓପି ଏଣ୍ଟରପ୍ରାଇଜେସ କମ୍ପାନୀ ଗୁଜୁରାଟ ବିନ୍ଦୁ ଭୟୁ ଉର୍ଜା ଲିମିଟେଡ, ଏୟାର କଣ୍ଟ୍ରୋଲ ପ୍ରାଇଭେଟ ଲିମିଟେଡ, ମେଟକନ ଇଣ୍ଡିଆ ପ୍ରାଇଭେଟ ଲିମିଡେଟ, ଛୋଟାଭାଇ ଜେଠାଭାଇ ପଟେଲ ଆଣ୍ଡ କମ୍ପାନୀ ଇତ୍ୟାଦି ୧୨୦୦ ସମ୍ପତ୍ତି ମାଲିକଙ୍କୁ ନୋଟିସ୍ ଜାରି କରାଯାଇଥିଲା । ସିନ୍ନର ତହସିଲ ଚଳିତ ବର୍ଷ ୧.୧୧ କୋଟି ଟିକସ ସଂଗ୍ରହ ପାଇଁ ଆଶା ରଖିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୬୫ ଲକ୍ଷ ଟିକସ ଆଦାୟ ହୋଇଛି ।

ବିଶ୍ବ ସୁନ୍ଦରୀ ଐଶ୍ବର୍ଯ୍ୟା ରାୟ ମଣିରତ୍ନମଙ୍କ ଫିଲ୍ମ ପୋନିୟିନ୍ ସେଲଭାନରେ ଶେଷ ଥର ପାଇଁ ନଜର ଆସିଥିଲେ । ଏହି ଫିଲ୍ମରେ ଐଶ୍ବର୍ଯ୍ୟା ମହାରାଣୀ ନନ୍ଦିନୀଙ୍କ ଭୂମିକାରେ ଅଭିନୟ କରିଥିଲେ । ତାଙ୍କ ବ୍ୟତୀତ ସାଉଥ ଅଭିନେତା ବିକ୍ରମଙ୍କୁ ଜଣେ ଯୋଦ୍ଧା ଭାବରେ ଏବଂ ଅରୁଣମୋଜି ବର୍ମନ ଭୂମିକାରେ ଜୟମ୍ ରବିଙ୍କୁ ଦେଖିବାକୁ ମିଳିଥିଲା । କଲ୍‌କି କୃଷ୍ଣମମୂର୍ତ୍ତିଙ୍କ ଐତିହାସିକ ଉପନ୍ୟାସ ଉପରେ ଆଧାର କରି ଏହି ଫିଲ୍ମ ନିର୍ମାଣ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.