ହାଇଦାବ୍ରାଦ: ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଯୁଦ୍ଧ ତେଜିବାରେ ଲାଗିଛି । ୨ ଦେଶ ମଧ୍ୟରେ ଯୁଦ୍ଧ ବନ୍ଦ ହେବାର ନା ନେଉନାହିଁ । ନିକଟରେ ବଲିଉଡ ଅଭିନେତ୍ରୀ ସେଠାରୁ ଜୀବନ ବଞ୍ଚାଇ ସୁରକ୍ଷିତ ଭାରତ ଫେରିଥିବା ବେଳେ ଏବେ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଲୋକପ୍ରିୟ ଟିଭି ଅଭିନେତ୍ରୀ ମଧୁରା ନାୟକଙ୍କ ଭଉଣୀ ଏବଂ ଭିଣୋଇଙ୍କ ଇସ୍ରାଏଲରେ ଚାଲିଥିବା ଯୁଦ୍ଧରେ ପ୍ରାଣ ହରାଇଛନ୍ତି । ସୋସିଆଲ ମିଡିଆରେ ଭିଡିଓ ସେୟାର କରି ଅଭିନେତ୍ରୀ ଏନେଇ ସୂଚନା ଦେଇଛନ୍ତି ।
ଅଭିନେତ୍ରୀ ମଧୁରା ନାୟକ ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି ଏହି ଦୁଃଖଦ ଖବରକୁ ସେୟାର କରିଛନ୍ତି । ଯେଉଁଥିରେ ସେ ତାଙ୍କ ଉଭଣୀ ଓଦାୟା ଏବଂ ଭିଣୋଇଙ୍କୁ ହମାସ ଆତଙ୍କବାଦୀମାନେ ତାଙ୍କ ଛୁଆଙ୍କ ସାମ୍ନାରେ ଅତି ନିର୍ମମ ଭାବେ ହତ୍ୟା କରିଥିବା କହିଛନ୍ତି । ମଧୁରା କହିଛନ୍ତି, "ମୁଁ, ମଧୁରା ନାୟକ, ମୁଁ ଜଣେ ଭାରତୀୟ । ବର୍ତ୍ତମାନ ଭାରତରେ ଆମ ସଂପ୍ରଦାୟର ସଂଖ୍ୟା କେବଳ 3000 । ଅକ୍ଟୋବର 7ରେ ଆମେ ଆମ ପରିବାରର ଗୋଟିଏ ଝିଅ ଏବଂ ପୁଅକୁ ହରାଇଥିଲୁ । ମୋର ସମ୍ପର୍କୀୟ ଭଉଣୀ ଓଦାୟା ଏବଂ ତାଙ୍କ ସ୍ୱାମୀଙ୍କୁ ଦୁଇ ସନ୍ତାନଙ୍କ ଉପସ୍ଥିତିରେ ସେମାନଙ୍କୁ ହତ୍ୟା କରାଯାଇଥିଲା । ମୁଁ ଏବଂ ମୋର ପରିବାର ଆଜି ଯେଉଁ ଦୁଃଖ ଓ ଭାବନା ଦେଇ ଗତି କରୁଛୁ, ତାହା ଶବ୍ଦରେ ବର୍ଣ୍ଣନା କରିପାରିବି ନାହିଁ। "
ଏହା ମଧ୍ୟ ପଢନ୍ତୁ: ଇସ୍ରାଏଲ ସମର୍ଥକ ସାଜିଲେ କଙ୍ଗନା ଏବଂ ପାଲେଷ୍ଟାଇନର ସମର୍ଥନ କରିଥିଲେ ସ୍ବରା
ଅଭିନେତ୍ରୀ ଆହୁରି କହିଛନ୍ତି, "ଆଜି ସୁଦ୍ଧା ଇସ୍ରାଏଲ୍ ଯନ୍ତ୍ରଣା ଭୋଗୁଛି । ହମାସଙ୍କ କ୍ରୋଧରେ ଇସ୍ରାଏଲରେ ସନ୍ତାନ, ମହିଳା ଏବଂ ରାସ୍ତା ନିଆଁ ଜଳୁଛି । ମହିଳା, ଶିଶୁ, ବୃଦ୍ଧ ଏବଂ ଦୁର୍ବଳ ଲୋକଙ୍କୁ ଟାର୍ଗେଟ କରାଯାଉଛି । ଗତକାଲି ମୁଁ ଏକ ପୋଷ୍ଟ କରିଥିଲି ମୋ ଭଉଣୀ ଏବଂ ପରିବାରର ଫଟୋ । କିନ୍ତୁ ପାଲେଷ୍ଟାଇନ ବିପକ୍ଷରେ ପୋଷ୍ଟ ନେଇ ମୋତେ ବହୁତ ଅପମାନ କରଯାଇଥିଲା । ଆଜି ମୁଁ ମୋର ସ୍ୱର ଉତ୍ତୋଳନ କରିବାକୁ ଚାହୁଁଛି ଏବଂ ମୋର ଅନୁଗାମୀ, ବନ୍ଧୁ ଯେଉଁମାନେ ମୋତେ ସମର୍ଥନ କରିଛନ୍ତି, ସମସ୍ତଙ୍କୁ ମୁଁ ଭଲ ପାଏ । ସୂଚନା ଥାଉ କି, ମଧୁରା ନାଗିନ୍ ସମେତ 'ପ୍ୟାର୍ କି ୟେ ଏକ୍ କାହାନୀ', 'ଇସ୍ ପ୍ୟାର୍ କୋ କିଆ ନାମ ଦୁ', 'ହମ୍ ଲି ହେ ଶପଥ୍' ଏବଂ 'ତୁମାରୀ ପାଖି' ଭଳି ସିରିଏଲରେ କାମ କରିଛନ୍ତି।