ETV Bharat / entertainment

ହୃଦଘାତରେ ଚାଲିଗଲା କନ୍ନଡ ଅଭିନେତାଙ୍କ ପତ୍ନୀ ସ୍ପନ୍ଦନାଙ୍କ ଜୀବନ

author img

By

Published : Aug 7, 2023, 1:34 PM IST

ଆରପାରିରେ କନ୍ନଡ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ବିଜୟ ରାଘବେନ୍ଦ୍ରଙ୍କ ପତ୍ନୀ । ହୃତଘାତରେ ବିଜୟ ରାଘବେନ୍ଦ୍ରଙ୍କ ପତ୍ନୀ ସ୍ପନ୍ଦନାଙ୍କର ମୃତ୍ୟୁ ହୋଇଛି । ତାଙ୍କର ମୃତ୍ୟୁ ଖବର ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି । ଅଧିକ ପଢନ୍ତୁ

ସ୍ପନ୍ଦନାଙ୍କ ଦେହାନ୍ତ
ସ୍ପନ୍ଦନାଙ୍କ ଦେହାନ୍ତ

ହାଇଦ୍ରାବାଦ: ଆରପାରିରେ କନ୍ନଡ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ବିଜୟ ରାଘବେନ୍ଦ୍ରଙ୍କ ପତ୍ନୀ । ହୃଦଘାତରେ ବିଜୟ ରାଘବେନ୍ଦ୍ରଙ୍କ ପତ୍ନୀ ସ୍ପନ୍ଦନାଙ୍କର ରବିବାର ବିଳମ୍ବିତ ରାତିରେ ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 44 ବର୍ଷ ବୟସ ହୋଇଥିଲା । କୁହାଯାଉଛି ଯେ ସ୍ପନ୍ଦନା ଛୁଟିଦିନ ପାଇଁ ବ୍ୟାଙ୍କକ ଯାଇଥିଲେ, ସେଠାରେ ସପିଂ କରି ନିଜ ରୁମ୍‌କୁ ଫେରୁଥିବା ବେଳେ ଅଭିନେତ୍ରୀଙ୍କର ହୃଦଘାତ ହୋଇଥିଲା । ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ସ୍ପନ୍ଦନାଙ୍କ ଅଚାନକ ମୃତ୍ୟୁ ପ୍ରଶଂସକଙ୍କୁ ସ୍ତବ୍ଧ କରିଦେଇଛି ।

ପରିବାର ସହିତ ଥିଲେ ସ୍ପନ୍ଦାନା

ବ୍ୟାଙ୍କକ୍‌ରେ ତାଙ୍କର ମୃତ୍ୟୁ ହେତୁ ପାର୍ଥୀବ ଶରୀର ପହଞ୍ଚିବାକୁ ସମୟ ଲାଗୁଛି । କୁହାଯାଉଛି ଯେ ତାଙ୍କ ପାର୍ଥୀବ ଶରୀର ଆସନ୍ତାକାଲି ଅର୍ଥାତ୍ ମଙ୍ଗଳବାର ବେଙ୍ଗାଲୁରୁରେ ପହଞ୍ଚିବ । ସେଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ । ବିଜୟ ରାଘବେନ୍ଦ୍ରଙ୍କ ପତ୍ନୀ ସ୍ପନ୍ଦନା ପରିବାର ସହିତ ଛୁଟି ମନାଇବାକୁ ବ୍ୟାଙ୍କକ ଯାଇଥିଲେ । ହଠାତ୍ ମୃତ୍ୟୁ କାରଣରୁ ଅଭିନେତ୍ରୀଙ୍କ ପରିବାର ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ତେବେ ସ୍ପନ୍ଦନାଙ୍କର ରକ୍ତଚାପ କମ୍ ଥିବାରୁ ଏହା ହୃଦଘାତର କାରଣ ହୋଇଛି ବୋଲି ରିପୋର୍ଟରେ ଦର୍ଶାଯାଇଛି । ଇଣ୍ଡଷ୍ଟ୍ରିର ଏକ ସୂତ୍ରରୁ ପ୍ରକାଶ ଯେ ସେ ସୋମବାର ଭାରତ ଫେରିଯିବାର ଥିଲା ଏବଂ ଏକ ଚଳଚ୍ଚିତ୍ର ପ୍ରମୋସନରେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ଥିଲା।

ଏହା ମଧ୍ୟ ପଢନ୍ତୁ: RARKPK: ସ୍ବାମୀଙ୍କ ଫିଲ୍ମ ଦେଖି ସିନେମା ହଲ୍‌ରେ କାନ୍ଦିଲେ ଦୀପିକା, ଖୁଲାସା କଲେ ରଣଭୀର

ସ୍ପନ୍ଦନା ଏହି ଚଳଚ୍ଚିତ୍ରରେ କାମ କରିଥିଲେ

ଅଭିନେତା ବିଜୟ ରାଘବେନ୍ଦ୍ରଙ୍କ ପତ୍ନୀ ସ୍ପନ୍ଦନା ମଧ୍ୟ ଫିଲ୍ମରେ କାମ କରିଥିଲେ । ସେ ଏକ କ୍ୟାମୋ ଭୂମିକାରେ ଅଭିନୟ କରିଛନ୍ତି । ରବିଚନ୍ଦ୍ରନଙ୍କ ଫିଲ୍ମ 'ଅପୂର୍ବା'ରେ ତାଙ୍କର କ୍ୟାମୋ ଭୂମିକା ଦେଖିବାକୁ ମିଳିଥିଲା । ରାଘବେନ୍ଦ୍ର ଏବଂ ପତ୍ନୀ ସ୍ପନ୍ଦନା ଏହି ମାସରେ ସେମାନଙ୍କର 16 ତମ ବିବାହ ବାର୍ଷିକୀ ପାଳନ କରିଥାନ୍ତେ । ଉଭୟ 2007 ମସିହାରେ ବିବାହ କରିଥିଲେ । ଅବସରପ୍ରାପ୍ତ ସହକାରୀ ପୋଲିସ କମିଶନର ବିକେ ଶିବରାମଙ୍କ ଝିଅ ହେଲେ ସ୍ପନ୍ଦନା । ଉଭୟଙ୍କର ଶୌର୍ଯ୍ୟ ନାମକ ଏକ ପୁଅ ଅଛି ।

ବିଜୟ ରାଘବେନ୍ଦ୍ର ଜାତୀୟ ପୁରସ୍କାର ପାଇଛନ୍ତି

ଉଲ୍ଲେଖନୀୟ ଯେ, 'ଚିନ୍ନାରୀ ମୁଥା'ରେ ଅଭିନେତା ବିଜୟ ରାଘବେନ୍ଦ୍ରଙ୍କ ଭୂମିକାକୁ ଲୋକମାନେ ପସନ୍ଦ କରିଥିଲେ । ସ୍ୟାଣ୍ଡଲବୁଡ ଚାନ୍ଦବାଲିରେ ଅଭିନେତ୍ରୀଙ୍କ ଏହି ଭୂମିକାକୁ ବହୁତ ପ୍ରଶଂସା କରାଯାଇଥିଲା ଏବଂ ବିଜୟ ରାଘବେନ୍ଦ୍ର ମଧ୍ୟ ଏହି ଚଳଚ୍ଚିତ୍ର ପାଇଁ ଜାତୀୟ ପୁରସ୍କାର ପାଇଛନ୍ତି ।

ଭାରତରେ ହୃଦ ଜନିତ ରୋଗ କିମ୍ବା ହୃଦଘାତରେ ମୃତ୍ୟୁ ବଢି ବଢି ଚାଲିଛି । ଏହାକୁ ଦୃଷ୍ଟିରେ ମେଡିକାଲ ଏକ୍ସପର୍ଟମାନେ କିଛି ପ୍ରମୁଖ କାରଣ ଗୁଡିକ ମଧ୍ୟ ଦର୍ଶାଉଛନ୍ତି । ସେଗୁଡିକ ହେଲା ଧୁମ୍ରପାନ, ଉଚ୍ଚ ରକ୍ତଚାପ, ଫ୍ୟାମିଲି ହିଷ୍ଟ୍ରି, କୋଲେଷ୍ଟ୍ରଲ ଲେଭଲ ହ୍ରାସ, ଖାଦ୍ୟପେୟ, ଶାରୀରିକ ପରିଶ୍ରମର ଅଭାବ ଇତ୍ୟାଦି ରହିଛି । ହୃଦଘାତରେେ ଅନେକ କଳାକାର ତଥା ସାଧାରଣ ଲୋକଙ୍କର ମଧ୍ୟ ପ୍ରାଣ ଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.